ଆଞ୍ଚଳିକ ସର୍ବୋଦୟ ଦିଶା ଦର୍ଶନ ଶିବିର ଉଦଘାଟିତ Angul OnlineAugust 13, 2022August 13, 2022 ଅନୁଗୁଳ – ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅନୁଗୁଳ ସ୍ଥିତ ବାଜିରାଉତ ଛାତ୍ରାବାସ ପରିସରରେ ରାଷ୍ଟ୍ରୀୟ ଯୁବା ସଂଗଠନ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଓ ବାଜିରାଉତ ଛାତ୍ରାବାସ ପକ୍ଷରୁ ୩ ଦିନିଆ ଅନୁଗୁଳ ଜିଲ୍ଲାସ୍ତରୀୟ ସର୍ବୋଦୟ ଦିଶା ଦର୍ଶନ ଶିବିର ଶନିବାର ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି । ପ୍ରଧ୍ୟାପକ ଡ଼ କୁମୁଦ ଚନ୍ଦ୍ର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ କାବ୍ୟ କବିତାରେ ଗାନ୍ଧୀ ଦର୍ଶନକୁ କବିମାନେ ଉପସ୍ଥାପିତ କରିଯାଇଛନ୍ତି । ଗାନ୍ଧିଜୀ ସାମଗ୍ରିକ ଜୀବନରେ ଗାଁର ବିକାଶ କଥାକୁ ଗୁରୁତ୍ୱ ଦେଇଥିଲେ । ସମାଜର ତଳ ଶ୍ରେଣୀର ଦୁର୍ବଳ ଲୋକମାନଙ୍କ ଉନ୍ନତି ହେଲେ ଦେଶର ଉନ୍ନତି ହୋଇପାରିବ । ଏଥିପାଇଁ କବି ଭାବରେ ନୁହେଁ ବରଂ କର୍ମୀ ଭାବରେ ସମାଜର ତଳସ୍ତରର ଦୁର୍ବଳ ଲୋକଙ୍କ ଉନ୍ନତି ହୋଇପାରିବ । ତେଣୁ ସର୍ବୋଦୟ ଦିଶା ଦର୍ଶନ ଶିବିରରୁ କର୍ମୀ ନିର୍ମାଣ ହୋଇପାରିବ ବୋଲି ସେ କହିଥିଲେ । ଶିବିରର ଉଦଘାଟକ ଭାବେ ଯୋଗଦେଇ ସଙ୍ଗଠନର ମାର୍ଗଦର୍ଶିକା ତଥା ବିଶିଷ୍ଟ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି ଦେଶର ଗ୍ରାମ୍ୟଗୋଷ୍ଠୀ ଆତ୍ମନିର୍ଭର ହେଲେ ଦେଶ ଉନ୍ନତି ପଥରେ ଆଗେଇପାରିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ପ୍ର. ନନ୍ଦକିଶୋର ମହାକୁଡ଼, ନିର୍ମଳା ମହାକୁଡ, କୈଳାସ ଚନ୍ଦ୍ର ସାହୁ, ଶିଶିର ଶତପଥୀ, ସରସ୍ୱତୀ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ । ବାଜିରାଉତ୍ ଛାତ୍ରାବାସର ସଂପାଦକ ଇଂ. ଧନେଶ୍ଵର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ସଭାରେ ରାଷ୍ଟ୍ରୀୟ ଯୁବା ସଂଗଠନର ପ୍ରାକ୍ତନ ରାଜ୍ୟ ସଂଯୋଜକ ଆଦ୍ୟଶ୍ଳୋକ ମିଶ୍ର ସ୍ବାଗତ ଭାଷଣ ଓ ରାଜ୍ୟ ସଂଯୋଜକ ସୂର୍ଯ୍ୟନାରାୟଣ ନାଥ ଧନ୍ୟବାଦ ଅର୍ପଣ କରିଥିଲେ । ୩ ଦିନିଆ ଶିବିରର ପ୍ରଥମ ଅଧିବେଶନରେ ଶିଶିର ଶତପଥୀ ଆତ୍ମବିଶ୍ଳେଷଣରେ ନିଜର ଶକ୍ତି, ଦୁର୍ବଳତାକୁ ଜାଗ୍ରତ କରାଇବା ସହିତ ବ୍ୟକ୍ତିତ୍ଵ ବିକାଶ, ଅଧ୍ୟାପକ ଶାନ୍ତନୁ କୁମାର ସର ବିଶ୍ବରେ ସଂଗଠିତ ବିପ୍ଳବ ଏବଂ ପ୍ରଫେସର ନନ୍ଦକିଶୋର ମହାକୁଡ ଭାରତୀୟ ସ୍ଵାଧିନତା ସଂଗ୍ରାମ ଉପରେ ଆଲୋକପାତ କରିଥିଲେ । ଉଦଘାଟନୀ ଅଧିବେଶନ ପୂର୍ବରୁ ଶିବିରର ପରିଚୟ ଦେବା ସହ ଗାନ୍ଧୀଙ୍କ ଜୀବନୀ ଦର୍ଶନ ସଂକ୍ରାନ୍ତରେ ରାଷ୍ଟ୍ରୀୟ ସମିତି ସଦସ୍ୟ ମାନସ ପଟ୍ଟନାୟକ କହିଥିବା ବେଳେ ସନ୍ଧ୍ୟାରେ ବାଜିରାଉତ ଛାତ୍ରାବାସର କୋଷାଧ୍ୟକ୍ଷ ଶଙ୍କର ବେହେରା ଶିବିରାର୍ଥୀମାନଙ୍କୁ ଚରଖା ଶିଖାଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଲିପିକା ମହାପାତ୍ର, ମାମଲି ଗଡ଼ନାୟକ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । Advertisement
ଟ୍ରକ ଦୁର୍ଘଟଣାରେ ମୋଟରସାଇକେଲ ଆରୋହୀ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଗୋଡ଼ିବନ୍ଧ ଛକ ନିକଟରେ ଥିବା ଢ଼ାବା ସମ୍ମୁଖରେ ଏକ ମୋଟରସାଇକେଲକୁ ସାମ୍ନାରୁ ଆସୁଥିବା ଏକ ଟ୍ରକ ଧକ୍କା…
ନର୍ସିଂହୋମ ନାମରେ ସାଙ୍ଘାତିକ ଅଭିଯୋଗ – ଦୁଇ ଶିଶୁଙ୍କୁ ମାରି ଦେଇଥିବା ଅଭିଯୋଗ କଲେ ଦମ୍ପତ୍ତି ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ମୟୁରକାଛେଣି ଗ୍ରାମର ଜିତେନ୍ କୁମାର ନାୟକ ଅନୁଗୁଳ ସଦର ଥାନାରେ ଏକ ନର୍ସିଂହୋମ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ…
ମମିତା ହତ୍ୟାକାଣ୍ଡ ତାତି ଅନୁଗୁଳରେ – ବିଜେପି ଯୁବମୋର୍ଚ୍ଚାର ଏସପି ଅଫିସ ଆଗରେ ପୁଲିସ ସହ ଧସ୍ତାଧସ୍ତି ଅନୁଗୁଳ – କଳାହାଣ୍ଡି ମହାଲିଙ୍ଗର ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ବିଜେଡି ସରକାରର ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆଜି(ଶୁକ୍ରବାର) ଅନୁଗୁଳ…