ବାଣିଜ୍ୟ ସବୁଠୁ ବଡ ଏବଂ ବୋଲ୍ଡ଼େଷ୍ଟ ପଲସର ଏବେ ଅନୁଗୁଳ ବଜାରରେ Angul OnlineJuly 18, 2024July 18, 2024 ଅନୁଗୁଳ – ୨୦୦୧ ଠାରୁ ଆରମ୍ଭ ହୋଇଥିବା ବଜାଜ ପଲସର ମୋଟରସାଇକେଲ ସବୁବେଳେ ସବୁ କ୍ଷେତ୍ରରେ ଆଗରେ ରହିଆସିଛି । କାର୍ଯ୍ୟଦକ୍ଷତା, ଷ୍ଟାଇଲ , ବୈଶିଷ୍ଟ , ପ୍ରଯୁକ୍ତିବିଦ୍ୟା ରେ ଶ୍ରେଷ୍ଠତା ଦେବା କାରଣରୁ ପଲସର ଆଜି ପର୍ଯ୍ୟନ୍ତ ସ୍ପୋର୍ଟସ୍ ବାଇକ୍ ସେଗମେଣ୍ଟରେ ପ୍ରାଧାନ୍ୟ ପାଇ ପାରିଛି । ଏହି କ୍ରମରେ ବଜାଜ ପଲସର NS 400Z ଏଠାରେ ଅନୁଗୁଳରେ ବଜାର ପ୍ରବେଶ କରିଛି । ଏହି ପଲସର NS 400Z ର ମୁଖ୍ୟ ବୈଶିଷ୍ଟ ଗୁଡ଼ିକ ହେଲା ମସକୁଳାର ଷ୍ଟ୍ରିଟ ଫାଇଟର ଡିଜାଇନ ସହ 40 PS (29.42 kW) ଶକ୍ତି କାର୍ଯ୍ୟଦକ୍ଷତା ରହିଛି । ଏହା ସହ ଚାରୋଟି ରୋମାଞ୍ଚକର ରାଇଡ୍ ମୋଡ୍ (ଟ୍ରାକ୍ସନ୍ କଣ୍ଟ୍ରୋଲ ସହିତ ରୋଡ୍, ବର୍ଷା, କ୍ରୀଡା, ଅଫ୍ ରୋଡ୍) ରହିଛି । ଏତଦବ୍ୟତୀତ ଏହି ପଲସରରେ ଟର୍ଣ୍ଣ ବାଇ ଟର୍ଣ୍ଣ ନେଭିଗେସନ , କଲ ଏବଂ ମେସେଜ ଆର୍ଲଟ , ମ୍ୟୁଜିକ କଣ୍ଟ୍ରୋଲ , ଏଲ ଇ ଡି ପ୍ରୋଜେକ୍ଟର ହେଡଲ୍ୟାମ୍ପ ଭଳି ସୁବିଧା ରହିଛି । ଏହିପରି ରୋମାଞ୍ଚକର ବୈଶିଷ୍ଟ ଥିବା ଏହି ପଲସର NS 400Z ର ମୂଲ୍ୟ ମାତ୍ର ୧୮5, ୦୦୦ / – (ଏକ୍ସ ଶୋ’ରୁମ୍, ଅନୁଗୁଳ ) ରହିଛି । ଚାରୋଟି ଆକର୍ଷଣୀୟ ରଙ୍ଗରେ ଏହି ପଲସର ଉପଲବ୍ଧ ଥିବା ବେଳେ ଜମୁନା ଅଟୋରେ ଏହାର ବଜାର ପ୍ରବେଶ ବେଳେ ଅନୁଗୁଳ ଅଂଶୀଦାର ସନ୍ତୋଶ କୁମାର ଅଗ୍ରୱାଲ, ଗିରିଜା ଶଙ୍କର ଅଗ୍ରୱାଲ, ନିଖିଲ ଅଗ୍ରୱାଲ, ଅନେକ ଗ୍ରାହକ, ଶୋ’ରୁମ୍ କର୍ମଚାରୀ ଏବଂ ଫାଇନାନ୍ସର ଉପସ୍ଥିତ ଥିଲେ । Advertisement
ରାଜ୍ କୁମାର ଚେୟାରମ୍ୟାନ ଓ ରାଜେଶ କୁମାର ଧଳ କ୍ୟାଟର ନୂତନ ସଭାପତି ଅନୁଗୁଳ – କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡ଼ର୍ସର ଦ୍ଵିତୀୟ ସ୍ଥାପନା ଦିବସ ସ୍ଥାନୀୟ ପଞ୍ଚମହଲାସ୍ଥିତ ହୋଟେଲ ଆସିଆନା ହିଲ୍ ଭିୟୁଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା…
ଜିନ୍ଦଲ ଷ୍ଟିଲ ଓଡିଶାର ପ୍ରସ୍ତାବିତ ଇସ୍ପାତ କାରଖାନାର ସଂପ୍ରସାରଣ ପ୍ରକଳ୍ପ ପାଇଁ ପରିବେଶୀୟ ମଞ୍ଜୁରୀ ଜନଶୁଣାଣୀ ସଫଳତାର ସହ ସମ୍ପନ୍ନ ଅନୁଗୁଳ – ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ସମ୍ପୂର୍ଣ ମାଲିକାନାଧୀନ ସହାୟକ କମ୍ପାନୀ ଜିନ୍ଦଲ ଷ୍ଟିଲ ଓଡିଶାର ପ୍ରସ୍ତାବିତ ୧୯.୨ ଏମଟିପିଏ ଇସ୍ପାତ କାରଖାନା ଏବଂ ଏହି…
ଇଣ୍ଡିଆନ ଷ୍ଟିଲ ଆସୋସିଏସନର ସଭାପତି ଭାବରେ ନବୀନ ଜିନ୍ଦଲଙ୍କ ଦାୟିତ୍ବ ଗ୍ରହଣ ଭୁବନେଶ୍ୱର – ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ସର୍ବସମ୍ମତିକ୍ରମେ `ଇଣ୍ଡିଆନ୍ ଷ୍ଟିଲ୍ ଆସୋସିଏସନ୍ (ଆଇଏସ୍ଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…