୨୦୨୭ ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା

ଅନୁଗୁଳ – କୋଲ୍‌ ଇଣ୍ଡିଆ ଲିଃ, ଗେଲ୍‌ ଇଣ୍ଡିଆ ଲିଃ, ରାଷ୍ଟ୍ରୀୟ କେମିକାଲ୍‌ ଆଣ୍ଡ ଫର୍ଟିଲାଇଜର୍‌ ତଥା ଏଫ୍‌ସିଆଇ ସହଯୋଗରେ ପରିଚାଳିତ ହେଉଥିବା ତାଳଚେର ସାର କାରଖାନାରେ କୋଇଲା ବାଷ୍ପୀକରଣ କରାଯାଇ ବାର୍ଷିକ ୧.୨୨ ମିଲିୟନ ଟନ୍‌ ୟୁରିଆ ସାର ଉତ୍ପାଦନ କରାଯିବ। ବର୍ତ୍ତମାନଏହାର ୭୦ ପ୍ରତିଶତ କାମ ଶେଷ ହୋଇଥିବା ବେଳେ ଏହା ୨୦୨୭ ଡିସେମ୍ବର ମାସରେ କାର୍ଯ୍ୟକ୍ଷମ ହେବ ବୋଲି ଏକ ପ୍ରେସ୍‌ ବାର୍ତ୍ତାରେ ସୂଚନା ଦିଆଯାଇଛି। 

ଆସନ୍ତା ୨୦୩୦ ମସିହା ସୁଦ୍ଧା ୧୦୦ ମିଲିୟନ ଟନ୍‌ କୋଇଲାକୁ ବାଷ୍ପୀକରଣ କରାଯାଇ ୟୁରିଆ ସାର ପ୍ରସ୍ତୁତ କରାଯିବ। ଏହାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ୧୨ ହଜାର ୨୫୦ କୋଟି ଟଙ୍କାର ଚୁକ୍ତି ହୋଇସାରିଛି। କୋଲ୍‌ ଇଣ୍ଡିଆ ଲିମିଟେଡ୍‌, ଗେଲ୍‌ ଇଣ୍ଡିଆ ଲିମିଟେଡ୍‌ ଓ ଆର୍‌ସିଏଫ୍‌ ପକ୍ଷରୁ ମିଳିତ ସହଯୋଗରେ ସାର କାରଖାନା କାମ ଆଗକୁ କିଭଳି ଠିକ୍‌ ସମୟରେ ସମାପନ ହୋଇପାରିବ ସେ ନେଇ ଚେଷ୍ଟା ଜାରି ରହିଛି। ଇତିମଧ୍ୟରେ ପ୍ରାୟ ୭୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି। ଅପ୍‌ସାଇଟ୍‌, ଜଳଯୋଗାଣ, ବିଦ୍ୟୁତ୍‌ ସଂଯୋଗୀକରଣ ତଥା ଅନ୍ୟାନ୍ୟ ଯୋଗାଯୋଗ ନିମନ୍ତେ ଉଦ୍ଦିଷ୍ଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଆସନ୍ତା ୨୦୩୦ ମସିହା ସୁଦ୍ଧା ୧୦୦ ମିଲିୟନ ଟନ୍‌ କୋଇଲାକୁ ବାଷ୍ପୀକରଣ କରାଯାଇ ୟୁରିଆ ସାର ପ୍ରସ୍ତୁତ କରାଯିବ। ଏହାଦ୍ବାରା ସ୍ଥାନୀୟ ଅର୍ଥନୀତି ସୁଦୃଢ଼ ହେବା ସହିତ ନିଯୁକ୍ତି କ୍ଷେତ୍ରରେ ଅପାର ସମ୍ଭାବନା ସୃଷ୍ଟି କରିବ ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ୧୨ ହଜାର ୨୫୦ କୋଟି ଟଙ୍କାର ଚୁକ୍ତି ହୋଇସାରିଛି। କୋଲ୍‌ ଇଣ୍ଡିଆ ଲିମିଟେଡ୍‌, ଗେଲ୍‌ ଇଣ୍ଡିଆ ଲିମିଟେଡ୍‌ ଓ ଆର୍‌ସିଏଫ୍‌ ପକ୍ଷରୁ ମିଳିତ ସହଯୋଗରେ ସାର କାରଖାନା କାମ ଆଗକୁ କିଭଳି ଠିକ୍‌ ସମୟରେ ସମାପନ ହୋଇପାରିବ ସେନେଇ ଚେଷ୍ଟା ଜାରି ରହିଛି। ଇତିମଧ୍ୟରେ ପ୍ରାୟ ୭୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି। ଅପ୍‌ସାଇଟ୍‌, ଜଳଯୋଗାଣ, ବିଦ୍ୟୁତ୍‌ ସଂଯୋଗୀକରଣ ତଥା ଅନ୍ୟାନ୍ୟ ଯୋଗାଯୋଗ ନିମନ୍ତେ ଉଦ୍ଦିଷ୍ଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଏହାଛଡ଼ା ପ୍ରମୁଖ ଯନ୍ତ୍ରପାତିଗୁଡ଼ିକର ସ୍ଥାପନ ମଧ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ୟୁରିଆ ପ୍ରିଲିଙ୍ଗ ଟାୱାର, କୋଲ୍‌ ଗ୍ୟାସିଫିକେସନ୍‌ ଓ ବଏଲର୍‌ ଚିମିନିଗୁଡ଼ିକର ନିର୍ମାଣ ଶେଷ ହୋଇଛି। ଗୁଣ୍ଡ କୋଇଲା ପ୍ରସ୍ତୁତ ଓ ମୁଖ୍ୟ ୟୁରିଆ ପ୍ଲାଣ୍ଟର କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। କୋଇଲା ଗ୍ୟାସିଫିକେସନ୍‌ ସମେତ ଆମୋନିଆ ୟୁରିଆ ୟୁନିଟ୍‌ରେ ବ୍ୟବହୃତ ହେବାକୁ ଥିବା ସବୁ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରପାତି ପ୍ରକଳ୍ପ ପରିସରରେ ପହଞ୍ଚି ସାରିଛି। ମୋଟ ତିନୋଟି ବଏଲର୍‌ ମଧ୍ୟରୁ ଦୁଇଟିର ମେକାନିକାଲ୍‌ ନିର୍ମାଣ ଶେଷ କରାଯାଇଛି। ରେଳପଥ ବିଛାଇବା ସମେତ ଜଳ ଯୋଗାଣ ନିମନ୍ତେ ପାଇପ୍‌ ଲାଇନ୍‌ କାର୍ଯ୍ୟ ଚାଲିଛି। ଧାର୍ଯ୍ୟ ସମୟସୀମା ଭିତରେ ଏ ପ୍ରକଳ୍ପକୁ ସମାପନ କରିଯିବା ସହିତ ୨୦୨୭ ଡିସେମ୍ବରରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବବୋଲି ଏକ ପ୍ରେସ୍‌ ବିବୃତିରେ ଟିଏଫ୍‌ଏଲ୍‌ ଏମ୍‌ଡି ବିବେକ ଶ୍ରୀବାସ୍ତବ କହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page