ମୁଖ୍ୟ ଖବର ଗରାଖଙ୍କୁ ହାଇରାଣ କରି ବ୍ୟାଙ୍କ୍ ଗଣିଲା ଜୋରିମନା Angul OnlineOctober 18, 2022October 18, 2022 ଅନୁଗୁଳ – ଜଣେ ବୃଦ୍ଧାଙ୍କ ଆକାଉଣ୍ଟକୁ ଫ୍ରିଜ କରିବା ଆଉ ତାଙ୍କୁ ଟଙ୍କା ନଦେବା ଫଳରେ ବ୍ୟାଙ୍କକୁ ଜୋରିମନା ଗଣିବାକୁ ପଡିଛି । ଅନୁଗୁଳ ଜିଲ୍ଲା ଖାଉଟି ବିବାଦ ବିଚାର ଆୟୋଗରେ ଏକ ମାମଲାର ରାୟରେ ଖାଉଟି ଅଦାଲତର ଅଧ୍ୟକ୍ଷ ସରୋଜ କୁମାର ସାହୁ ମାମଲାର ଶୁଣାଣି ବ୍ୟାଙ୍କକୁ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେବା ସହ ବ୍ୟାଙ୍କ କର୍ତ୍ତୃପକ୍ଷ ମକଦ୍ଦମା ଖର୍ଚ୍ଚ ବାବଦକୁ ବୃଦ୍ଧାଙ୍କୁ ଆଉ ୨ ହଜାର ଟଙ୍କା ପ୍ରଦାନ କରିବେ ବୋଲି ରାୟରେ ଉଲ୍ଲେଖ ରହିଛି । ସୂଚନା ଅନୁସାରେ , ଅନୁଗୁଳ ସହର ମିଶ୍ରପଡ଼ାରେ ରହୁଥିବା ମନୋରମା ପଟ୍ଟନାୟକ ଓ ତାଙ୍କ ସ୍ଵାମୀ ସ୍ଵର୍ଗତ ହେମନ୍ତ କୁମାର ପଟ୍ଟନାୟକଙ୍କ ଅନୁଗୁଳ କାନାରା ବ୍ୟାଙ୍କରେ ଏକ ଜଏଣ୍ଟ ଆକାଉଣ୍ଟ ରହିଥିଲା । ୨୦୦୮ ମସିହାରେ ହେମନ୍ତ ପଟ୍ଟନାୟକଙ୍କ ମୃତ୍ୟୁ ପରେ ନିୟମ ଅନୁସାରେ ମନୋରମା ଉକ୍ତ ଆକାଉଣ୍ଟକୁ ଚଳାଇ ଆସୁଥିଲେ । ତେବେ ୨୦୧୮ ମସିହା ମେ ’ ମାସରେ ଏହି ଜଏଣ୍ଟ ଆକାଉଣ୍ଟରେ ୧ ଲକ୍ଷ ଟଙ୍କା ଡିପୋଜିଟ୍ ହୋଇଥିଲା । ଜମିହରା ପ୍ରଜା ଭାବେ ଏନ୍ଏଚ୍ଆଇର ଭୂ – ଅର୍ଜନ ଅଧିକାରୀ ତାଙ୍କ ଆକାଉଣ୍ଟରେ ଏହି ଟଙ୍କା ଜମା କରିଥିଲେ । ଏହି ଟଙ୍କାକୁ ମନୋରମା ଉଠାଇ ନଥିବା ବେଳେ ୨୦୧୯ ମସିହା ଜାନୁଆରୀ ୩ ତାରିଖରେ ଏନ୍ଏଚ୍ଆଇ ଭୂ – ଅର୍ଜନ ଅଧିକାରୀଙ୍କ ତରଫରୁ ଏକ ଚିଠି ବ୍ୟାଙ୍କକୁ ଯାଇଥିଲା । ଯେଉଁଥିରେ ମନୋରମାଙ୍କ ଆକାଉଣ୍ଟକୁ ଭୁଲ୍ବଶତଃ ଅଧିକ ୩୩ ହଜାର ୯୨୦ ଟଙ୍କା ପଳାଇଛି । ତେଣୁ ତାଙ୍କ ଆକାଉଣ୍ଟର ୪୦ ହଜାର ଟଙ୍କାକୁ ଫ୍ରିଜ୍ କରି ଅବଶିଷ୍ଟ ଟଙ୍କା ଉଠାଣର ଅନୁମତି ଦେବାକୁ ଭୂଅର୍ଜନ ଅଧିକାରୀ ଉଲ୍ଲେଖ କରିଥିଲେ ।ତେବେ ବ୍ୟାଙ୍କ କର୍ତ୍ତୃପକ୍ଷ ୪୦ ହଜାର ଟଙ୍କାକୁ ଫ୍ରିଜ୍ କରିବା ପରିବର୍ତ୍ତେ ତାଙ୍କ ଆକାଉଣ୍ଟକୁ ସମ୍ପୂର୍ଣ୍ଣ ଫ୍ରିଜ୍ କରି ଦେଇଥିଲେ । ଫଳରେ ମନୋରମା ତାଙ୍କ ଆକାଉଣ୍ଟରୁ ଆଉ ଟଙ୍କା ଉଠାଇ ପାରିନଥିଲେ । ଯାହା ଫଳରେ ତାଙ୍କ ଦୈନନ୍ଦିନ ଚଳଣିରେ ସମସ୍ୟା ସୃଷ୍ଟି ହୋଇଥିଲା । ଏଥିପାଇଁ ସେ ବାରମ୍ବାର ବ୍ୟାଙ୍କ କର୍ତ୍ତୃପକ୍ଷ ଓ ଭୂଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ଏଣୁ ସେ ବାଧ୍ୟ ହୋଇ ୨୦୧୯ ମସିହା ଡିସେମ୍ବର ୩୦ ତାରିଖରେ ଖାଉଟି ଅଦାଲତର ଦ୍ବାରସ୍ଥ ହୋଇଥିଲେ । ଖାଉଟି ଅଦାଲତରେ ଶୁଣାଣି ଚାଲିଥିବା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏଭଳି ହୋଇଥିବା ସ୍ପଷ୍ଟ ହୋଇଥିଲା । ଆଉ ଅଦାଲତ ଏହି ମାମଲାର ଶୁଣାଣି କରି ବ୍ୟାଙ୍କକୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ହଜାର ଟଙ୍କା ଜରିମାନା ଓ ମୋକଦ୍ଦମା ଖର୍ଚ୍ଚ ବାବଦକୁ ୨ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀ ଦିପକ ପାଣି ଏହି ମାମଲାର ପରିଚାଳନା କରୁଥିଲେ । Advertisement
ଗାନ୍ଧୀଭବନ ପାଇଁ ସତ୍ୟାଗ୍ରହରେ କ୍ରୀଷ୍ଣା ମହାନ୍ତି – ପ୍ରଶାସନ ଦେଲା ସ୍ପଷ୍ଟିକରଣ ଅନୁଗୁଳ – ମହାତ୍ମା ଗାନ୍ଧୀ ୧୯୩୪ ମସିହା ମଇ ୬ ଓ ୭ ତାରିଖରେ ଦୁଇ ଦିନ ପାଇଁ ଅନୁଗୁଳରେ ରହିଥିଲେ । ବିହାରର ରାଜଧାନୀ ପାଟନାରୁ…
ସଡକ ଦୁର୍ଘଟଣାରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ପିଟିସି ଛକ ନିକଟରେ ବୁଧବାର ଭୋର ସମୟରେ ଏକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ବଳରାମ ପ୍ରସାଦର ଦିଲ୍ଲୀପ ମହାଳିକ…
କମେଣ୍ଟ ମାରିବାରୁ ଯୁବକଙ୍କୁ ଗାଁରେ ଲଣ୍ଡା କରି ବୁଲାଇଲେ ତାଳଚେର – ପୁଣି ହଜିଗଲା ମାନବିକତା । ସାମାନ୍ୟ ଭୁଲ ପାଇଁ ଯୁବକଙ୍କୁ କାଙ୍ଗାରୁ କୋର୍ଟରେ ଦଣ୍ଡିତ କଲେ ଗ୍ରାମବାସୀ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା…