ମା’ଙ୍କ ପାଖକୁ ଆସିବା ମୋର ସୌଭାଗ୍ୟ: ମୁଖ୍ୟ ଅତିଥି ଶ୍ରୀ ସାମନ୍ତ
ତାଳଚେର – ତାଳଚେରର ଗର୍ବ ଓ ଗୌରବ, ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ ୨୨ତମ ଲୋକ ମହୋତ୍ସବ ଚତୁର୍ଥ ଦିବସରେ ପହଞ୍ଚିଛି। ଚତୁର୍ଥ ସନ୍ଧ୍ୟାରେ ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ହସ୍ତ ଶିଳ୍ପ, ଓଡିଶା ମାନ୍ୟବର ସହଯୋଗ, ହସ୍ତ ତନ୍ତ୍ର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ , ସମ୍ମାନିତ ଅତିଥି ଭାବେ ଅଶୋକ କୁମାର ମହାନ୍ତି ପାଲଲହଡ଼ା ବିଧାୟକ ଏବଂ ଅଧକ୍ଷ ଜିଲ୍ଲା ଯୋଜନା କମିଟି, ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତୀମୟ , ଉଦୟ କୁମାର ମହାପାତ୍ର ଅତିରିକ୍ତ ଜିଲ୍ଲାପାଳ, ରାଜସ୍ଵ ଅନୁଗୁଳ ,ରବୀନ୍ଦ୍ର ପଟେଲ ,ଉପଜିଲ୍ଲାପାଳ, ପାଲଲହଡା ମାୟାଧର ବେହେରା ଉପଜିଲ୍ଲାପାଳ, ଅନଗୁଳ , ଉପେନ୍ଦ୍ର ଲୋହା, ଉପଜିଲ୍ଲାପାଳ, ଆଠମଲ୍ଲିକ , ବିଜୟ ଚାନ୍ଦ ଇ. ଡି, ଏନ୍.ଟି.ପି.ସି,ରୋହିତ କୁମାର ଏ.ଜି.ଏମ୍ (ଏଚ. ଆର୍), ଏନ୍.ଟି.ପି. ସି,ତାଳଚେର,ସଂଜିତ କୁମାର ସେନାପତି , ଡି.ଜି.ଏମ୍ ( ଏଚ.ଆର୍ ) ଏନ୍.ଟି.ପି. ସି,ତାଳଚେର, ସକିଲ ଅହମ୍ମଦ ଡି.ଜି.ଏମ୍ ( ଏଚ.ଆର୍ ) ଏନ୍.ଟି.ପି. ସି,ତାଳଚେର ଅତିଥି ଭାବେ ଯୋଗ ଦେଇଥିଲେ ।

ଗୋପାଳ ପ୍ରସାଦ ପୀଠରେ ଶ୍ରଦ୍ଧାଳୁଙ୍କ ଜନସମୁଦ୍ର ଛୁଟିଥିବା ବେଳେ ସାଂସ୍କୃତିକ ସନ୍ଧ୍ୟାରେ ଶୁଭିଛି ଆତ୍ମନିର୍ଭରଶୀଳତାର ସ୍ୱର। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ସାମନ୍ତ ଜନସାଧାରଣଙ୍କୁ ସ୍ୱଦେଶୀ ଦ୍ରବ୍ୟର ବ୍ୟବହାର ପାଇଁ ଏକ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। “ଦେଶର ଟଙ୍କା ଦେଶରେ ରହୁ”: ବୋଲି ଉଦ୍ବୋଧନ ଦେଇ ଶ୍ରୀ ସାମନ୍ତ କହିଥିଲେ ଯେ, “Vocal for Local” କେବଳ ଏକ ସ୍ଲୋଗାନ ନୁହେଁ, ଏହା ଦେଶକୁ ସମୃଦ୍ଧ କରିବାର ଏକ ମାଧ୍ୟମ। ଆମେ ସମସ୍ତେ ସ୍ୱଦେଶୀ ଦ୍ରବ୍ୟ ପ୍ରସ୍ତୁତ କରିବା, ବିକ୍ରୟ କରିବା ଏବଂ କିଣିବା ଉଚିତ। ଏହାଦ୍ୱାରା ଦେଶର ଟଙ୍କା ଦେଶରେ ରହିବ ଏବଂ ସ୍ଥାନୀୟ କାରିଗରମାନେ ଉପକୃତ ହେବେ। ସ୍ୱଦେଶୀ ଦ୍ରବ୍ୟର ଆଦୃତି ବଢ଼ିଲେ ହିଁ ଭାରତ ଆତ୍ମନିର୍ଭର ହୋଇପାରିବ ବୋଲି ସେ ମତ ଦେଇଥିଲେ।

ଚତୁର୍ଥ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ପବିତ୍ର ମୋହନ କଳାନିକେତନ , ଜ୍ଞାନନ୍ଦ କଳାକେନ୍ଦ୍ର, ଆର୍.ଏମ୍ ଡାନ୍ସ ଗ୍ରୁପ ,ଡାନ୍ସ ଲେସନ ,ଶ୍ରୀ କଳା ମନ୍ଦିର କଟକ ସିଂହମ୍ , ବାଙ୍କୀ , ଦ୍ୱିତୀୟ ପର୍ଯ୍ୟାୟରେ ଅଞ୍ଜଳି ରଥ ,କୁମାର ସତ୍ୟବ୍ରତ ଓ ଡାନ୍ସ ଗ୍ରୁପ୍ ସହିତ ମା’ ଲୋ ମା ଭଜନରେ ଏଣ୍ଟ୍ରି ନେଲେ ଓଡ଼ିଶାର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ତଥା ଯୁବ ସେନ୍ ସେସନ୍ ସୌରଭ ଭରଦ୍ୱାଜ ପରିଶେଷରେ ଜଗନ୍ନାଥଙ୍କ ଭଜନରେ ଭାବବିହ୍ଵଳ ହୋଇଥିଲେ ଦର୍ଶକ। ମହୋତ୍ସବ ପଡ଼ିଆରେ ଆଜି ରେକର୍ଡ ସଂଖ୍ୟକ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
ତାଳଚେର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଆଶିଷ ରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସନ୍ଧ୍ୟା ଅତ୍ୟନ୍ତ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା। ଏସଡିପିଓ ଏବଂ ପୋଲିସ ବଳ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଇଥିଲେ। ପରିଶେଷରେ ସମସ୍ତ ଅତିଥି ଓ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା।

