ସମସ୍ୟା କ୍ଷତିଗ୍ରସ୍ତ ପ୍ରଜାଙ୍କର ଆନ୍ଦୋଳନ Angul OnlineFebruary 13, 2023February 13, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ସମଲ ବ୍ୟାରେଜ ବ୍ରାହ୍ମଣୀ କ୍ଷତିଗ୍ରସ୍ତ ବାସଚ୍ୟୁତ ପ୍ରଜାସଙ୍ଘ ପକ୍ଷରୁ ବିଭିନ୍ନ ଦାବି ନେଇ ରେଙ୍ଗାଳୀ ଜଳ ସେଚନ ପ୍ରକଳ୍ପର ଭୁ-ଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା । ସମଲ ବ୍ୟାରେଜ ଦ୍ୱାରା କ୍ଷତିଗ୍ରସ୍ତ ୬ ଖଣ୍ଡ ଗ୍ରାମର ଥଇଥାନ ନିମନ୍ତେ ଆଗାମୀ ୧୭ ତାରିଖରେ ହେବାକୁ ଥିବା ବୈଠକ ପାଇଁ କ୍ଷତିଗ୍ରସ୍ତ ପ୍ରଜାଙ୍କ ପକ୍ଷରୁ କୌଣସି ପ୍ରତିନିଧିଙ୍କ ନାମ ନଥିବା ନେଇ ଅଭିଯୋଗ କରିଛି ବ୍ରାହ୍ମଣୀ କ୍ଷତିଗ୍ରସ୍ତ ବାସଚ୍ୟୁତ ପ୍ରଜାସଙ୍ଘ । କ୍ଷତିଗ୍ରସ୍ତ ପ୍ରଜାମାନଙ୍କୁ RRC ବୈଠକରେ ପ୍ରତିନିଧିତ୍ୱ କରିବାକୁ ଦିଆଗଲେ ସେମାନେ ସେମାନଙ୍କର ମୁଖ୍ୟ ସମସ୍ୟା ଗୁଡିକୁ ଉପସ୍ଥାପନା କରି ସମସ୍ୟାର ସମାଧାନ କରିପାରିବେ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶତାଧିକ କ୍ଷତିଗ୍ରସ୍ତ ପ୍ରଜାଙ୍କ ପକ୍ଷରୁ ତାଳଚେର ଠାରେ ଥିବା ରେଙ୍ଗାଳୀ ସ୍ଵତନ୍ତ୍ର ଭୁ ଅର୍ଜନ ପୁନର୍ବାସ ଓ ଥଇଥାନ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଖୁବ ଶୀଘ୍ର ବାସଚ୍ୟୁତ ସଙ୍ଘର ପ୍ରତିନିଧିଙ୍କ ନାମକୁ କମିଟିରେ ଯୋଡ଼ା ନଗଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ସହ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆତ୍ମହୁତି ଦେବାକୁ ଚେତାବନୀ ଦେଇଛି ବ୍ରାହ୍ମଣୀ କ୍ଷତିଗ୍ରସ୍ତ ବାସଚ୍ୟୁତ ପ୍ରଜାସଙ୍ଘ । Advertisement
ଫ୍ଲାଏ ଓଭର ନିର୍ମାଣକୁ ନେଇ ପ୍ରଶାସନ ଗ୍ରାମବାସୀ ମୁହାଁମୁହିଁ – ୧୭ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଦିଘି ଗ୍ରାମରେ ଜମି ଅଧଗ୍ରହଣ ବେଳେ ଗ୍ରାମବାସୀ ଓ ପ୍ରଶାସନ ଅଧିକାରୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା ।…
ମ୍ୟାଲେରିଆ ଆତଙ୍କ , ସ୍ଥିତି ଅନୁଧ୍ୟାନ କଲେ ଉପ-ଜିଲ୍ଲାପାଳ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ପାଉଡିଭୂଇଁୟା ଅଞ୍ଚଳରେ ମ୍ୟାଲେରିଆ ଆତଙ୍କ। ନଗିରା ପଞ୍ଚାୟତରେ ଥିବା ସିବିଡା ଶିକ୍ଷାନିକେତନ ଜନଜାତି ହଷ୍ଟେଲର ପ୍ରାୟ ୧୦ ଛାତ୍ରଛାତ୍ରୀ ମ୍ୟାଲେରିଆରେ…
ତହସିଲ କାର୍ଯ୍ୟାଳୟ ସମୁଖରେ ୯ ଦଫା ଦାବି ନେଇ ଗ୍ରାମବାସୀଙ୍କ ବିକ୍ଷୋଭ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ତହସିଲ ଅନ୍ତର୍ଗତ କାରଡାବାହାଳ, ଥଳିପଶି, ବିମ୍ବାଧରପୁର, ବ୍ରାହ୍ମଣବିଲ ଆଦି ମୈାଜାରେ ଥିବା ନୟନୀ କୋଲ ବ୍ଲକ୍କୁ କୋଇଲା ଉତ୍ତୋଳନ ପାଇଁ…