ମୁଖ୍ୟ ଖବର ତାଳଚେର ଯୁବକଙ୍କ ମୃତଦେହ ବ୍ରହ୍ମପୁରରୁ ଉଦ୍ଧାର Angul OnlineApril 11, 2024April 11, 2024 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ଜଣେ ଯୁବକଙ୍କ ମୃତଦେହ ଗଞ୍ଜାମର ଏକ ଆପାର୍ଟମେଣ୍ଟରୁ ଉଦ୍ଧାର ହୋଇଛି । ମୃତ ଯୁବକ ସମ୍ବିତ ସାହୁ ଏକ ମଦ କମ୍ପାନୀର ସେଲସ ଏକ୍ଜ୍ଯୁକେଟିଭ ଭାବେ କାମ କରୁଥିବା ଜଣା ପଡିଛି । ସମ୍ବିତ ତାଳଚେର ୨୧ ନମ୍ବର ଜୋନ୍ ଜିଲ୍ଲାପରିଷଦ ଶ୍ରୀମତୀ ସତ୍ୟଭାମା ସାହୁଙ୍କ ର ଏକମାତ୍ର ପୁଅ । ସେ ଗତ କିଛି ବର୍ଷ ହେଲା ବ୍ରାହ୍ମପୁରରେ ଚାକିରି କରୁଥିଲେ । ତେବେ ଚାକିରିରେ ଅତ୍ୟଧିକ ଚାପ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ନେଇ ଶୁଣିବାକୁ ମିଳୁଛି। ପୁଲିସ ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । Advertisement
ମଞ୍ଚାରୁ ଟାଣି ମାରିଲା ହାତୀ – ଜଣେ ମୃତ , ଖସିଗଲେ ଦୁଇ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା କୋହ୍ଲସର ଗାଁରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମଞ୍ଚାରେ ଧାନ ଜଗିବାକୁ ଥିବା ବେଳେ…
ହ୍ୟାଣ୍ଡକପ ପକାଇ ଅଭିଯୁକ୍ତକୁ ରାସ୍ତାରେ ଚଳାଇ ନେଲା ପୁଲିସ ଛେଣ୍ଡିପଦା – ଅଭିଯୁକ୍ତକୁ ହାତକଡୀ ପକାଇ ରାସ୍ତାରେ ଚଳାଇ ଚଳାଇ ଆଣିଲା ପୁଲିସ । କିଛି ବାଟ ଆଣିବା ପରେ ଛକ ଉପରେ ଗାଡି ଅପେକ୍ଷାରେ ବସି…
ପ୍ରେମିକ ସହ ସ୍ତ୍ରୀ ଫେରାର ହୋଇଯିବା ପରେ ଆତ୍ମହତ୍ୟା କଲେ ସ୍ୱାମୀ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ଲଙ୍ଗୁଳି ଗ୍ରାମରେ ଜୈନେକା ବିବାହିତା ମହିଳା ତାଙ୍କ ସ୍ୱାମୀ ଓ ଦୁଇ ସନ୍ତାନ ଛାଡି ପ୍ରେମିକ ସହ…