ମୁଖ୍ୟ ଖବର ବଦଳିଲେ ଏସଡ଼ିପିଓ – ପରକ୍ରିୟା ସମ୍ପର୍କ ଅଭିଯୋଗ ଆଣିଥିଲେ ପତ୍ନୀ Angul OnlineMay 14, 2021May 14, 2021 ଅନୁଗୁଳ – ଅନୁଗୁଳ ଏସଡ଼ିପିଓ ଅଶ୍ବିନୀ କୁମାର ସାହୁଙ୍କ ବଦଳି ହୋଇଛି । ଏସଡ଼ିପିଓ ଅଶ୍ଵିନୀଙ୍କୁ କଟକ ପିସିଆର ସେଲକୁ ବଦଳି କରା ଯାଇଛି । ଅଶ୍ଵନୀ କୁମାର ସାହୁଙ୍କ ନାମରେ ଗତ କିଛି ଦିନ ତଳେ ତାଙ୍କ ପତ୍ନୀ ପରକ୍ରିୟା ଅଭିଯୋଗ ଆଣିବା ସହ ତାଙ୍କୁ ମାଡ ମାରୁଥିବା ଅଭିଯୋଗ ମଧ୍ୟ ଆଣିଥିଲେ । ଏ ନେଇ ଚନ୍ଦ୍ରଶେଖରପୁର ଥାନାରେ ମାମଲା ରୁଜୁ ହୋଇଥିଲା । ସ୍ୱାମୀଙ୍କ ଷ୍ଟିଙ୍ଗ ଅପେରସନ ପରେ , ଏସଡ଼ିପିଓଙ୍କ ପତ୍ନୀ ପୁରା କାହାଣୀ ପଦାକୁ ଆଣିଥିଲେ । ସେପଟେ ଏସଡ଼ିପିଓଙ୍କ ମା ମଧ୍ୟ ଏସଡ଼ିପିଓଙ୍କ ସ୍ତ୍ରୀଙ୍କ ନାମରେ ମଧ୍ୟ ପାଲଟା ଅଭିଯୋଗ ଆଣିଥିଲେ । ଏ ନେଇ ତଦନ୍ତ ଜାରି ରହିଥିବା ବେଳେ ଆଜି ହଠାତ ଏସଡ଼ିପିଓଙ୍କୁ ବଦଳି କରାଯାଇଛି । Advertisement
ନିଖୋଜ ବିରଜୁ କୁଲୁ ତାଳଚେରରୁ ଉଦ୍ଧାର ଅନୁଗୁଳ – ନିଖୋଜ ବିରଜୁ କୁଲୁଙ୍କ ମିଳିଲା ପତ୍ତା । ପାକିସ୍ତାନରୁ ଫେରିଥିବା ସୁନ୍ଦରଗଡର ବିରୁଜୁ କୁଲୁ ଓଡିଶାରେ ପୁଣି ନିଖୋଜ ହୋଇଯାଇଥିଲେ । ଥାନାରେ ବିରିଜୁଙ୍କ…
ଟ୍ରକ ଧକ୍କାରେ ଦୁଇ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପଵିତ୍ରମୋହନ ଛକ ନିକଟରେ ଦୁର୍ଘଟଣା । ଟ୍ରକ ଧକ୍କାରେ ଦୁଇ ମୋଟରସାଇକେଲ ଆରୋହି ମୃତ । ମୃତକ ମଧ୍ୟରୁ ଜଣେ…
ଅନୁଗୁଳ ପୁଲିସରେ ଅଦଳବଦଳ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସର ଏସଆଇ ଓ ଏଏସଆଇ ସ୍ତରରେ ବୁଧବାର ଅଦଳ ବଦଳ ହୋଇଛି । ଏହି ଅଦଳବଦଳ ଅନୁସାରେ ଜିଲ୍ଲା ମୁଖ୍ୟାଳୟ ପକ୍ଷରୁ…