ନିଅଣ୍ଟିଆ ସାର – ରାତି ୧ ରୁ ଧାଡି ଲମ୍ବାଇଲେ ଚାଷୀ

ଅନୁଗୁଳ – ସାର ସମସ୍ୟା ଚାଷୀଙ୍କ ପିଛା ଛାଡ଼ୁନି । ସାରର ଅଭାବ ଯୋଗୁଁ ଚାଷ କାମରେ ପଛେଇ ଯାଇଛି ଚାଷୀ । ମୁଖ୍ୟତଃ ଏହି ସମୟରେ ୟୁରିଆ ସାରର ବେଶ ଆବଶ୍ୟକତା ଥିବା ବେଳେ ଚାଷୀ ୟୁରିଆ ସାର ଟିକିଏ ପାଉ ନାହିଁ । ସରକାର ଡିଲର ମାନଙ୍କୁ ସାର ଦେଉ ନଥିବା ବେଳେ ପାକ୍ସ ମାନକୁ ଆସୁଥିବା ସାର ନିଆଣ୍ଟିଆ ହେଉଛି । ଯେଉଁ ପାକ୍ସକୁ ସାର ଆସୁଛି , ସେଠାରେ ସାର ଟିକିଏ ପାଇବା ପାଇଁ ଚାଷୀକୁ କସରତ କରିବାକୁ ପଡୁଛି ।

ଆଜି ଅନୁଗୁଳ ଜିଲ୍ଲାର ବନ୍ତଳା , ଖାଲଗାଁ ରେ ମଧ୍ୟ ଏଭଳି ଅବସ୍ଥା ଦେଖିବାକୁ ମିଳିଛି । ଖାଲଗାଁ ସେବା ସମବାୟ ସମିତିକୁ ୪୦୦ ବସ୍ତା ୟୁରିଆ ସାର ଆସିଥିଲା । ଏହା ଜଣା ପଡିବା ପରେ ରାତି ୧ ରୁ ଚାଷୀଙ୍କ ଧାଡି ଲମ୍ବିଥିଲା । ପ୍ରାୟ ୬୦୦ ରୁ ଉର୍ଦ୍ଧ୍ବ ଚାଷୀ ସାର ନେବା ପାଇଁ ଭିଡ଼ ଜମାଇଥିଲେ । ଲାଇନରେ ଆଧାରକାର୍ଡ ରଖି ସାର ପାଇଁ ଅପେକ୍ଷାରେ ବସିଥିଲେ । ସେପଟେ ୨୨୫ ବସ୍ତା ସାର ଆସିଥିବା ବେଳେ ଏତେ ସଂଖ୍ୟାର ଚାଷୀଙ୍କୁ ସାର କିଭଳି ବଣ୍ଟା ଯିବ ସେ ନେଇ ସମବାୟ ସମିତି କର୍ମଚାରୀଙ୍କ ଚିନ୍ତା ବଢି ଯାଇଥିଲା । ପରେ ଚାଷୀଙ୍କୁ ବହୁ କଷ୍ଟରେ ୩୭୨ ବସ୍ତା ସାର ବଣ୍ଟା ଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *