ମୁଖ୍ୟ ଖବର ବାଘ ମୃତ ଦେହ ଠାବ Angul OnlineDecember 18, 2021December 18, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ବାଘର ମୃତ୍ୟୁ ହୋଇଥିବା ଜଣା ପଡିଛି । ଅନୁଗୁଳ ବନଖଣ୍ଡ ଜରପଡା ରେଞ୍ଜ ଓ ଆଠମଲ୍ଲିକ ବନଖଣ୍ଡ, ଧଣ୍ଡାତୋପା ରେଞ୍ଜ ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ବାତ୍ରାଖୋଲ ନିକଟରୁ ଗତକାଲି ରାତିରେ ଏକ ଅଣ୍ଡିରା କଲରାପତାରିଆ ବାଘ ମାରି ପଡିଥିବା ଦେଖିବାକୁ ମିଳିଥିଲା । ତେବେ କେଉଁ ପରିସ୍ଥିତିରେ ବାଘଟିର ମୃତ୍ୟୁ ହୋଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ଏନେଇ ଖବର ପାଇବା ପରେ ଅନୁଗୁଳ ଓ ଆଠମଲ୍ଲିକ ବନଖଣ୍ଡ ଅଧିକାରୀଙ୍କ ନିର୍ଦେଶ ପରେ ଘଟଣାସ୍ଥଳରେ ସ୍ଥାନୀୟ ବନ କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । Advertisement
ଦୁଇ ବଳିଷ୍ଠ ବ୍ଯକ୍ତିତ୍ୱଙ୍କ ବିୟୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ଦୁଇ ଜଣ ବଳିଷ୍ଠ ବ୍ଯକ୍ତିତ୍ୱଙ୍କ ଆଜି ପରଲୋକ ହୋଇଛି । ଏଥିପାଇଁ ଅଞ୍ଚଳରେ ଆଜି ଶୋକର ଛାୟା ଖେଳି…
୨୦ଦଫା ଦାବି ନେଇ ଖଣି ବନ୍ଦ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ୨୦ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମସ୍ତ କୋଇଲା ଖଣି ଏବଂ ସମସ୍ତ…
ସଂପୂର୍ଣ୍ଣ ବନ୍ଦ ହେଲା ଟିଟିପିଏସ – ନୂଆ ୟୁନିଟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ତାଳଚେର – ଯେଉଁଠାରୁ ରାଜ୍ୟ ତଥା ରାଜ୍ୟ ସାରା ବିଦ୍ୟୁତ ସଞ୍ଚରି ଯାଉଥିଲା ସେହିଠାରୁ ଆଜି ବିଦ୍ୟୁତ ଉତ୍ପାଦନ ଠପ ହୋଇ ଯାଇଛି । ମାର୍ଚ୍ଚ ୩୧…