ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ରାମପୁର ଗ୍ରାମର ପଣ୍ଡେଇ ଭୋଇଙ୍କର ମଙ୍ଗଳବାର ଦିନ ତାଙ୍କ ବାସଭବନରେ ପରଲୋକ ହୋଇ ଯାଇଥିଲା । ହେଲେ ସେ ଅନ୍ୟ ଜାତିରେ ବିବାହ କରିଥିବା ଯୋଗୁଁ ତାଙ୍କ ମୃତଦେହ ଦୀର୍ଘ ୩୦ ଘଣ୍ଟା ପଡି ରହିଥିଲା । ପରେ ଠାକୁରଗଡ ପୁଲିସ ଓ ମଇମୁରା ପଞ୍ଚାଯତ ପକ୍ଷରୁ ତାଙ୍କ ଶବକୁ ନେଇ ଦାହ କରାଯାଇଛି । ଯାହା କି ସାଧାରଣ ରେ ଅସନ୍ତୋଷ ଦେଖା ଦେଇଛି ।
ସୂଚନା ଅନୁସାରେ , ପଣ୍ଡେଇ ଭୋଇ ୩୦ ବର୍ଷ ପୂର୍ବେ ତଳେ ରାଣୀ ନାୟକଙ୍କୁ ବହୁ ବର୍ଷ ପୂର୍ବେ ବିବାହ କରିଥିଲେ । ହେଲେ ରାଣୀ ଅନ୍ୟ ଜାତିର ହୋଇଥିବା ଯୋଗୁଁ ପଣ୍ଡେଇଙ୍କୁ ତାଙ୍କ ସମାଜ ପକ୍ଷରୁ ବାସନ୍ଦ କରାଯାଇଥିଲା । ସମାଜ ପକ୍ଷରୁ ତାଙ୍କୁ ଅଟକ ରଖା ଯାଇଥିଲା । ଫଳରେ ସେ କୌଣସି ସମାଜ କାର୍ଯ୍ୟରେ ଯୋଗ ଦେଇ ପାରୁ ନଥିଲେ । ବିଶେଷ କରି ତାଙ୍କର କୌଣସି ସନ୍ତାନ ନଥିବା ବେଳେ ସେ ଓ ତାଙ୍କ ପତ୍ନୀ କେବଳ ତାଙ୍କ ଘରେ ରହି ଆସୁଥିଲେ । ସେ କିଛି ବର୍ଷ ହେବ କିଡିନ ରୋଗରେ ପୀଡିତ ଥିବା ଯୋଗୁଁ ମଙ୍ଗଳବାର ସକାଳ ୧୦ ଟା ରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ତାଙ୍କର ମୃତ୍ୟୁ ହେବା ପରେ ତାଙ୍କ ସାହିବାସୀ ଆସି କେବଳ ତାଙ୍କ ମୃତ ଦେହକୁ ଦେଖି ଦେଇ ପଳାଇଥିଲେ । ହେଲେ ତାଙ୍କ ଶବକୁ କେହି କାନ୍ଧ ଦେଇ ନଥିଲେ । ତାଙ୍କ ପତ୍ନୀ ରାଣୀ ତାଙ୍କ ସମାଜର ଲୋକଙ୍କୁ ଏ ନେଇ ଅବଗତ କରାଇଥିଲେ ମଧ୍ୟ କେହି ଆସିନଥିଲେ । ଫଳରେ ରାତି ତମାମ ପଣ୍ଡେଇଙ୍କର ଶବ ତାଙ୍କ ଘରେ ପଡି ରହିଥିଲା । ବୁଧବାର ଦିନ ସ୍ଥାନୀୟ ଅଞ୍ଚଳରୁ କିଛି ବ୍ୟକ୍ତି ଆଠମଲ୍ଲିକ ଉପଖଣ୍ଡ ପ୍ରଶାସନକୁ ଜଣାଇଥିଲେ । ପରେ ଆଠମଲ୍ଲିକ ପ୍ରଶାସନ ନିର୍ଦେଶରେ ଠାକୁରଗଡ ପୁଲିସ ଓ ପଂଚାୟତ ନିର୍ବାହୀ ଅଧିକାରୀ ରାମ ଚନ୍ଦ୍ର ପରିଡା ଘଟଣା ସ୍ଥଳରେ ବୁଧବାର ଦିନ ଅପରାହ୍ନ ୪ ଟା ରେ ତାଙ୍କ ଶବ କୁ ଉଠାଇ ଶ୍ମସ।ନକୁ ନେଇ ଶବଦାହ କରିଥିଲେ । ତାଙ୍କ ଶବ ଦୀର୍ଘ ୩୦ ଘଣ୍ଟା ପଡିରହିବା କୁ ନେଇ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି ।

