ମୁଖ୍ୟ ଖବର ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ,ହତ୍ୟା ସନ୍ଦେହ Angul OnlineMarch 6, 2023March 6, 2023 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଜରପଡା ଥାନା କତଡା ଗାଁ ନିକଟସ୍ଥ ପୋଖରୀରୁ ଜୈନେକ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ କେହି ହତ୍ୟାକରି ପୋଖରୀରେ ଫୋପାଡି ଦେଇଥିବା ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି । ମୃତକ ଜଣକ ହେଲେ ଶ୍ରୀକର ବାଘଙ୍କ ୧୯ ବର୍ଷୀୟ ପୁଅ ଚିଣ୍ଟୁ ବାଘ । ସୂଚନା ଅନୁସାରେ କତଡା ଗ୍ରାମର ଚିଣ୍ଟୁ ବାଘ ୪ ଦିନ ତଳେ ସେହି ଗ୍ରାମର ଧଉରାବେଣୀ କୋଡାସାହିକୁ ଯାଇଥିବା ଘରେ କହି ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ । ପୁଅ ଘରକୁ ନଫେରିବାରୁ ପରିବାର ଲୋକମାନେ ବନ୍ଧୁବାନ୍ଧବ ତଥା ସମ୍ପର୍କିୟଙ୍କୁ ପଚରାଉଚରା କରିବା ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଦୀର୍ଘ ୪ ଦିନ ହେବ ଚିଣ୍ଟୁଙ୍କର କୈାଣସି ପତ୍ତା ମିଳି ନଥିବା ବେଳେ ଆଜି ଗ୍ରାମ ନିକଟସ୍ଥ ଯାଉଁଳି ନାଳ ପୋଖରୀରେ ତାଙ୍କ ମୃତ ଦେହ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏ ନେଇ ଗ୍ରାମବାସୀ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକ ଘଟଣାସ୍ଥଳରେ ଚିଣ୍ଟୁର ମୃତ ଦେହକୁ ଚିହ୍ନଟ କରିଥିଲେ । ଚିଣ୍ଟୁ ୪ ଦିନ ହେବ ନିଖୋଜ ଥିବା ବେଳେ ୨ ଦିନ ହେବ ତାର ମୋବାଇଲ ରିଙ୍ଗ ହେଉଥିଲା । ଏଥିପାଇଁ ପୋଖରୀରେ ବୁଡି ମରିବା ଘଟଣାକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରୁ ନଥିବା ବେଳେ କେହି ହତ୍ୟାକରି ପକାଇ ଦେଇଥିବା ଗ୍ରାମବାସୀ ଓ ପରିବାର ଲୋକ ସନ୍ଦେହ କରିଛନ୍ତି । ଜରପଡା ପୁଲିସକୁ ଖବର ପାଇ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଜବତ କରି ବ୍ୟବଛେଦ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଜରପଡା ଥାନା ପୁଲିସ ପ୍ରକାଶ କରିଛି । Advertisement
ବିନ୍ଦଲ କାରଖାନାରେ ଅଗ୍ନିକାଣ୍ଡ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନର୍ଗତ ବିନ୍ଦଲ ସ୍ପଞ୍ଜ ଆଇରନ ଫାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଜଣା ପଡିଛି…
ଗ୍ୟାସ ରିଫିଲିଙ୍ଗ ବେଳେ ଅଗ୍ନିକାଣ୍ଡ – ଜଳିଗଲା ସମ୍ପୁର୍ଣ୍ଣ ଦୋକାନ ଅନୁଗୁଳ – ଅନଗୁଳ କାଲଟାକ୍ସ ଛକ ନିକଟରେ ଥିବା ଏକ ଦୋକାନରେ ଗ୍ୟାସ ରିଫିଲିଙ୍ଗ ବେଳେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଦରେ ଦୋକାନଟି ସମ୍ପୁର୍ଣ୍ଣ ଜଳି ଯାଇଥିବା…
ପୁଲିସର ଥାର୍ଡଡିଗ୍ରୀରେ ବୃଦ୍ଧ ଗୁରୁତର ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପୁଲିସ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆସିଛି । ଥାର୍ଡ ଡିଗ୍ରୀ ନିର୍ଯାତନା ଦେବା ଫଳରେ ଜଣେ ବୃଦ୍ଧ ଗୁରୁତର ହୋଇ…