ରାଜନୀତି ବିଜେପିର ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ Angul OnlineAugust 4, 2021August 4, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ଠାରେ ବୁଧବାର ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସମସ୍ତ ମଣ୍ଡଳର ସଭାପତି ଏବଂ ମଣ୍ଡଳ ପ୍ରଭାରୀ ଏବଂ ସମସ୍ତ ମୋର୍ଚ୍ଚା ଏବଂ ସେଲର ପ୍ରମୂଖ ମାନେ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ସମ୍ପାଦକ ସୀମାଞ୍ଚଳ ଖଟେଇ ଯୋଗ ଦେଇ ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ସାଙ୍ଗଠନିକ ରୂପରେଖ ଉପରେ ଆଲୋଚନା କରିଥିଲେ । ବରିଷ୍ଠ ନେତା ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଅଶୋକ ମହାନ୍ତି ପ୍ରଧାନମନ୍ତ୍ରୀଙ୍କ ସମସ୍ତ ଯୋଜନାକୁ ଘରେ ଘରେ ପହଞ୍ଚାଇବା ଏବଂ ରାଜ୍ୟ ସରକାର କେନ୍ଦ୍ର ଯୋଜନାକୁ ହଡ଼ପ କରିବା ଏବଂ ପ୍ରକୃତ ହିତାଧିକାରୀ କିଭଳି ଉପକୃତ ହୋଇପାରିବେ ସେ ବିଷୟରେ କାର୍ଯ୍ୟକର୍ତାଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଅଗସ୍ତି ବେହେରା ପୌର ଏବଂ ପଞ୍ଚାୟତ ନିର୍ବାଚନ ଉପରେ କାର୍ଯ୍ୟକର୍ତାଙ୍କୁ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ବୈଠକରେ ଯୁବମୋର୍ଚା ଜିଲ୍ଲା ପ୍ରଭାରୀ ଭକ୍ତ ବତ୍ସଳ ବସ୍ତିଆ , ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟା ପ୍ରତିମା ମିଶ୍ର , ଜିଲ୍ଲା ଉପସଭାପତି ଲିଙ୍ଗରାଜ ଦାସ , ନୃସିଂହ ବରାଳ, ଚୌଧୁରୀ ପ୍ରଧାନ, ଜିଲ୍ଲା ସମ୍ପାଦକ ପ୍ରକାଶ ମହାରଣା, ସୁଦୀପ ଗଡ଼ନାୟକ, ତାଳଚେର ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, କଣିହାଁ ବ୍ଲକ ଅଧ୍ୟକ୍ଷା ନମିତା ସାହୁ, ବ୍ଲକ ଉପାଧ୍ୟକ୍ଷ ତ୍ରିପୁରାରୀ ପ୍ରଧାନ ଏବଂ ସୁବର୍ଣା ସାହୁ, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ସୁଦୀପ୍ତ ସ୍ୱାଇଁ, ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ୍ ବାରିକ ,ସମୀର ପରିଡା, ରୋଜାଲୀନ ଦାସ, ନମିତା ଦଳ ବେହେରାଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ସାମିଲ ହୋଇଥିଲେ । Advertisement
ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବ୍ଲକ ଅଧ୍ୟକ୍ଷ ନିଲମ୍ବନ ଭୁବନେଶ୍ଵର – ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ଅଶୋକ କୁମାର ପ୍ରଧାନ । ଦଳ ବିରୋଧୀ କାର୍ଯ୍ୟ…
ବାହାଘରରେ ମିଳିଲା କି ଟିକଟ ଉପହାର ଅନୁଗୋଳ – ଅନୁଗୋଳ ଜିଲ୍ଲା ପାଲଲହଡାର ବିଧାୟକ ମୁକେଶ ପାଲ ଗତ ୧୨ ତାରିଖରେ ବଣିଆବାହାଳ ନିବାସୀ ମଧୁସୂଦନ ପଟ୍ଟନାୟକଙ୍କ ଝିଅ ଅବଲିସାଙ୍କୁ ବିବାହ କରିଥିଲେ ।…
ଇସ୍ତଫା ଦେଲେ ମଣ୍ଟୁ – ସାଙ୍ଗଠନିକ ଦାୟିତ୍ୱ ସହ ପାଇ ପାରନ୍ତି ଗୁରୁତ୍ୱପୁର୍ଣ୍ଣ ପଦ ଅନୁଗୁଳ – ଅନୁଗୁଳ ଅନଲାଇନର ଅନୁମାନ ସତ ହେଲା । ଉପ-ବାଚସ୍ପତି ପଦରୁ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଖୁବ ଶୀଘ୍ର ଇସ୍ତଫା ଦେଇ ପାରନ୍ତି ଆଉ…