ମୁଖ୍ୟ ଖବର ଅନୁଗୁଳ କୋର୍ଟର କଣ୍ଟେନମେଣ୍ଟ ଜୋନ ଅବଧି ବଢିଲା Angul OnlineMay 24, 2021May 24, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା କୋର୍ଟର କିଛି କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ଅନୁଗୁଳ କୋର୍ଟକୁ କଣ୍ଟେନମେଣ୍ଟ କରାଯାଇଥିଲା । ଗତ ୧୭ ତାରିଖଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ଅଦାଲତ କଣ୍ଟେନମେଣ୍ଟ ଭିତରେ ରହିବାକୁ ନିର୍ଦେଶ ଦିଆ ଯାଇଥିଲା । ତେବେ ବର୍ତ୍ତମାନ ମଧ୍ୟ କରୋନା ପରିସ୍ଥିତି ଥିବା ଯୋଗୁଁ ଏହି କଣ୍ଟେନମେଣ୍ଟ ଜୋନ ଅବଧି ବଢା ଯାଇଛି । ୨୪ ତାରିଖ ସକାଳ ୫ ଟା ପର୍ଯ୍ୟନ୍ତ ଠାରୁ ଆସନ୍ତା ୩ ତାରିଖ ସକାଳ ୫ ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏହି ସମୟ ଭିତରେ କୋର୍ଟକୁ ବାହାର ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ବାରଣ କରାଯାଇଛି । କୋର୍ଟ କାର୍ଯ୍ୟ ବନ୍ଦ ରହିଥିଲା ବେଳେ ଏହା ଭିତରେ କୋର୍ଟକୁ ବିଶୋଧନ କରାଯିବ । ପରେ ପୁଣି କୋର୍ଟ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, କୋର୍ଟରେ କାମ କରୁଥିବା ଏକାଧିକ କର୍ମଚାରୀଙ୍କ କରୋନା ପଜିଟିଭ ବାହାରିବା ପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । Advertisement
ପ୍ରେମିକା ଘରେ ନିଜ ହାତ କାଟିଲା ପ୍ରେମିକ – ଚିକିତ୍ସାଧିନ ଅବସ୍ଥାରେ ମୃତ ଅନୁଗୁଳ – ପ୍ରେମିକାକୁ ପାଇବା ପାଇଁ ପ୍ରେମିକା ଘରକୁ ଗଲା ପ୍ରେମିକ , ହେଲେ ପ୍ରେମିକାଙ୍କ ପରିବାର ପକ୍ଷରୁ ସୀକୃତି ନ ମିଳିବାରୁ ଧାରୁଆ ଅସ୍ତ୍ରରେ ନିଜ…
ପୁଣି ଦୂର୍ଘଟଣା ନେଲା ଜୀବନ – ଟ୍ରକ ଧକ୍କାରେ ଜଣେ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ଟ୍ରକ ଦୁର୍ଘଟଣାରେ ଜଣେ ମୋଟରସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।…
ଟ୍ରକ ପଛରେ ପିଟିହେଲା ଯାତ୍ରୀବାହି ବସ – ୧୫ ରୁ ଅଧିକ ଆହତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେବଗଡ-ଅନୁଗୁଳ ରାସ୍ତା ନିଶା ନିକଟରେ ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୫ ଜଣରୁ ଅଧିକ ଆହତ ହୋଇଥିବା ଜଣା…