ଅପରାଧ କବାଟ ଭାଙ୍ଗି ୪ ଲକ୍ଷ ଟଙ୍କା , ୭୧ ଭରି ସୁନା ,୨୧ ଭରି ରୁପା ଚୋରି Angul OnlineAugust 31, 2023August 31, 2023 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସାଉଥବଲଣ୍ଡାର ଏକ କ୍ବାଟରରରେ ବିଳମ୍ବିତ ରାତିରେ ଏକ ବଡ ଧରଣର ଚୋରି ହୋଇଛି । କ୍ବାଟରର କବାଟ ଭାଙ୍ଗି ୪ ଲକ୍ଷ ୧୦ ହଜାର ଟଙ୍କା , ୭୧ ଭରି ସୁନା ,୨୧ ଭରି ରୁପା ଚୋରି କରି ନେଇ ଯାଇଛନ୍ତି ଦୁର୍ବୃତ୍ତ । ସୂଚନା ଅନୁସାରେ ନତଡା ଗାଁର ସୁଦର୍ଶନ ନାୟକ ଏମ୍ ସି ଏଲ୍ ରେ ଚାକିରୀ କରୁଥିବା ବେଳେ ସାଉଥବଲଣ୍ଡାର କ୍ୱାଟର ନମ୍ବର ବି- 52 ରେ ରୁହନ୍ତି । ତେବେ ଗତକାଲି ସେ ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ କ୍ୱାଟରରେ ତାଲା ପକାଇ ନତଡା ଗାଁକୁ ଯାଇଥିଲେ । ଆଜି ସକାଳେ ସେ କ୍ବାଟରକୁ ଫେରି କାଵଟ ଭଙ୍ଗା ଯାଇଥିବା ଦେଖିଥିଲେ । ଭିତରକୁ ଯାଇ ଦେଖିବା ବେଳକୁ ଘରର ଆଲମାରୀ ଓ ଅନ୍ୟାନ୍ୟ ଆସବାଵ ପତ୍ର ଭଙ୍ଗା ହୋଇଥିବା ବେଳେ ଲକ୍ଷାଧିକ ଟଙ୍କା , ଘରେ ଥିବା ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏ ନେଇ ସେ କୋଲିଆରୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି । ତେବେ କବାଟ ଭାଙ୍ଗି ଘରେ ପଶି ଏତେ ବଡ଼ ଚୋରି ଘଟଣା ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି । Advertisement
କାର ପୋଡ଼ିଦେଲେ ଦୁବୃତ୍ତ ଅନୁଗୁଳ – ସାମାନ୍ୟ କଳହରୁ ଘର ନିକଟରେ ରଖିଥିବା କାର ପୋଡ଼ିଦେଲେ ଦୁବୃତ୍ତ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ତଳମୂଳ ଗାଁରେ ଘଟିଛି । ସୂଚନା…
ଓପିଟିସିଏଲରେ ଚାକିରି ନାଁରେ ଠକେଇ – ୨ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଚାକିରି ଦେବା ନାଁରେ ୫ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ କରି…
୩ ଲକ୍ଷ ୯୯ ହଜାର ଲୁଟିନେଲା ଅଜଣା ସାଇବର ଠକ ତାଳଚେର – ସାଇବର ଲୁଟେରାଙ୍କୁ ଦୌରାତ୍ମ କମୁ ନାହିଁ । ଯାହା ଫଳରେ ପ୍ରାୟ ପ୍ରତ୍ୟେକ ଦିନ ଏହି ଲୁଟେରାଙ୍କ ଶିକାର ହେଉଛନ୍ତି ସାଧାରଣ ଲୋକ ।…