ବାଣିଜ୍ୟ ସବୁଠୁ ବଡ ଏବଂ ବୋଲ୍ଡ଼େଷ୍ଟ ପଲସର ଏବେ ଅନୁଗୁଳ ବଜାରରେ Angul OnlineJuly 18, 2024July 18, 2024 ଅନୁଗୁଳ – ୨୦୦୧ ଠାରୁ ଆରମ୍ଭ ହୋଇଥିବା ବଜାଜ ପଲସର ମୋଟରସାଇକେଲ ସବୁବେଳେ ସବୁ କ୍ଷେତ୍ରରେ ଆଗରେ ରହିଆସିଛି । କାର୍ଯ୍ୟଦକ୍ଷତା, ଷ୍ଟାଇଲ , ବୈଶିଷ୍ଟ , ପ୍ରଯୁକ୍ତିବିଦ୍ୟା ରେ ଶ୍ରେଷ୍ଠତା ଦେବା କାରଣରୁ ପଲସର ଆଜି ପର୍ଯ୍ୟନ୍ତ ସ୍ପୋର୍ଟସ୍ ବାଇକ୍ ସେଗମେଣ୍ଟରେ ପ୍ରାଧାନ୍ୟ ପାଇ ପାରିଛି । ଏହି କ୍ରମରେ ବଜାଜ ପଲସର NS 400Z ଏଠାରେ ଅନୁଗୁଳରେ ବଜାର ପ୍ରବେଶ କରିଛି । ଏହି ପଲସର NS 400Z ର ମୁଖ୍ୟ ବୈଶିଷ୍ଟ ଗୁଡ଼ିକ ହେଲା ମସକୁଳାର ଷ୍ଟ୍ରିଟ ଫାଇଟର ଡିଜାଇନ ସହ 40 PS (29.42 kW) ଶକ୍ତି କାର୍ଯ୍ୟଦକ୍ଷତା ରହିଛି । ଏହା ସହ ଚାରୋଟି ରୋମାଞ୍ଚକର ରାଇଡ୍ ମୋଡ୍ (ଟ୍ରାକ୍ସନ୍ କଣ୍ଟ୍ରୋଲ ସହିତ ରୋଡ୍, ବର୍ଷା, କ୍ରୀଡା, ଅଫ୍ ରୋଡ୍) ରହିଛି । ଏତଦବ୍ୟତୀତ ଏହି ପଲସରରେ ଟର୍ଣ୍ଣ ବାଇ ଟର୍ଣ୍ଣ ନେଭିଗେସନ , କଲ ଏବଂ ମେସେଜ ଆର୍ଲଟ , ମ୍ୟୁଜିକ କଣ୍ଟ୍ରୋଲ , ଏଲ ଇ ଡି ପ୍ରୋଜେକ୍ଟର ହେଡଲ୍ୟାମ୍ପ ଭଳି ସୁବିଧା ରହିଛି । ଏହିପରି ରୋମାଞ୍ଚକର ବୈଶିଷ୍ଟ ଥିବା ଏହି ପଲସର NS 400Z ର ମୂଲ୍ୟ ମାତ୍ର ୧୮5, ୦୦୦ / – (ଏକ୍ସ ଶୋ’ରୁମ୍, ଅନୁଗୁଳ ) ରହିଛି । ଚାରୋଟି ଆକର୍ଷଣୀୟ ରଙ୍ଗରେ ଏହି ପଲସର ଉପଲବ୍ଧ ଥିବା ବେଳେ ଜମୁନା ଅଟୋରେ ଏହାର ବଜାର ପ୍ରବେଶ ବେଳେ ଅନୁଗୁଳ ଅଂଶୀଦାର ସନ୍ତୋଶ କୁମାର ଅଗ୍ରୱାଲ, ଗିରିଜା ଶଙ୍କର ଅଗ୍ରୱାଲ, ନିଖିଲ ଅଗ୍ରୱାଲ, ଅନେକ ଗ୍ରାହକ, ଶୋ’ରୁମ୍ କର୍ମଚାରୀ ଏବଂ ଫାଇନାନ୍ସର ଉପସ୍ଥିତ ଥିଲେ । Advertisement
ରାଜ୍ କୁମାର ଚେୟାରମ୍ୟାନ ଓ ରାଜେଶ କୁମାର ଧଳ କ୍ୟାଟର ନୂତନ ସଭାପତି ଅନୁଗୁଳ – କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡ଼ର୍ସର ଦ୍ଵିତୀୟ ସ୍ଥାପନା ଦିବସ ସ୍ଥାନୀୟ ପଞ୍ଚମହଲାସ୍ଥିତ ହୋଟେଲ ଆସିଆନା ହିଲ୍ ଭିୟୁଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା…
ମହିନ୍ଦ୍ରା XUV 700 AX5 ସିଲେକ୍ଟ ର ବଜାର ପ୍ରବେଶ ଅନୁଗୁଳ – ମଙ୍ଗଳବାର Mahindra & Mahindra ର ଅଧୂକୃତ ବିକ୍ରେତା ସିଦ୍ଧି ଲକ୍ଷ୍ମୀ ମୋଟର୍ସ ଠାରେ ମହିନ୍ଦ୍ରା ର ବହୁ ପ୍ରତିକ୍ଷିତ XUV 700 AX5…
ଲକ୍ଷ୍ମି ହୋଣ୍ଡାରେ ହୋଣ୍ଡା ୟୁନିକର୍ଣ୍ଣର ଗ୍ରାହକ ସମାବେଶ ଅନୁଗୁଳ – ହୋଣ୍ଡା ମୋଟର ସାଇକେଲ୍ ଏବଂ ସ୍କୁଟର ଇଣ୍ଡିଆ ର ଅଧିକୃତ ବିକ୍ରେତା ଲକ୍ଷ୍ମି ହୋଣ୍ଡା ଠାରେ ହୋଣ୍ଡା ୟୁନିକର୍ଣ୍ଣର ଗ୍ରାହକ ସମାବେଶ ହୋଇଯାଇଛି । ଏହି ସମାରୋହେରେ…