ମୁଖ୍ୟ ଖବର ଯୌନ ନିର୍ଯାତନା ଦେବା ଅଭିଯୋଗରେ ଅଭିଯୁକ୍ତକୁ ସଶ୍ରମ କାରାଦଣ୍ଡ Angul OnlineJune 28, 2024June 29, 2024 ଅନୁଗୁଳ – ୨୦୨୦ ମସିହାରେ ଜଣେ ନାବାଳିକାକୁ ଜୋର ଜବରଦସ୍ତ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ କମ ଫାଷ୍ଟ ଟ୍ରାକ୍ଟ କୋର୍ଟ ୧୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁସାରେ ଅନୁଗୁଳ ଥାନା ଅନ୍ତର୍ଗତ ସୁରାବ ଗ୍ରାମର ଅକ୍ଷୟ ପ୍ରଧାନଙ୍କ ଘରକୁ ଜଣେ ନାବାଳିକା କାମ କରିବାକୁ ଯାଆନ୍ତି । ତେବେ ୨୫.୬.୨୦୨୦ଦିନ ଅକ୍ଷୟଙ୍କ ସ୍ତ୍ରୀ ମନ୍ଦିର ଯାଇଥିବା ବେଳେ କାମ କରିବାକୁ ଆସିଥିବା ନାବାଳିକା ଜଣଙ୍କୁ ଏକୁଇଆ ପାଇ ଅକ୍ଷୟ ଯୌନ ନିର୍ଯାତନା ଦେଇଥିଲେ । ସମ୍ପୂକ୍ରା ନାବାଳିକା ସେଠାରୁ କୌଶଳ କ୍ରମେ ଦୌଡ଼ି ଯାଇ ନିଜ ମା’କୁ ଘଟଣା ସମ୍ପର୍କରେ ଜଣାଇଥିଲେ । କିନ୍ତୁ ଘଟଣା ପର ଦିନ ସକାଳେ ପୁନର୍ବାର ଅକ୍ଷୟ ପ୍ରଧାନ ନାବାଳିକା ଘରକୁ ଯାଇ ତାକୁ ବିଭିନ୍ନ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ପେଟ୍ରୋଲ ଢାଳି ପୋଡ଼ିଦେବାର ଧମକ ଦେଇଥିଲେ । ଏଥିପାଇଁ ନାବାଳିକାରର ପରିବାର ପକ୍ଷରୁ ୨୭.୦୬.୨୦୨୦ ଦିନ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅନୁଗୁଳ ପୋଲିସ ଦଫା ୩୭୬(ବି), ୨୯୪, ୩୨୩, ୫୦୬ ଆଇପିସି ୪ ପୋକସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ଅକ୍ଷୟ ପ୍ରଧାନଙ୍କୁ ଗିରଫ କରି ଥିଲା । ଏହି ଘଟଣାରେ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ କମ ଫାଷ୍ଟ ଟ୍ରାକ୍ଟ ବିରଞ୍ଚି ନାରାୟଣ ମିଶ୍ର ଏହି କେସର ଶୁଣାଣି କରି ଅଭିଯୁକ୍ତ ଅକ୍ଷୟକୁ ୧୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୩୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ପ୍ରଦୀପ କୁମାର ଭୁତିଆ ମାମଲା ପରିଚାଳନା କରିଥିଲେ । Advertisement
ନାଲକୋର ଉତ୍କଳ ଡି ଓ ଇ, କମ୍ପାନୀ କାର୍ଯ୍ୟକୁ ବନ୍ଦ କରି ୨୩ ଜଣ କ୍ଷତିଗ୍ରସ୍ତ ପ୍ରଜା ଗିରଫ ଛେଣ୍ଡିପଦା – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବରପଦା ଗ୍ରାମ ପଂଚାୟତର ଗୋପିବଲ୍ଲଭପୁର ଠାରେ ନାଲକୋର ଉତ୍କଳ “ଡି” ଓ “ଇ”, କମ୍ପାନୀ ପକ୍ଷରୁ ପ୍ରସ୍ତାବିତ…
ଅଭିଯୋଗ ଶୁଣାଣି ପାଲଟିଛି ପ୍ରହସନ – ଆସୁ ନାହାନ୍ତି ଅଧିକାରୀ ଛେଣ୍ଡିପଦା – ଲୋକମାନଙ୍କ ସୁବିଧା ଅସୁବିଧା ଦୂର କରିବା ଏବଂ ସରକାରୀ କଳର ସ୍ବଚ୍ଛତା ପାଇଁ ରାଜ୍ୟସରକାର ପ୍ରତ୍ୟେକ ପଞ୍ଚାୟତରେ ଲୋକ ମାନଙ୍କ ଅଭିଯୋଗ ଗ୍ରହଣ କରିବା…
ଅନୁଗୁଳର ଦେବାଶିଷଙ୍କୁ ମିଳିବ ଶୌର୍ଯ୍ୟ ଚକ୍ର ସମ୍ମାନ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବୀର ସହିଦ ଦେବାଶିଷ ସେଠୀଙ୍କୁ ମିଳିବ ବୀର ଶୌର୍ଯ୍ୟ ଚକ୍ର ସମ୍ମାନ । ୨୦୨୦ ମସିହା ସେପ୍ଟେମ୍ବର ୧୦ ତାରିଖ ଦିନ…