ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳାରୁ କୁମୁଣ୍ଡା ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପଥର ନାଳ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ସ୍କୁଟି ଚାଳକଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ କୋଶଳା ଗାଁର ବିପିନି ବିହାରୀ ବେହେରା ।
ସୂଚନା ଅନୁସାରେ, କୋଶଳା ଗାଁର ବିପିନି ବିହାରୀ ବେହେରା ଓ ତାଙ୍କର ସାଙ୍ଗ ବିବେକାନନ୍ଦ ବେହେରା ଏକ ସ୍କୁଟିରେ ସାଙ୍ଗର ବିଭାଘରରେ ଯୋଗଦେଵା ପାଇଁ ଯାଉଥିବା ବେଳେ କୋଶଳା-କୁମୁଣ୍ଡା ରାସ୍ତାର ପଥର ନାଳ ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେବାରୁ ସ୍କୁଟିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ବାଡେଇ ହୋଇଥିଲା । ଫଳରେ ସ୍କୁଟି ଚାଳକ ବିପିନ ଗୁରୁତର ଆହତ ହୋଇଥିବା ବେଳେ ବିବେକାନନ୍ଦ ସାମାନ୍ୟ ଆହତ ହୋଇ ଗଛ ମୂଳରେ ପଡିରହିଥିଲେ । ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ବିପିନି ଓ ବିବେକାଙ୍କୁ ଉଦ୍ଧାର କାରି କୋଶଳା ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ବିପିନିର ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ଡାକ୍ତର ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ତେବେ ସେଠାରେ ଡାକ୍ତର ବିପିନିଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।