ଧାର ୧୫ ଶହ ଟଙ୍କାକୁ ନେଇ ଛୁରା ମାଡ଼ – ୩ ଗୁରୁତର

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ଚାଉଁରିଆପାଳ ଗାଁରେ ୧୫ଶହ ଟଙ୍କା ଉଧାର ଘଟଣାକୁ ନେଇ ଛୁରା ମାଡ଼ । ବିଲମ୍ବିତ ରାତିରେ ହୋଇଥିବା ଏହି ଛୁରା ମାଡ଼ରେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନେ ହେଲେ ଖାମର ଗାଁର ପିନୁ ନାୟକ, ସୁକାନ୍ତ ମାଝୀ ଓ କୁକୁରପେଟା ଗାଁ ବିଷ୍ଣୁ ପ୍ରଧାନ ।

ସୂଚନା ଅନୁସାରେ, ଖାମର ଗାଁର ପିନୁ ନାୟକ, ସୁକାନ୍ତ ମାଝୀ, କୁକୁରପେଟା ଗାଁ ବିଷ୍ଣୁ ପ୍ରଧାନ ଓ ଚାଉଁରିଆପାଳ ଗାଁର ବୁଲୁ ସାହୁ ଟ୍ରକ ଚାଳକ ଭାବେ କାର୍ଯ୍ୟକରନ୍ତି । ଦଶହରା ପାଇଁ ଘରକୁ ଆସିଥିବା ବେଳେ ଗତ କାଲି ସନ୍ଧ୍ୟାରେ ବାଗଡିଆଠାରେ ମଦ୍ୟପାନ କରି ବିଷ୍ଣୁଙ୍କ ଠାରୁ ବୁଲୁ ନେଇଥିବା ୧୫ଶହ ଉଧାର ଟଙ୍କାକୁ ନେଇ ଝଗଡା ହୋଇଥିଲା । କିଛି ସମୟରେ ପରେ ଉଭୟଙ୍କ ମଧ୍ୟରେ ଝଗଡାର ଆପୋଷ ସମାଧାନ ହୋଇଥିଲା । ସମାଧାନ ପରେ ପିନୁ, ସୁକାନ୍ତ ଓ ବିଷ୍ଣୁ ଏକ ଏକ ମୋଟରସାଇକେଲରେ ଚାଉଁରିଆପାଳ ଗାଁକୁ ଯାଇ ସେଠାରେ ମଦ୍ୟ ପାନ କରିଥିଲେ । ଏହି ସମୟରେ ବୁଲୁ ସାହୁ ହାତରେ ଏକ ଛୁରୀ ଧରି ୩ ଜଣଙ୍କୁ ଅତର୍କିତ ଭାବେ ଆକ୍ରମଣ କରି ସେଠାରୁ ଫେରାର ହୋଇଯାଇଥିଲା । ଖବର ପାଇଁ ବାଗଡିଆ ଥାନା ପୁଲିସ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମାନଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏନେଇ ବାଗଡିଆ ପୁଲିସ ଘଟଣାର ତଦନ୍ତ ଚଳାଇଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page