ଆଞ୍ଚଳିକ ଧର୍ମପରାୟଣ ମହିଳାଙ୍କ ପରଲୋକ Angul OnlineSeptember 27, 2024September 27, 2024 ଅନୁଗୁଳ – ଅନୁଗୁଳର ପୂର୍ବତନ ଓକିଲ ସଙ୍ଘ ସଭାପତି ଭୁପେଶ ପ୍ରଧାନଙ୍କ ମା ମଞ୍ଜୁରାଣୀ ପ୍ରଧାନଙ୍କର ଗୁରୁବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କ ବୟସ ୮୨ ବର୍ଷ ହେଇଥିଲା ବୋଲି ପରିବାର ବର୍ଗ କହିଛନ୍ତି । କିଛି ଦିନ ହେବ ଅସୁସ୍ଥ ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା ।ମଞ୍ଜୁରଣୀ ଜଣେ ଧର୍ମପରାୟଣ ମହିଳା ଥିଲେ । ମୃତ୍ୟୁ ପରେ ମର ଶରୀରକୁ ଅମଳାପଡା ସ୍ଥିତ ବାସ ଭବନକୁ ଅଣାଯାଇଥିଲା । ଖବର ପାଇ ବହୁ ସାଂସ୍କୃତିକ ସଂଗଠନର କର୍ମକର୍ତ୍ତା , ଓକିଲ , ବୁଦ୍ଧିଜୀବୀ ପହଞ୍ଚି ତାଙ୍କ ଅନ୍ତିମ ଦର୍ଶନ କରିଥିଲେ । Advertisement
ଦିନିକିଆ ଗସ୍ତରେ କୋଲ ଇଣ୍ଡିଆ ଚେୟାରମ୍ୟାନ ତାଳଚେର – କୋଲ ଇଣ୍ଡିଆ ଚେୟାରମ୍ୟାନ ପ୍ରମୋଦ ଅଗ୍ରୱାଲ ଦିନିକିଆ ତାଳଚେର ଗସ୍ତରେ ଆସି ଏମ.ସି.ଏଲ.ର ଲିଙ୍ଗରାଜ ଓ ଭୁବନେଶ୍ଵରୀ କୋଇଲାଖଣି ବୁଲି ଦେଖିଥିଲେ । ପରେ…
ସ୍କୁଟି ଧକ୍କାରେ ବୃଦ୍ଧ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଶିମିଳିପାଳ କମାରଘାଇ ପୋଲ ନିକଟରେ ଏକ ସ୍କୁଟି ଧକ୍କାରେ ଆଜି(ଶୁକ୍ରବାର) ସକାଳ ୭ ଟା ବେଳେ ଜଣେ ବୃଦ୍ଧଙ୍କର…
ଓକିଲ ଗଣେଶ୍ଵର ନନ୍ଦଙ୍କ ଅକାଳ ବିୟୋଗ ଅନୁଗୁଳ – ଅନୁଗୁଳ ଓକିଲ ସଂଘର ସକ୍ରିୟ ସଦସ୍ୟ ଗଣେଶ୍ଵର ନନ୍ଦ(ବୁଦ୍ଧିଆ ଭାଇ)ଙ୍କ ଗତ କାଲି ରାତି ପ୍ରାୟ ସାଢେ ନଅ ଘଟିକା ସମୟରେ ହୃଦଘାତରେ ବିୟୋଗ…