ଅପରାଧ ମନ୍ଦିର ହୁଣ୍ଡି ବୋହିନେଲେ ଦୁର୍ବୃତ୍ତ Angul OnlineAugust 26, 2022August 26, 2022 ଅନୁଗୁଳ – ଅନୁଗୁଳ ପୋକତୁଙ୍ଗା ଗାଁ ରଣେଶ୍ୱର ମନ୍ଦିର ଓ ଏହାର ଚତୁଃପାର୍ଶ୍ଵରେ ଥିବା ହନୁମାନ ମନ୍ଦିରର ହୁଣ୍ଡି ଚୋରି ହୋଇଛି । ଦୁର୍ବୃତ୍ତ ମାନେ ନିକଟସ୍ଥ ଜଙ୍ଗଲକୁ ହୁଣ୍ଡି ଟେକି ନେଇ ସେହିଠାରେ ଭାଙ୍ଗି ସେଥିରେ ଯାହା ଟଙ୍କା ଥିଲା ତାହା ନେଇ ଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ରଣେଶ୍ୱର ମନ୍ଦିରର ପୂଜକ ଆଜି ସକାଳେ ପୂଜା କରିବାକୁ ଆସିବା ବେଳେ ମନ୍ଦିରର ହୁଣ୍ଡି ନଥିବା ଦେଖିବାକୁ ପାଇଥିଲେ । ସେ ଏ ନେଇ ଗ୍ରାମବାସୀଙ୍କୁ ଖବର ଦେବା ସହ ଦେଖିବା ବେଳକୁ ନିକଟରେ ଥିବା ହନୁମାନ ମନ୍ଦିରର ହୁଣ୍ଡି ମଧ୍ୟ ଗାଏବ ହୋଇ ଯାଇଥିଲା । ଏ ନେଇ ପୂଜକ ଓ ଗ୍ରାମବାସୀ ପୁଲିସକୁ ସୂଚନା ଦେବା ସହ ଖୋଜାଖୋଜି କରିଥିଲେ । ଏହି ଖୋଜାଖୋଜି ବେଳେ ନିକଟସ୍ଥ ଜଙ୍ଗଲରେ ଦୁଇଟି ଯାକ ହୁଣ୍ଡି ବାକ୍ସ ପଡିଥିବା ବେଳେ ତାକୁ ଭାଙ୍ଗି ସେଥିରେ ଥିବା ଟଙ୍କା ଦୁର୍ବୃତ୍ତ ମାନେ ଲୁଟିଆ ନେଇଥିବା ଦେଖା ଯାଇଛି । ଅଭିଯୋଗ ଆଧାରରେ ବନ୍ତଳା ଥାନା ପୁଲିସ ତଦନ୍ତ କରୁଛି । Advertisement
ଦୁଷ୍କର୍ମ ଅଭିଯୁକ୍ତକୁ କାରାଦଣ୍ଡାଦେଶ ଅନୁଗୁଳ – ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବଅଁରପାଳ ବ୍ଲକ୍ ତୁଳସୀପାଳ ଗାଁର ତପନ ଜେନା(୩୧)କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ । ତାକୁ ୨୦ ବର୍ଷ…
୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ – ଚାରିଜଣ ଗିରଫ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗ ହାବୁଡ଼ରେ ଗଞ୍ଜେଇ ମାଫିଆ । ଫୁଲବାଣୀରୁ କାର ଯୋଗେ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ କରି ନେଉଥିବା ବେଳେ ଅବକାରୀ…
ଦୁଇ ଚୋରୀ ଟ୍ରକ୍ ଉଦ୍ଧାର – ୫ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଚୋରୀ ହୋଇଥିବା ଦୁଇଟି ଟ୍ରକ ଉଦ୍ଧାର କରିବା ସହ ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଛି ।…