ରାଜନୀତି ଛେଣ୍ଡିପଦାରୁ ସୁଶାନ୍ତ , ପାଲଲହଡାରୁ ମୁକେଶ , ସମ୍ବଲପୁର ସାସଂଦ ଭାବେ ଲଢିବେ ବବି Angul OnlineMarch 27, 2024March 27, 2024 ଅନୁଗୁଳ – ସବୁ ଅପେକ୍ଷାର ହେଲା ଅନ୍ତ । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି । ବିଧାନସଭା ଓ ଲୋକସଭା ପ୍ରାର୍ଥୀ ତାଲିକା ବିଜେଡି ଘୋଷଣା କରିଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ପାର୍ଥୀ ତାଲିକା ଘୋଷଣା କରିଛନ୍ତି । ଜନ ସାଧାରଣଙ୍କ ଆଶୀର୍ବାଦ କାମନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାର୍ଥୀ ତାଲିକା ଘୋଷଣା କରିଛନ୍ତି । ଏହି କ୍ରମରେ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ନିର୍ବାଚନ ମଣ୍ଡଳି ପାଇଁ ସୁଶାନ୍ତ ବେହେରାଙ୍କ ନାମ ଘୋଷଣା କରା ଯାଇଛି । ସେହିଭଳି ପାଲଲହଡା ନିର୍ବାଚନ ମଣ୍ଡଳି ପାଇଁ ମୁକେଶ ପାଳଙ୍କ ଉପରେ ଦଳ ପୁଣି ଥରେ ଆସ୍ଥା ପ୍ରକଟ କରିଛି । ତେବେ ଆଜି ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ସମ୍ବଲପୁର ଲୋକସଭା କ୍ଷେତ୍ର ପାଇଁ ପ୍ରଣବ ପ୍ରକାଶ ଦାସ (ବବି ଦାସ୍) ଙ୍କ ନାମ ଘୋଷଣା କରା ଯାଇଛି । ଯାହା ଫଳରେ ସମ୍ବଲପୁରରେ ଏକ ବିଗ ଫାଇଟ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । କାରଣ ପୁର୍ବରୁ ବିଜେପି ଘୋଷଣା କରିଥିବା ନାମ ତାଲିକା ଅନୁସାରେ ବବିଙ୍କ ବିରୁଦ୍ଧରେ କେନ୍ଦ୍ର ମନ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି । Advertisement
ଟିକା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଲେ ଉପ-ବାଚସ୍ପତି ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଯେଉଁଭଳି ଭାବେ କରୋନାର ଦ୍ୱିତୀୟ ଲହରୀ ଭୟାନକ ପରିସ୍ଥିତି ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି ଅନୁଗୁଳ ବିଧାୟକ ତଥା…
ବିଜେପିରେ ଯୋଗଦେଲେ ଦିଲ୍ଲୀପ ଏବଂ ସୁନୀଲ ଅନୁଗୁଳ – ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇ ଉଠିଛି । ନିଜ ନିଜ ଦଳର ପତିଆରା କେମିତି ଜାହିର ହେବ ସେଥିପାଇଁ ସମସ୍ତ ଚେଷ୍ଟା…
ତିନି ପ୍ରମୁଖ ଦଳର ଜିଲ୍ଲା ପରିଷଦ ପ୍ରାର୍ଥିଙ୍କ ନାମ ଘୋଷଣା ଅନୁଗୁଳ – ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସବୁଠି ମାହୋଲ ସରଗରମ ହେଲାଣି । ସରପଞ୍ଚ , ସମିତିସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ନାମାଙ୍କନ ପାତ୍ର…