ଅପରାଧ କଲେଜ ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର – ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ Angul OnlineFebruary 4, 2022February 4, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କଲେଜ ପରିସରରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ଖମାର ଥାନା ବେଠିଆ ଗ୍ରାମର ରାଜେନ୍ଦ୍ର ପ୍ରଧାନ ବୋଲି ଜଣା ପଡିଛି । ସୂଚନା ଅନୁସାରେ ରାଜେନ୍ଦ୍ର ତାଳଚେର ଅଞ୍ଚଳରେ ଜେସିବି ଅପରେଟର ଭାବେ କାର୍ଯ୍ୟ କରୁଥିଲେ । କଲେଜ କ୍ୟାମ୍ପସ ମଧ୍ୟରେ ଥିବା ଏକ ଗଛରେ ତାଙ୍କ ଝୁଲନ୍ତା ମୃତ ଦେହକୁ ଦେଖି ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେଇଥିଲେ । ରାଜେନ୍ଦ୍ରଙ୍କୁ କେହି ମାରିଦେଇ ଗଛରେ ଝୁଲାଇ ଦେଇଥିବା ପରିବାର ପକ୍ଷରୁ ତାଳଚେର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି । Advertisement
ଦାଦାବଟି ମାଗି ୩ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ସମଲ ପୁଲିସ ଦାଦାବଟି ମାଗିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ କୁଲେଇ ଗାଁର…
ସାଂସଦଙ୍କ ବାସଭବନରୁ ଚୋରି ପାଲଲହଡ଼ା – ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ବାସଭବନରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ତାଙ୍କ ପାଲଲହଡା ଥାନା ପେଣ୍ଡେରାବସା ସ୍ଥିତ ବାସଭବନରୁ ବିଳମ୍ବିତ…
ପାଣି ଟ୍ୟାଙ୍କର ଭିତରେ ଗଞ୍ଜେଇ ଚାଲାଣ – ମାଡି ବସିଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ଖମାର ପୁଲିସକୁ ମିଳିଛି ଏକ ବଡ ସଫଳତା । ପାଣି ଟ୍ୟାଙ୍କର ଭିତରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ତାକୁ ଧରିବାରେ…