କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ଅସହଯୋଗ ଆନ୍ଦୋଳନ

ଅନୁଗୁଳ – ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ କ୍ୟାଡର ପୁନର୍ଗଠନ,ଗ୍ରେଡ ପେ ତଥା ଅନ୍ୟାନ୍ୟ ଦାବି ପୁରଣରେ ଉଦ୍ଦେଶ୍ୟ ମୂଳକ ବିଳମ୍ଭ ପ୍ରତିବାଦରେ ଅସହଯୋଗ ଆନ୍ଦୋଳନ । ଏହି କ୍ରମରେ ଅନୁଗୁଳ ଜିଲ୍ଲାର ସମସ୍ତ କର୍ମଚାରୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହ ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ଦାବି ସମ୍ପର୍କରେ ପୂର୍ବରୁ ନୋଟିସ ଦିଆ ଯାଇଥିଲେ ମଧ୍ୟ କୃଷି ବିଭାଗ ଅଦ୍ୟାବଧି କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଉ ନାହିଁ। ତେଣୁ ସଂଘ ନିଷ୍ପତ୍ତି ଅନୁଯାୟୀ ୧୩ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତି ପୂର୍ଣ୍ଣ ଭାବେ ଧାରଣା ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହା ସତ୍ୱେ ଦାବି ପୂରଣ ନହେଲେ ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି ଚେତାବନୀ ଦିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page