ଅପରାଧ ଇକୋ ପାର୍କ ନିକଟରୁ ୪ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ବ୍ରାଉନସୁଗାର ଜବତ – ଜଣେ ଗିରଫ Angul OnlineNovember 5, 2024November 5, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲାର ମୁଖ୍ୟ ପାର୍କ ନିକଟରୁ ୪୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଜଣଙ୍କୁ ଗିରଫ କରା ଯାଇଛି । ଗିରଫ ଅଭିଯୁକ୍ତ ପ୍ରଦୀପ କୁମାର ବେହେରା ଦୀର୍ଘଦିନ ହେଲା ବ୍ରାଉନସୁଗାର କାରବାର କରି ଆସୁଥିବା ବେଳେ ଅବକାରୀ ବିଭାଗର ସ୍କାନରରେ ରହିଥିଲା । ହେଲେ ଆଜି ପ୍ରଦୀପ ବ୍ରାଉନସୁଗାର ନେଇ ଅନୁଗୁଳ ଶିକ୍ଷକପଡାସ୍ଥିତ ଇକୋ ପାର୍କ ନିକଟରେ ଗରାଖ ଅପେକ୍ଷାରେ ଥିବା ଖବର ପାଇ ଅବକାରୀ ବିଭାଗ ପହଞ୍ଚି ଯାଇଥିଲା । ତୁରନ୍ତ ପ୍ରଦୀପକୁ କାବୁ କରିନେଇ ଯାଞ୍ଚ କରିବା ବେଳେ ତା ନିକଟରୁ ୪୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪.୨ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି । ତା ନିକଟରୁ ଏକ ଦାମୀ ମୋଟରସାଇକେଲ ମଧ୍ୟ ଜବତ କରା ଯାଇଛି । ସେହିଭଳି ଅନୁଗୁଳ ହେମସୁରପଡା ଠାରୁ ନରେନ୍ଦ୍ର ସ୍ଵାଇଁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୩ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଯାହାର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କା ହେବ । Advertisement
ଚାକିରୀ ପାଇଁ ଦେଇଥିବା ଟଙ୍କା ମାଗିବାରୁ ଯୁବକଙ୍କୁ ପଥରରେ ଛେଚି ହତ୍ୟା ଛେଣ୍ଡିପଦା – ଟଙ୍କା ଦେଲେ ଚାକିରୀ କାରାଇ ଦେବାକୁ କହି ଘରୁ ଡାକି ଆଣିଲେ । ଚାକିରୀ କରାଇ ଦେବେ କଣ , ବଂର ଟଙ୍କା ନେଇ…
ନକଲି ଓକିଲ ଥାନାରେ ଅଟକ ଅନୁଗୁଳ – ଅନୁଗୁଳ ସବ ରେଜଷ୍ଟ୍ରି ଅଫିସରୁ ନକଲି ଓକିଲ ଠାବ କରି ପୁଲିସର ଜିମା ଦେଲେ ଓକିଲ ସଂଘ ସଭାପତି ଦିଲ୍ଲୀପ ସାହୁ । ସୂଚନା…
ଲୁହା ରଡ ସହ ଗାଡି ଚୋରି ଘଟଣା – ୨ ଗାଡି ଜବତ, ୩ ଗିରଫ ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲାରୁ ଚୋରି ହୋଇ ଯାଇଥିବା ଲୁହା ଛଡ ନେଇ ଯାଉଥିବା ଏକ ଟ୍ରକ କୁ ପୁଲିସ ଜବତ କରିଛି…