ମୁଖ୍ୟ ଖବର ଦାବି ପୂରଣ ପାଇଁ ଆନ୍ଦୋଳନ ବେଳେ ୧୭ ଆନ୍ଦୋଳନକାରୀ ଗିରଫ Angul OnlineNovember 12, 2022November 12, 2022 ଅନୁଗୁଳ – ଅନୁଗୁଳ ସଦର ଥାନା ନତଡ଼ା ଗ୍ରାମବାସୀମାନେ ନିଯୁକ୍ତି ଓ ଥଇଥାନ ଦାବିରେ ବଳରାମ କୋଇଲା ଖଣିର ୯ ଓ ୧୦ ନମ୍ବର ରେଲୱେ ସାଇଡିଂ ସମ୍ପୂର୍ଣ୍ଣ ବନ୍ଦ କରିବା ସହିତ ଏକ ଟ୍ରେନ୍ ଅଟକାଇଥିବା ବେଳେ ପୁଲିସ ୧୭ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ , ଗ୍ରାମବାସୀ ନିଯୁକ୍ତି ଓ ଥଇଥାନ ଦାବିରେ ଗତ ୨ ତାରିଖରେ ବଳରାମ ଖଣିର ୯ ଓ ୧୦ ନମ୍ବର ରେଲୱେ ସାଇଡିଂରେ ଆନ୍ଦୋଳନ କରିଥିଲେ । ଏହାପରେ ଜିଲ୍ଲା ପ୍ରଶାସନ , ବଳରାମ ଖଣି ମହାପ୍ରବନ୍ଧକ , ନତଡ଼ା ଗ୍ରାମବାସୀଙ୍କ ଉପସ୍ଥିତିରେ ହିଙ୍ଗୁଳା କ୍ଷେତ୍ର କାର୍ଯ୍ୟାଳୟରେ ବୈଠକ ହୋଇଥିଲା । ଚଳିତ ବର୍ଷ ରେଳବାଇ କାର୍ଯ୍ୟ ଯୋଗୁଁ ଗାଁ ଚାଷଜମିରେ ଫସଲ ହୋଇପାରି ନାହିଁ । ଏଥିପାଇଁ ଗ୍ରାମବାସୀ ରେଳ ବିଭାଗକୁ ଦାୟୀ କରି କ୍ଷତିପୂରଣ ଦାବି କରିଥିଲେ । ଏମ୍ସିଏଲ୍ ଓ ରେଳବାଇ ଗାଁର ସମସ୍ତ ଚାଷ ଜମି ଅଧିଗ୍ରହଣ କରିଥିବାରୁ ଗ୍ରାମବାସୀଙ୍କୁ ବିସ୍ଥାପିତ କରିବା ସହ ସ୍ଥାୟୀ ନିଯୁକ୍ତି ପ୍ରଦାନ ପାଇଁ ଦାବି କରିଥିଲେ । ଆର୍ପିଡିଏସି ବୈଠକରେ ଏହାର ସମାଧାନ କରାଯିବ ବୋଲି ଏମ୍ସିଏଲ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ । ଯେ ପର୍ଯ୍ୟନ୍ତ ଗ୍ରାମବାସୀଙ୍କୁ ବିସ୍ଥାପିତ କରିବା ସହ ସ୍ଥାୟୀ ନିଯୁକ୍ତି ଦିଆ ନଯାଇଛି , ସେ ପର୍ଯ୍ୟନ୍ତ ଗାଁ ଦେଇ ଯାଇଥିବା ରେଳଧାରଣରେ ଟ୍ରେନ୍ ଚାଲିପାରିବ ନାହିଁ ବୋଲି ଗ୍ରାମବାସୀ ଦାବି କରିଥିଲେ । ଏହି ଦାବି ପୂରଣ ପାଇଁ ହିଙ୍ଗୁଳା ଜିଏମ୍ ଅରୁଣ କୁମାର ସ୍ଵର୍ଣ୍ଣକାର ଲିଖିତ ପ୍ରତିଶ୍ରୁତି ଦେବାରୁ ଗ୍ରାମବାସୀ ଆନ୍ଦୋଳନରୁ ଓହରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଗ୍ରାମବାସୀଙ୍କ ଦାବି ପୂରଣ ହୋଇ ନଥିବାବେଳେ ଏମ୍ସିଏଲ୍ ଏକ କୋଇଲା ଟ୍ରେନ୍ ଚଳାଇଥିଲା । ଗ୍ରାମବାସୀ ଉକ୍ତ କୋଇଲା ଟ୍ରେନ୍କୁ ଅଟକ ରଖିଥିଲେ । ଏ ସଂପର୍କରେ ଜିଲ୍ଲା ପ୍ରଶାସନ , ଏମ୍ସିଏଲ୍ କର୍ତ୍ତୃପକ୍ଷ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଜିଲ୍ଲାପାଳ ଗ୍ରାମବାସୀଙ୍କୁ ବୁଝାସୁଝା କରି ଆନ୍ଦୋଳନରୁ ଓହରି ଯିବାକୁ କହିଥିଲେ । କିନ୍ତୁ ଗ୍ରାମବାସୀ ନିଜ ଜିଦରେ ଅଟଳ ରହି ଆନ୍ଦୋଳନ ଚାଲୁ ରଖିଥିଲେ । ତେବେ ଖଣି କାର୍ଯ୍ୟରେ ବାଧା ଉପୁଜିଥିବା ଦର୍ଶାଇ ଖଣି ପ୍ରକଳ୍ପ ଅଧିକାରୀ ଗ୍ରାମବାସୀଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ । ଆନ୍ଦୋଳନ ଯୋଗୁଁ ଖଣିରେ କ୍ଷତି ହେଉଥିବା ଏତଳାରେ ଦର୍ଶାଯାଇଥିଲା । ଏହି ଏତଲା ଆଧାରରେ ଗତକାଲି ପୁଲିସ ୧୫ ଜଣ ଓ ଆଜି ଆଉ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ବିରୁଦ୍ଧରେ ଦଫା ୪୪୭ , ୧୪୭,୧୪୮, ୩୪୧ , ୨୮୩ , ୨୯୪ , ୫୦୬ ,୩୮୬ ,୧୪୯ ଲାଗିଥିବା ଜଣା ପଡ଼ିଛି । Advertisement
ସରପଞ୍ଚ ହରାଇଲେ ପଦ – ସମସ୍ତ ୱାର୍ଡ ମେମ୍ବର ଆଣିଲେ ଅନାସ୍ଥା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ କୁଶକିଳା ପଞ୍ଚାୟତର ସରପଞ୍ଚ ସୁଶାନ୍ତ କୁମାର ସାହୁ ଅନାସ୍ଥା ଭୋଟ୍ ପରେ ନିଜ ପଦ ହରାଇଛନ୍ତି ।…
ଭିଜନ -୨୦୨୩ , ଅନୁଗୁଳ ଏକ ଅଗ୍ରଣୀ ଜିଲ୍ଲା ଭାବେ ପରିଗଣିତ ହେବ ଅନୁଗୁଳ – ଆସନ୍ତା ୨୦୨୩ ମସିହାରେ ଅନୁଗୁଳ ଜିଲ୍ଲା ୩୦ବର୍ଷରେ ପଦାର୍ପଣ କରିବ । ଆଉ ଏହି ୨୦୨୩ ବେଳକୁ ଅନୁଗୁଳ ଏକ ଅଗ୍ରଣୀ ଜିଲ୍ଲା ଭାବେ…
ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ । ସୂଚନା ଅନୁସାରେ ଅନୁଗୁଳ ନାଲକୋନଗର ଥାନା ନାଲକୋର ସନ୍ଦୀପ ପ୍ରେବୋଧ କେର୍କେଟା ଇଲେକ୍ଟ୍ରିକାଲ ଇଂଜିନିୟର ଭାବେ କାମ…