ତାଳଚେର ରହିଲା ବନ୍ଦ

ତାଳଚେର- ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଥିବା ଯୁବତୀଙ୍କ ପରିବାରକୁ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆ ଯାଇଥିଲା। ବନ୍ଦରେ ୧୦ ଟି ସଂଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ। ୧୦ ଦଫା ଦାବି ନେଇ ଏହି ବନ୍ଦ ଡାକରାରେ ତାଳଚେରର ସମସ୍ତ ଦୋକାନ ବଜାର ବନ୍ଦ ରାଗିବା ସହ ଗାଡି ଚଳାଚଳ ବନ୍ଦ ରହିଥିଲା । ଯୁବତୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ପୁଲିସ କେବଳ ଜଣେ ଅଭିଯୁକ୍ତ କୁ ଗିରଫ କରି ଦାୟିତ୍ଵ ତୁଲାଇ ଦେଇଥିବା ଦର୍ଶାଉଥିବା ବେଳେ ଏହି ଘଟଣାରେ ଆଉ କିଛି ଅପରାଧୀଙ୍କ ହାତ ଥିବା ସନ୍ଦେହ କରି ସିବିଆଇ ତଦନ୍ତ ଦାବି କରିଛି ମହାମଞ୍ଚ । ତତ୍ ସହିତ ଯେଉଁ ମହିଳା ରେଳବାଇ ଫାଣ୍ଡି ଅଧିକାରୀ ତଦନ୍ତ କରିବା ପରିବର୍ତ୍ତେ ସୁଭଦ୍ରାଙ୍କ ବାପା ଆଉ ଭାଇଙ୍କୁ ଏ ଥାନାରୁ ସେ ଥାନାକୁ ଦୌଡାଇ ଥିଲେ ତାଙ୍କ ଉପରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦାବି କରିଥିଲେ । ସେଇପରି ତାଳଚେର ଅଞ୍ଚଳରେ ପେଟ୍ରୋଲିଂ ବୃଦ୍ଧି ସହ ରେଳ ଷ୍ଟେସନ ଗୁଡ଼ିକୁ ଥିବା ରାସ୍ତାରେ ଲାଇଟ୍ ଏବଂ କ୍ୟାମେରା ଆଦି ଲଗାଇବା ଭଳି ବିଭିନ୍ନ ଦାବି ନେଇ ତାଳଚେର ବନ୍ଦ କରିଥିଲା ମହାମଞ୍ଚ । ଏହି ବନ୍ଦକୁ ସମର୍ଥନ କରିଛନ୍ତି ତାଳଚେର ବାସିନ୍ଦା । ସମସ୍ତ ଦୋକାନ ବଜାର ବନ୍ଦ ରଖିବା ସହ ଦୋଷୀକୁ କଠୋର ଦଣ୍ଡ ବିଧାନ ପାଇଁ ଦାବି କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page