ଅପରାଧ ନାବାଳକଙ୍କ ଠାରୁ ଚୋରି ମୋଟରସାଇକେଲ ଉଦ୍ଧାର Angul OnlineNovember 9, 2022November 9, 2022 ଅନୁଗୁଳ – ଅନୁଗୁଳ ସହର ଓ ଏହାର ଆଖପାଖ ଅଞ୍ଚଳରୁ ବିଭିନ୍ନ ସମୟରେ ମୋଟରସାଇକେଲ ଚୋରି ହେଉଥିବା ବେଳେ ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି । ତେବେ ଏହି ଚୋରି ରାକେଟରେ ନାବାଳକ ସାମିଲ ଥିବା ଜଣା ପଡ଼ିଛି । ଅନୁଗୁଳ ସଦର ପୁଲିସ ବୁଧବାର ୩ ଜଣ ନାବାଳକଙ୍କଠାରୁ ୬ଟି ଚୋରି ମୋଟରସାଇକେଲ ଉଦ୍ଧାର ପରେ ଏ କଥା ସ୍ପଷ୍ଟ ହୋଇଛି । ସୂଚନା ଅନୁସାରେ , ସଦର ଥାନା ଅନ୍ତର୍ଗତ କରଡ଼ାଗାଡ଼ିଆ ଗାଁର ଧୃବ ଚରଣ ଦାସଙ୍କ ଘରୁ ସେପ୍ଟେମ୍ବର ୨୯ ତାରିଖ ରାତିରେ ୨ଟି ମୋଟରସାଇକେଲ ଚୋରି ହୋଇଥିଲା । ସେହିଭଳି ପ୍ରଗତିନଗରରୁ ସୌମ୍ୟ ରଞ୍ଜନ ଜେନାଙ୍କର ଗୋଟିଏ ୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ବିଏମଡବ୍ଲୁ ମୋଟରସାଇକେଲ ଚୋରି ହୋଇଥିଲା । ଏ ଦୁଇ ମୋଟରସାଇକେଲ ଚୋରି ଅଭିଯୋଗ ହେବା ପରେ ପୁଲିସ ଘଟଣାର ଛାନଭିନ କରିଥିଲା । ତଦନ୍ତ ବେଳେ ଅନୁଗୁଳ ଗାଣ୍ଡୁ ପଡ଼ିଆରେ ରହୁଥିବା ହଣ୍ଡପା ଥାନା ଅଞ୍ଚଳର ଜଣେ ଓ ଠାକୁରଗଡ଼ ଥାନା ଅଞ୍ଚଳର ୨ ଜଣ ନାବାଳକଙ୍କ ଘରେ ଚଢ଼ାଉକରି ୩ ଟି ଚୋରି ମୋଟରସାଇକେଲ ଜବତ କରିଥିଲା । ଏହା ସହ କଣିହାଁ ଥାନା ଅନ୍ତର୍ଗତ ବଂଶମୁଣ୍ଡା ଗାଁର ସମୟ ନାଏକ ଓ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଘରୁ ୨ଟି ମୋଟରସାଇକେଲ ଜବତ କରିଥିଲା । ସମୟ ଓ ପ୍ରକାଶ ଏହି ନାବାଳକ ମାନଙ୍କ ଠାରୁ ଚୋରି ମୋଟରସାଇକେଲ କିଣିଥିବା ପୁଲିସ ସୂଚନା ଦେଇଛି ପୁଲିସ ୩ ନାବାଳକଙ୍କୁ ସ୍ବଧାର ଗୃହକୁ ପଠାଇଥିବା ବେଳେ ଚୋରି ବାଇକ୍ କିଣିଥିବା ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି । Advertisement
ମାରଣାସ୍ତ୍ର ଓ ଟଙ୍କା ସହ ପାଞ୍ଚ ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଦ୍ୱାରା ପାଞ୍ଚ ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ସହ ଏକ…
ଶ୍ରମିକ କାର୍ଡ କରାଇବା ନେଇ ଲକ୍ଷାଧିକ ଟଙ୍କା ଠକେଇ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଗୋହିରାପଶି ଗ୍ରାମର ଜଣେ ଯୁବକ ଶ୍ରମିକ କାର୍ଡ କରାଇଦେବା କହି ଲକ୍ଷାଧିକ ଟଙ୍କା ହଡପ କରିଥିବା ଛେଣ୍ଡିପଦା…
ଦୁର୍ଗା ବିହାର ଅଞ୍ଚଳରୁ ବଡ଼ ଧରଣର ଚୋରି ଅନୁଗୁଳ – ଅନୁଗୁଳ ତୁରଙ୍ଗ ଦୁର୍ଗା ବିହାର ଅଞ୍ଚଳରୁ ଏକ ବଡ଼ ଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଘରେ କେହି ନଥିବା ବେଳେ ଘର…