ମୁଖ୍ୟ ଖବର ଅଜାଡିଲା , ଉଜାଡିଲା -ଗୁରୁବାର ସ୍କୁଲ ଓ ଅଙ୍ଗନୱାଡି ବନ୍ଦ Angul OnlineAugust 2, 2023August 2, 2023 ଅନୁଗୋଳ – ଗତ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଅନୁଗୋଳ ଜିଲ୍ଲାରେ ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ଅଞ୍ଚଳ ଏକ ପ୍ରକାର ବେହାଲ ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାରେ ପ୍ରାୟ ୧୧୦୬ ମିମି ବର୍ଷା ହୋଇଥିବା ବେଳେ ଏହାର ପ୍ରଭାବରେ ନଦୀ ନାଳ ଉଛୁଳି ଉଠିଛି । ଆଉଁଳି ନଦୀରେ ବଢି ପାଣି ଆସିବା ଫଳରେ ଦୁଇ କୁଳ ଖାଇଥିଲା । ଛେଣ୍ଡିପଦା ବ୍ଲକ ବାଗଡ଼ିଆ-ନୁଆଁଗାଁକୁ ସଂଯୋଗ କରୁଥିବା ଏକ ବ୍ରିଜ ଓ ରାସ୍ତାରୁ ପ୍ରାୟ ୧୦ ଫୁଟର ଘାଇ ସୃଷ୍ଟି ହୋଇଥିଲା । ଯାହା ଫଳରେ ସେହି ରାସ୍ତାରେ ଯିବା ଆସିବା ବାଧାପ୍ରାପ୍ତ ହୋଇଥିଲା । ଆଠମଲ୍ଲିକରୁ ବଇଣ୍ଡା ଆସିଥିବା ରାସ୍ତାରେ ପ୍ରବଳ ବର୍ଷା ଯୋଗୁଁ ଝରଝରି ଘାଟି ଠାରେ ମାଟି ଅତଦା ଖସି ରାସ୍ତା ଅବରୋଧ ହୋଇଥିଲା । ପରେ ପ୍ରଶାସନ ପକ୍ଷରୁ ମେସିନ ଲଗାଇ ରାସ୍ତା ସଫା କରା ଯାଇଥିଲା । ଏପଟେ ଜାତୀୟ ରାଜପଥ ୫୫ ରେ ପାଣି ଲହଡି ଭାଙ୍ଗିଥିଲା । ରାଜପଥର ତୁରଙ୍ଗ , କାଣ୍ଡସର , ସନ୍ଧ୍ୟା ହୋଟେଲ ଆଗରେ ୩ ଫୁଟ ଉଚ୍ଚରେ ପାଣି ପ୍ରବାହିତ ଯୋଗୁଁ ଗାଡି ମୋଟର ଯିବା ଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଅନୁଗୋଳ ସହରର ଗାନ୍ଧିମାର୍ଗର କଲ୍ୟାଣି ନର୍ସିଂହୋମ ଆଗରେ ମଧ୍ୟ ରାସ୍ତା ଉପରେ ପାଣି ପ୍ରବାହିତ ଯୋଗୁଁ ଲୋକ ଯିବା ଆସିବା କରିବାରେ ଅସୁବିଧା ଭୋଗ କରିଥିଲେ । କିଶୋରନଗର ବ୍ଲକର ଘୋଷର ନାଳ ବ୍ରିଜ ଉପରେ ଆଣ୍ଠୁଏ ପାଣି ଯାଇଥିଲା । ସେହିପରି ବର୍ଷାର ପ୍ରଭାବରେ ମାଟି ଅତଡା ଖସି ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ଏକ ମାଲବାହୀ ଟ୍ରେନ । ମାଟି ଅତଡା ଖସି ଟ୍ରାକରେ ପଥର ଥିବା ଯୋଗୁଁ ତାଳଚେରରୁ ସମ୍ବଲପୁର ଯାଉଥିବା ଏକ ମାଲବାହୀ ଟ୍ରେନ ବଇଣ୍ଡା-ହଣ୍ଡପା ମଧ୍ୟରେ ଟ୍ରାକରୁ ସାମାନ୍ୟ ଖସି ଯାଇଥିଲା । ଟ୍ରେନର କିଛି ଚକ ଟ୍ରାକରୁ ବିଚ୍ୟୁତ ହୋଇଥିବା ବେଳେ ଏଥିରେ ବିଶେଷ କିଛି କ୍ଷତି ହୋଇ ନଥିବା ଜଣା ପଡ଼ିଛି । ସେହିଭଳି ଅନୁଗୋଳ ବଣିଆ ବାହାଳର କାଳୀ ମନ୍ଦିର ଓ କଳିଙ୍ଗା ମନ୍ଦିର ପାଣିରେ ବୁଡ଼ି ଯାଇଛି । ବଣିଆ ବାହାଳ ଘର ଭିତରେ ପାଣି ପଶିଛି । ଜିଲ୍ଲାରେ ଥିବା ଡେରଜାଙ୍ଗ ଜଳ ଭଣ୍ଡାର ଓ ସମଲ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି । ଏଥିପାଇଁ ଡେରଜାଙ୍ଗ ଜଳ ଭଣ୍ଡାରର ତିନୋଟି ଗେଟ ଓ ସମଲ ଜଳ ଭଣ୍ଡାରର ପାଂଚଟି ଗେଟ ଖୋଲା ଯାଇଛି । ଉପର ମୁଣ୍ଡରେ ବର୍ଷା ଯୋଗୁଁ ମହାନଦୀ ର ଜଳସ୍ତର ମଧ୍ୟ ବୃଦ୍ଧି ପାଉଛି।ଏଥିପାଇଁ ମହାନଦୀ କୂଳରେ ଥିବା ଟିକରପଡା ପଞ୍ଚାୟତର ଘାଟସାହି ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ରାତିରେ କାଳେ ଅଧିକ ବଢି ପାଣି ଆସିବ ସେ ଆଶଙ୍କାରେ ଗଗାଁ ର କିଛି ଲୋକେ ଭୟରେ ଗାଁ ଛାଡିଛନ୍ତି । ସେମାନେ ସେମାନଙ୍କର ଆବଶ୍ୟକୀୟ ଜରୁରୀ ସାମଗ୍ରୀ ନେଇ ଟିକରପଡା ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି । ସେପଟେ ବନ୍ୟା ନେଇ ଏବେ ପ୍ରସାଶନ ସମ୍ପୂର୍ଣ ସଜାଗ ରହିଥିବା ବେଳେ ଯେଉଁମାନେ ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି ସେମାନଙ୍କ ପାଇଁ ସବୁ ବନ୍ଦୋବସ୍ତ କରାଯିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି। । ବର୍ଷା ଯୋଗୁଁ ଆସନ୍ତାକାଲି(ଗୁରୁବାର) ମଧ୍ୟ ସ୍କୁଲ ଓ ଅଙ୍ଗନୱାଡି ବନ୍ଦ ରହିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି । Advertisement
ଗାଁକୁ ନ ଯାଇ କମ୍ପାନୀ କରୁଛି ଡ୍ରୋନ ସର୍ଭେ – ଥାନା ଘେରିଲେ ଗ୍ରାମବାସୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଜିଏମଡିସି କମ୍ପାନୀର ପ୍ରସ୍ତାବିତ ଖଣି ଅଞ୍ଚଳରେ ଡ୍ରୋନ ମାଧ୍ୟମରେ କମ୍ପାନୀ ସର୍ଭେ କରୁଥିବାବେଳେ ଏହାକୁ ନେଇ କ୍ଷତିଗ୍ରସ୍ତ ଗ୍ରାମବାସୀ ବିରୋଧ…
କେବେ ସରିବ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ? ବିଧାନସଭାରେ ମନ୍ତ୍ରୀ ରଖିଲେ ଉତ୍ତର ଭୁବନେଶ୍ବର – କଟକ ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବକୁ ନେଇ କଟକ, ଢ଼େଙ୍କାନାଳ, ଅନୁଗୁଳ ଏବଂ ସମ୍ବଲପୁର ଜିଲାବାସୀଙ୍କ ମଧ୍ୟରେ ଅସନ୍ତୋଷ…
ଲାଞ୍ଚ ନେଉଥିବା ବେଳେ ଜି.ଆର୍.ଏସ୍.କୁ ଗିରଫ କଲା ଭିଜିଲାନ୍ସ ବିଭାଗ ଅନୁଗୁଳ – ଭିଜିଲାନ୍ସ ଜାଲରେ ପଞ୍ଚାୟତ GRS । ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ GRS ଯଦୁମଣି ମାଝୀ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…