ମୁଖ୍ୟ ଖବର ପ୍ରେସ କ୍ଲବକୁ ନିଜ ଦଖଲକୁ ନେବା ସହ ସରକାରୀ ଜମିରେ ବୁଲଡୋଜର ବୁଲାଇଲା ପ୍ରଶାସନ Angul OnlineJune 12, 2023June 12, 2023 ଅନୁଗୋଳ – ଅନୁଗୋଳ ପୌରପାଳିକା ଅଞ୍ଚଳରେ ସରକାରୀ ଜାଗାରେ ବେଆଇନ ଭାବେ ତିଆରି ହୋଇଥିବା ଘର ଓ ଦୋକାନ ଘରକୁ ବୁଲଡ଼ୋଜର ଲାଗାଇ ଉଚ୍ଛେଦ କରାଯାଇଛି । ଏହା ସହ ଗୋପବନ୍ଧୁ ପାର୍କ ପଛ ପାର୍ଶ୍ଵରେ ଥିବା ପ୍ରେସ୍ କ୍ଲବକୁ ନିଜ ଅକ୍ତିଆରକୁ ପ୍ରଶାସନ ନେଇଛି । ଅନୁଗୋଳ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସହରରେ ଦୀର୍ଘ ଦିନ ପରେ ପ୍ରଶାସନିକ ଅଧିକାରମାନେ ପ୍ରଥମେ ପ୍ରେସ୍ କ୍ଲବକୁ ନିଜ ଅକ୍ତିଆରକୁ ଆଣିଥିଲେ । ଉକ୍ତ ପ୍ରେସ୍ କ୍ଲବକୁ ଜବରଦଖଲ କରି ରଖାଯାଇଥିବାରୁ ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଛି । ପ୍ରେସ୍ କ୍ଲବରେ ପଡ଼ିଥିବା ତାଲାକୁ ଭାଙ୍ଗି ନୂତନ ତାଲା ପକାଇବା ସହ ଜଉମୁଦା ସିଲ କରିଥିବା ଦେଖିବାକୁ ମିଳିଥିଲା । ଏହାପରେ ହରିମହୁରୀ ଛକରୁ ହାତୀଶାଳପଡ଼ା ରାସ୍ତା ପାର୍ଶ୍ବରେ ସରକାରୀ ଜାଗାକୁ କବଜା କରି ରଖିଥିବା ଜବରଦଖଲକାରୀଙ୍କୁ ହଟାଯାଇଥିଲା । ଦୀର୍ଘ ଦିନ ହେବ ସରକାରୀ ଜାଗାକୁ ଜବରଦଖଲ କରି ବ୍ୟବସାୟ କରୁଥିବା ଦୋକାନ ଗୁଡ଼ିକୁ ଉଚ୍ଛେଦ କରାଯାଇଥିଲା । ସେଠାରେ ଥିବା ବିୟୁଟିପାର୍ଲର, ଚା, ଜଳଖିଆ ପ୍ରଭୃତି ଦୋକାନକୁ ଉଚ୍ଛେଦ କରାଯାଇଥିଲା । ଏହାପରେ ସେଠାରେ ନିର୍ମାଣ ହୋଇଥିବା ଏକ ଦୁଇ ମହଲା ଗୃହକୁ ମଧ୍ୟ ବୁଲଡୋଜର ଲଗାଇ ଭାଙ୍ଗି ଦିଆ ଯାଇଥିଲା । ଏହି ଉଚ୍ଛେଦ ସମୟରେ ଚାପା ଉତ୍ତେଜନା ମଧ୍ୟ ହୋଇଥିଲା । ପରେ ସେଠାରେ ଥିବା ଜବର ଦଖଲ ଉଚ୍ଛେଦ ପାଇଁ ସ୍ଥାନୀୟ ଲୋକଙ୍କୁ ଅବଗତ କରିଥିଲେ । ଏବେ ସହରରେ ଥିବା ଅନ୍ୟ ସ୍ଥାନ ଗୁଡ଼ିକରେ ଉଚ୍ଛେଦ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଜବରଦଖଲ ସମୟରେ ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଅନୁଗୋଳ ତହସିଲଦାର ସାଶ୍ଵତ ଦାସ, ତାମଡ଼ା ଅଧିକାରୀ ସତ୍ୟାନନ୍ଦ ଦାସ, ସଦର ଥାନା ଏସ୍ଇ ସତ୍ୟରଞ୍ଜନ ଲେଙ୍କା, ସଦର ଆରଆଇ, ତାମଡ଼ା ଏନ୍ଫୋର୍ସମେଣ୍ଟ ଟିମ୍ ଓ ପୌରପାଳିକାର କର୍ମଚାରୀମାନେ ଉପସ୍ଥିତ ଥିଲେ । Advertisement
ପୁଣି ତିନି ଦୋକାନ ସିଲ କଲା ପ୍ରଶାସନ ଅନୁଗୁଳ – ଆକ୍ସନ ମୁଡ଼ରେ ପ୍ରଶାସନ । ସହରର ବଜାର ଭିତରେ ଥିବା କିଛି ଦୋକାନ ବାରମ୍ବାର ତାଗିଦ କରିବା ସତ୍ୱେ ରାସ୍ତା ଉପରେ ଆବର୍ଜନା ପକାଇ…
ଡାକ୍ତରଖାନା ପରିସରରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କା ମୂଲ୍ୟର ଔଷଧ ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ଡାକ୍ତରଖାନା ପରିସରରେ ଭୟାବହ ଅଗ୍ନିକାଣ୍ଡ । ଡାକ୍ତରଖାନାର ଔଷଧ ଷ୍ଟୋର ରୁମରେ ନିଆଁ ଲାଗିଛି । ଯାହା ଫଳରେ ଲକ୍ଷାଧିକ…
ଗଞ୍ଜେଇ ପରେ ଅଫିମ ଚାଷ ପୁଲିସର ଚିନ୍ତା – ୨ ଏକର ଜମିରୁ ଅଫିମ ଗଛ ନଷ୍ଟ ପାଲଲହଡ଼ା – ଅନୁଗୁଳ ଜିଲ୍ଲାରେ ଗଞ୍ଜେଇ ଚାଷ ପରେ ଏବେ ଅଫିମ ଚାଷ ପୁଲିସର ଚିନ୍ତା ବଢାଇଛି । ଶୁକ୍ରବାର ଅନୁଗୁଳ ଜିଲ୍ଲା ଉପାନ୍ତ ଅଞ୍ଚଳ ଭାବେ…