ଭଲ ଖବର ହେଲିକପ୍ଟର ପାଇଲଟିଙ୍ଗ ଓ ଅଲରାଉଣ୍ଡ ପ୍ରଦର୍ଶନରେ ସତିଶରାଜଙ୍କ ଶ୍ରେଷ୍ଠତ୍ଵ Angul OnlineDecember 10, 2022December 10, 2022 ଅନୁଗୁଳ – ଅନୁଗୁଳ ହେମସୁରପଡା ନିବାସୀ ମତାମୟୀ ପ୍ରଧାନ ଓ ଚିତ୍ତ ରଞ୍ଜନ ପ୍ରଧାନଙ୍କ ସତୀଶରାଜ୍ ପ୍ରଧାନ ଜିଲ୍ଲା ତଥା ରାଜ୍ୟ ପାଇଁ ଏକ ଗୌରବ ଆଣିଛନ୍ତି । ଟ୍ରେନିଂ ଶେଷ କରିବା ସହ ଦେଶର ହେଲିକପ୍ଟର ପାଇଲଟିଙ୍ଗ ଓ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ସର୍ବଶ୍ରେଷ୍ଠ ନୌସେନା ଅଧିକାରୀ ଭାବେ ଟ୍ରଫି ଓ ମାନପତ୍ର ହାସଲ କରିଛନ୍ତି । ସେ ଭାରତୀୟ ନୌସେନାରେ ଜଣେ ଯୁବ ଲେଫ୍ଟନାଣ୍ଟ ଭାବେ କାର୍ଯ୍ୟରତ । ନୌସେନାରେ ପ୍ରାଥମିକ ତାଲିମ ପରେ ଶୁକ୍ରବାର ତାମିଲନାଡୁର ଆଇଏନଏସ ରାଜାଲି ନାଭାଲ ଏଆର ଷ୍ଟେସନରେ ୯୯ ଏଚସିସି କୋର୍ସର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ଲେଫ୍ଟନାଣ୍ଡ ସତୀଶରାଜ୍ ହେଲିକପ୍ଟର ପାଇଲଟିଙ୍ଗ ଓ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଦେଶର ସର୍ବଶ୍ରେଷ୍ଠ ନୌସେନା ଅଫିସର ଭାବେ ରିଅର ଆଡ଼ମିରାଲ ବିକ୍ରମ ମେନନଙ୍କ ଠାରୁ ଟ୍ରଫି ଓ ମାନ ପତ୍ର ଗ୍ରହଣ କରିଥିଲେ । ଦେଶ ନୌସେନା ଇତିହାସରେ ପ୍ରଥମ ଥର ପାଇଁ ନୌସେନା ଅଧିକାରୀଙ୍କୁ ପ୍ଲେଜ ୱାନ ୨୨ ସପ୍ତାହର ପାଇଲଟ ଟ୍ରେନିଂରେ ଶ୍ରେଷ୍ଠତ୍ୱ ପାଇଁ ସତୀଶଙ୍କୁ କେରଳ ରାଜ୍ୟପାଳଙ୍କ ଟ୍ରଫି ମଧ୍ଯ ପ୍ରଦାନ କରାଯାଇଛି । ଟ୍ରେନିଂ ପରେ ସତୀଶଙ୍କୁ ଆଣ୍ଡାମାନ ନୌସୀମା ସୁରକ୍ଷା ଦାୟିତ୍ବ ଦିଆଯାଇଛି । ସତୀଶଙ୍କ ପିତା ଚିତ୍ତରଞ୍ଜନ ପ୍ରଧାନ ତାଳଚେର ପୌରପାଳିକାର ଜଣେ ବରିଷ୍ଠ କର୍ମଚାରୀ ଭାବେ କାର୍ଯ୍ୟରତ । Advertisement
ବନ୍ତଳା ଦମକଳ କେନ୍ଦ୍ର ଅନୁଷ୍ଠାନିକ ଭାବେ କାର୍ଯ୍ୟକ୍ଷମ ଅନୁଗୁଳ – ବହୁ ପ୍ରତୀକ୍ଷାର ଅନ୍ତ ଘଟି ଶେଷରେ ବନ୍ତଳା ଦମକଳ କେନ୍ଦ୍ର ଉଦଘାଟନ ହୋଇଛି । ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ଵାରା ଭିର୍ଟୁଆଲ(ଆଭାସୀ) ମାଧ୍ୟମରେ…
କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଚାଷ ଯାନ୍ତ୍ରିକ ଉପକରଣ ଯୋଗାଇବ ଜେଏସପିଏଲ ଫାଉଣ୍ଡେସନ୍ ଭୁବନେଶ୍ୱର – କୃଷି ଉତ୍ପାଦନ ଏବଂ କୃଷକଙ୍କ ଆୟ ବୃଦ୍ଧିରେ ସହାୟତା କରିବା ପାଇଁ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଓଡିଶା ଏବଂ ଛତିଶଗଡରେ ଜିନ୍ଦଲ କୃଷି ବିକାଶ…
ଜିଲ୍ଲାରେ ଆରମ୍ଭ ହେଲା ପିଙ୍କ ପେଟ୍ରୋଲିଂ – ମହିଳାଙ୍କ କରିବ ସୁରକ୍ଷା ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସ ମହିଳାଙ୍କ ସୁରକ୍ଷା ପାଇଁ ଜିଲ୍ଲାରେ ପିଙ୍କ ପେଟ୍ରୋଲିଂ ବ୍ୟବସ୍ଥା ଆରମ୍ଭ କରିଛି । ଦିନକୁ ଦିନ ମହିଳା ମାନେ ଲୁଟ,…