ଅପରାଧ ବାପାଙ୍କୁ ପିଟିପିଟି ହତ୍ଯା କଲା ପୁଅ Angul OnlineMarch 2, 2024March 2, 2024 ଅନୁଗୁଳ – ଠେଙ୍ଗାରେ ପିଟି ପିଟି ବାପାକୁ ହତ୍ୟା କଲା ପୁଅ । ହତ୍ୟା କରିବା ପରେ ଚଦରରେ ଘୋଡେ଼ଇ ଫେରାର ମାରିଲା ହତ୍ଯାକାରୀ ପୁଅ । ହତ୍ୟାର ପ୍ରାୟ ୧୨ ଘଣ୍ଟା ପରେ ଖବର ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି, ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ନୂଆଭୂଇଁ ଗାଁରେ । ସୂଚନା ଅନୁସାରେ ନୂଆଁଭୁଇଁ ଗାଁର ବଳରାମ ଭୋଇ ଓ ତାଙ୍କ ବାପା ବିପ୍ରବର ଭୋଇ ରହୁଥିଲେ । ଏକାଠି ରହୁଥିଲେ ମଧ୍ୟ ଅନେକ ସମୟରେ ବଳରାମ ବାପା ବିପ୍ରବରଙ୍କୁ ଗାଳି ଗୁଲଜ ଓ ମାଡପିଟ୍ କରିଥାନ୍ତି । ଗତ କାଲି ସନ୍ଧ୍ୟାରେ ମଧ୍ୟ ବଳରାମ ତାଙ୍କ ବାପାଙ୍କ ସହିତ ଝଗଡ଼ା କରିବା ସହ ମାଡ଼ପିଟ୍ କରିଥିଲେ । ତେବେ ସକାଳୁ ବଳରାମଙ୍କର ଦେଖା ନଥିବା ବେଳେ ସନ୍ଧ୍ୟାରେ ବାପାଙ୍କ ମୃତ ଦେହ ଘର ଭିତରେ ପଡିଥିବା ଗାଁ ଲୋକ ଦେଖିବାକୁ ପାଇଥିଲେ । ତୁରନ୍ତ ସେମାନେ ପୁଲିସକୁ ଏ ସମ୍ପର୍କରେ ସୂଚନା ଦେବା ସହ ବଳରାମ ତାଙ୍କ ବାପା ବିପ୍ରବରଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ହତ୍ୟାକାରୀ ପୁଅ ବଳରାମ ଫେରାର ହୋଇ ଯାଇଥିବା ପୁଲିସ କହିଛି । Advertisement
ଯୁବକଙ୍କୁ ପଥରରେ ଛେଚି ହତ୍ଯା ଅଭିଯୋଗ ତାଳଚେର – ତାଳଚେର ଡେରା ପାଣିହାଟିଙ୍ଗ ନିକଟରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା ପରେ ରେଳ ଧାରଣା କଡ଼ରେ ଥିବା ଡ୍ରେନକୁ କେହି ଦୁର୍ବୃତ୍ତ ଫିଙ୍ଗି ଦେଇଥିବା…
ଘର ଭିତରେ ମହିଳାଙ୍କୁ ବାନ୍ଧି ଲକ୍ଷାଧିକ ଟଙ୍କା ମୂଲ୍ୟର ଗହଣା ଓ ଟଙ୍କା ଲୁଟ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ବାଲୁଙ୍ଗା ଗାଁରେ ଏକୁଟିଆ ଥିବାର ସୁଯୋଗ ନେଇ ଘର ଭିତରେ ଜଣେ ମହିଳାଙ୍କୁ ବାନ୍ଧି ଟଙ୍କା, ସୁନା…
ମଦ ଦୋକାନରୁ ଲକ୍ଷାଧିକ ଟଙ୍କା ଆତ୍ମସାତ କରି କର୍ମଚାରୀ ଗିରଫ ଅନୁଗୁଳ – ମଦ ଦୋକାନରୁ ଟଙ୍କା ଆତ୍ମସାତ ଅଭିଯୋଗରେ ସେହି ମଦ ଦୋକାନର ଜଣେ କର୍ମଚାରୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସମ୍ପୃକ୍ତ…