ମୁଖ୍ୟ ଖବର ଗଛରେ ପିଟିହେଲା ସ୍କୁଟି – ଚାଳକ ମୃତ Angul OnlineFebruary 28, 2021February 28, 2021 ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଗଡମଣ୍ଡଳରୁ ପାତ୍ରପଡା ଯାଇଥିବା ପୂର୍ତ୍ତବିଭାଗ ରାସ୍ତା ପାର୍ଶ୍ବ ଗଛରେ ଏକ ସ୍କୁଟି ପିଟି ହୋଇଯିବା ଫଳରେ ଚାଳକଙ୍କର ମୃତ୍ୟ ହୋଇଛି । ମୃତକ ଜଣକ ହେଲେ ପାତ୍ରପଡା ତାଳମଣ୍ଡଳି ସାହିର ପ୍ରସନ୍ନ ସାହୁ ବୋଲି ଜଣାପଡିଛି । ସୂଚନା ଅନୁସାରେ ପ୍ରସନ୍ନ ତାଙ୍କ ନିଜ ସ୍କୁଟିରେ ପାତ୍ରପଡାରୁ ଗଡମଣ୍ଡଳ ଆସୁଥିବା ବେଳେ ଗଡମଣ୍ଡଳ ଛକ ନିକଟରେ ଭାରସାମ୍ୟ ହରାଇ ଗଛରେ ବାଡେଇ ହୋଇଯାଇଥିଲେ । ଫଳରେ ସେ ଗୁରୁତର ହୋଇ ରକ୍ତାକ୍ତ ଅବସ୍ଥାରେ ରାସ୍ତା ପାର୍ଶ୍ବରେ ପଡିରହିଥିଲେ । ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ଗୁରୁତର ପ୍ରସନ୍ନକୁ ୧୦୮ ଆମ୍ବୁଲାନସରେ ଚିକିତ୍ସା ନିମନ୍ତେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଛେଣ୍ଡିପଦା ପୂଲିସ ପହଞ୍ଚି ମୃତଦେହ ଓ ଦୁର୍ଘଟଣାଗ୍ରସ୍ତ ସ୍କୁଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । Advertisement
ପଢିବାକୁ ଯାଇଥିବା ଅଙ୍ଗନୱାଡି ଶିଶୁ ମୃତ ଅନୁଗୁଳ – ଅଙ୍ଗନୱାଡି କେନ୍ଦ୍ରକୁ ପଢିବାକୁ ଯାଇ ଶିଶୁ ଗୁରୁତର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି…
ସେଦିନ ମୋତେ ପାପ ଛୁଇଁଥିଲା – ସହିଦଙ୍କ ପତ୍ନୀ ଶିବାଙ୍ଗୀ ଅନୁଗୁଳର ଯୋଦ୍ଧା ସନ୍ତାନ ସହିଦ ରାଣା ପ୍ରତାପଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇସାରିଛି । ପତ୍ନୀ ଶିବାଙ୍ଗୀ ସିଂହ ପ୍ରଥମଥର ପାଇଁ ଅନୁଗୁଳ ଅନଲାଇନକୁ ପ୍ରତିକ୍ରିୟା ଦେଇଛନ୍ତି ।…
ସାବଧାନ ଗାଡି ଚାଳକ-ଜାତୀୟ ରାଜପଥର ବଅଁରପାଳରୁ ରନ୍ତଲେଇ ମଧ୍ୟରେ ଜଗିବ ଇଣ୍ଟରସେପଟର ଅନୁଗୁଳ – ଜାତୀୟ ରାଜପଥରେ ଅମାନିଆ ଚାଳକଙ୍କ ଉପରେ ନଜର ରଖିବା ଇଣ୍ଟରସେପଟର । ଏ ନେଇ ନିର୍ଦେଶନାମା ଜାରି କରିଛନ୍ତି ଆଞ୍ଚଳିକ ପରିବହନ ଅଧିକାରୀ ।…