ମୁଖ୍ୟ ଖବର ଛୁଆ ହାତୀର ମୃତଦେହ ଠାବ Angul OnlineMay 28, 2023May 28, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ବନ୍ତଳା ରେଞ୍ଜ ଲବଙ୍ଗୀ -୧ ବିଟର ଜୁକୁବୁ ଠାରେ ଏକ ଛୁଆ ହାତୀର ମୃତଦେହ ଠାବ ହୋଇଛି । ମୃତ ଛୁଆ ହାତୀଟି ଅଣ୍ଡିରା ହୋଇଥିବା ବେଳେ ତାର ବୟସ ପ୍ରାୟ ୩ ବର୍ଷ ହେବ ବୋଲି ଅନୁଗୋଳ ଡି ଏଫ ଓ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତକାଲି ଜୁକୁବୁ ଜଙ୍ଗଲରେ ହାତୀ ଛୁଆ ମରିଥିବାର ଖବର ବନ ବିଭାଗ ପାଇଥିଲା । ଖବର ପାଇ ବନ ବିଭାଗ ଆଜି ଘଟଣା ସ୍ଥଳରେ ପହଞ୍ଚି ମୃତ ହାତୀର ବ୍ୟବଚ୍ଛେଦ କରି ତଦନ୍ତ କରିଛି । ତେବେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣା ପଡିବ ବୋଲି ଅନୁଗୋଳ ଡି ଏଫ ଓ ବିବେକ କୁମାର କହିଛନ୍ତି । Advertisement
ଛକରେ ଭୁଜାଲିରେ ହାଣି ହତ୍ୟା ଘଟଣାର ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଅନୁଗୁଳ – ପୂର୍ବ ଶତ୍ରୁତାରୁ ଭୁଜାଲିରେ ହାଣି ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମନା । ଅନୁଗୁଳ ଅତିରିକ୍ତ…
ବାଲକୋନୀରୁ ପଡି ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ପ୍ରଗତିନଗର ଠାରେ ଶନିବାର ସକାଳ ପ୍ରାୟ ସାଢେ଼ ଆଠଟା ସମୟରେ ଜଣେ ପରିବା ବ୍ୟବସାୟୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ପରିବାର…
ଟ୍ରକ ମୋଟରସାଇକେଲ ଧକ୍କା – ମୋଟରସାଇକେଲ ଚାଳକଙ୍କର ମୃତ୍ୟୁ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନୁଗୁଳ-ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥର ଗୋପୀନାଥପୁର ଠାରେ ଥିବା ସରଲିୟା ପେଟ୍ରୋଲ ପମ୍ପ ନିକଟରେ ଗତ ରବିବାର…