ମୁଖ୍ୟ ଖବର ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଅଭୟାରଣ୍ୟ ଭିତରୁ ଉଦ୍ଧାର Angul OnlineDecember 21, 2021December 21, 2021 ଅନଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା କରଡାପଡା ଗ୍ରାମରୁ ଦାନ୍ତକାଠି ଆଣିବାକୁ ଯାଇ ଦୁଇ ଦିନ ତଳେ ନିଖୋଜ ହୋଇ ଯାଇଥିବା ଜଣେ ବ୍ୟକ୍ତିଙ୍କ ଗଳିତ ଶବ ଆଜି ଉଦ୍ଧାର ହୋଇଛି । ମୃତକ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡି ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି । ସୂଚନା ଅନୁସାରେ କରଡାପଡା ଗ୍ରାମର ୫୦ ବର୍ଷୀୟ ବିଦ୍ୟାଧର ବେହେରା ଗତ ରବିବାର ଦିନ ପ୍ରାୟ ଏଗାରଟା ବେଳେ ଜଙ୍ଗଲକୁ ଦାନ୍ତକାଠି ସଂଗ୍ରହ କରିବାକୁ ଯାଇଥିଲେ । ତେବେ ସେହିଦିନଠାରୁ ସେ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ଖୋଜାଖୋଜି କରି ନିରାଶ ହେବା ପରେ ପୁରୁଣାକୋଟ ଥାନାରେ ଅଭିଯୋଗ କରିଥିଲେ । ଆଜି ସକାଳୁ ଗ୍ରାମର କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ ଗଇଁଦି ନିକଟରେ ଥିବା ମୁଣ୍ଡାପଡ଼ିଆ ଠାରେ ବିଦ୍ୟାଧରଙ୍କର କ୍ଷତବିକ୍ଷତ ମୃତଦେହ ପଡ଼ିଥିବାର ଠାବ କରିଥିଲେ । ଘଟଣା ସ୍ଥଳରେ ହାତୀର ମଳ ପଡ଼ିଥିବାରୁ ବିଦ୍ୟାଧରଙ୍କୁ ହାତୀ ମାରିଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଖବର ମିଳିବା ପରେ ଏସିଏଫ ଶ୍ରୀ ଶୁଭେନ୍ଦୁ ବେହେରା , ବନ୍ତଳା ଅଧିକାରୀ ଶ୍ରୀ ମାଗୁଣୀ ବେହେରା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ତେବେ ବିଦ୍ୟାଧରଙ୍କ ମୃତ୍ୟୁ କିଭଳି ହୋଇଛି ତାହା ତଦନ୍ତ ପରେ ଜଣା ପଡିବ ବୋଲି ବନ ବିଭାଗ ଓ ପୁଲିସ କହିଛି । Advertisement
ସୁଧ ବେପାର ଅଭିଯୋଗରେ ଗିରଫ ହେଲେ ସୁଧ ବେପାରୀ ସୁଶୀଲ ଅନୁଗୁଳ – ଟଙ୍କା ସୁଧରେ ଦେଇ ଜଣେ ଶିକ୍ଷକଙ୍କ ଠାରୁ ସମୂଳସୁଧରେ ଟଙ୍କା ଆଦାୟ କରିବା ଅଭିଯୋଗରେ ଅନୁଗୁଳର ପ୍ରତିଷ୍ଠିତ ବ୍ୟବସାୟୀ ତଥା ସୁଧ ବେପାରୀ ସୁଶୀଲ…
ହତ୍ୟାକାରୀ ବାପ ଓ ଦୁଇ ପୁଅଙ୍କୁ ଆଜୀବନ କାରାଦଣ୍ଡ ଅନୁଗୁଳ – ଶନିବାର ଦିନ ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ଏଜ ହତ୍ୟା ଘଟଣାରେ ହତ୍ୟାକାରୀ ବାପ ଓ ଦୁଇ ପୁଅଙ୍କୁ ଆଜୀବନ କାରାଦଣ୍ଡରେ…
ପ୍ରେମିକାର ଫଟୋ ଓ ଭିଡଓ ଭାଇରାଲ୍ କରି ଯୁବକ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ଯୁବକ ତାଙ୍କ ପ୍ରେମିକାର ଭିଡିଓ ଓ ଫଟୋ ଭାଇରାଲ୍ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ।…