ଅପରାଧ ଘର ପଛ କୁଅରୁ ବୃଦ୍ଧା ମା’ର ମୃତଦେହ ଉଦ୍ଧାର – ହତ୍ଯା ସନ୍ଦେହରେ ପୁଅ ଅଟକ Angul OnlineJanuary 13, 2024January 13, 2024 ଆଠମଲ୍ଲିକ – ବୃଦ୍ଧା ମାକୁ ମାରି ଖୋଲା କୂଅରେ ପୋତି ଦେଲା ପୁଅ । ଏଭଳି ଅଭିଯୋଗ ହେଲା ପରେ ପୁଅକୁ ଅଟକ ରଖି ମାଟି ଖୋଳି ମୃତଦେହ ଉଦ୍ଧାର କଲା କିଶୋରନଗର ଥାନା ପୁଲିସ । ସୁଚନା ଅନୁସାରେ କିଶୋରନଗର ଥାନା ଘୋଷର ମୁଗମାଳ ସାହିରେ ୭୦ ବର୍ଷିୟ ପଙ୍କଜିନୀ ପ୍ରଧାନ ଓ ତାଙ୍କ ପୁଅ ଅବନୀ ରୁହନ୍ତି । ଅବନି ବାରମ୍ବାର ଅସାମାଜିକ କାମରେ ଲିପ୍ତ ରହୁ ଥିବାରୁ ଗାଁ ଲୋକ ଅବନି କିମ୍ବା ତାଙ୍କ ମା’ଙ୍କ ସହ ଚଳନ୍ତି ନାହିଁ । ତେବେ ଗତ କିଛି ଦିନ ହେଲା ଗାଁ ଲୋକ ଅବନିଙ୍କ ମା ପଙ୍କଜିନୀଙ୍କ ଦେଖାଅ ପାଇ ନଥିବା ବେଳେ ଗତକାଲି ଅବନିଙ୍କ ଘର ପଛ ପଟରୁ ଦୁର୍ଗନ୍ଧ ଆସୁଥିବା ଜାଣି ସନ୍ଦେହ କରିଥିଲେ । ଗାଁ ଲୋକଙ୍କ ଠାରୁ ସୁଚନା ପାଇ ଅବନିଙ୍କ ମାମୁଁ ଘର ଲୋକ ଆସି ପଚରାଉଚୁରା କରିବାରୁ ମା’ଙ୍କ ଅସୁସ୍ଥତା କାରଣରୁ ମୃତ୍ଯୁ ହୋଇଛି ଏବଂ ମୃତ୍ଯୁ ପରେ ଘର ପଛ ପଟ ଖୋଲା କୁଅରେ ମାଟି ଖୋଳି ପୋତି ଦେଇଥିବା ଅବନି କହିଥିଲା । ତେବେ ମାମୁଁ ଘର ଲୋଅକଙ୍କୁ ସନ୍ଦେହ ହେବାରୁ ସେମାନେ କିଶୋରନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଅବନିକୁ ଆଟକ ରଖିବା ସହ ସାଇଣ୍ଟିଫିକ ଟିମ ସହାୟତାରେ ମାଟି ଖୋଳି ମୃତଦେହ ଉଦ୍ଧାର କରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ବ୍ଯବଛେଦ ପାଇଁ ପଠାଇଛି । ଶବ ବ୍ଯବଛେଦ ରିପୋର୍ଟ ଆସିବା ପରେ ମୃତ୍ଯୁର କାରଣ ଜଣା ପଡିବ ବୋଲି କିଶୋରନଗର ଥାନା ଅଧିକାରୀ ବିଭୁତି ପ୍ରଧାନ କହିଛନ୍ତି । ତେବେ ମା’କୁ ଭତ୍ତା ଟଙ୍କା ମାଗିବା ପରେ ମା ଟଙ୍କା ନ ଦେବାରୁ ଠେଙ୍ଗାରେ ବାଡେଇ ବାଡେଇ ମାରି ଦେବା ପରେ ଘର ବାରିପଟେ ଥିବା ଭଙ୍ଗା ଖୋଲା କୂଅରେ ପୋତି ଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ଥାନା ଅଧିକାରୀଙ୍କ କହିବା କଥା ଶବ ବ୍ଯବଛେଦ ରିପୋର୍ଟ ଓ ସାଇଣ୍ଟିଫିକ ଟିମ ରିପୋର୍ଟ ଆସିବା ପରେ ଏହା ହତ୍ଯା ନା ବାର୍ଦ୍ଧକ୍ଯ ଜନିତ ମୃତ୍ଯୁ ତାହା ସ୍ପଷ୍ଟ ହୋଇ ପାରିବ । Advertisement
ପୁଅର ମୁଥ ମାଡରେ ମା’ର ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ନିଶା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସାମାନ୍ୟ କିଛି ଟଙ୍କା ପାଇଁ ନିଜ ଜନ୍ମ…
ଭଉଣୀକୁ ହତ୍ୟା ଘଟଣାରେ ଭାଇ ସମେତ ତିନି ଗିରଫ ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଲଙ୍ଗୁଳିଆବେଡ଼ା ଗ୍ରାମରେ ଘର ସମ୍ପତ୍ତିରେ ଭାଗକୁ ନେଇ ଭଉଣୀକୁ ହତ୍ୟା ଘଟଣାରେ ପୁଲିସ ଅଭିଯୁକ୍ତ ଭାଇ ସମେତ…
ନକଲି ଓକିଲ ଥାନାରେ ଅଟକ ଅନୁଗୁଳ – ଅନୁଗୁଳ ସବ ରେଜଷ୍ଟ୍ରି ଅଫିସରୁ ନକଲି ଓକିଲ ଠାବ କରି ପୁଲିସର ଜିମା ଦେଲେ ଓକିଲ ସଂଘ ସଭାପତି ଦିଲ୍ଲୀପ ସାହୁ । ସୂଚନା…