ଭଲ ଖବର ଡାକ୍ତରଙ୍କ ବଦାନ୍ୟତା – ମୁଖ୍ୟମନ୍ତ୍ରୀ ପାଣ୍ଠିକୁ ଦାନକଲେ ୫ ଲକ୍ଷ ଟଙ୍କା Angul OnlineMay 18, 2021May 18, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାର ଜଣାଶୁଣା ପ୍ରସ୍ତୁତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଉମେଶ ଚନ୍ଦ୍ର ଦାଶ । ରୋଗୀ ଚିକିତ୍ସା ହେଉ ଅବା ରୋଗୀଙ୍କ ପ୍ରତି ବ୍ୟବହାର ପାଇଁ ଜିଲ୍ଲାରେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଛି । ତେବେ ଏହି ବରିଷ୍ଠ ଡାକ୍ତର ଏବେ ପୁଣି ଏମିତି ଏକ ବଦାନ୍ୟତା ଦେଖାଇ ବେଶ ପ୍ରଶଂସିତ ହୋଇଛନ୍ତି । ବୟସ ବଢିଥିଲେ ମଧ୍ୟ କରୋନା ଭଳି ମହାବିପତ୍ତି ସମୟରେ ମଧ୍ୟ ତାଙ୍କ ଚିକିତ୍ସା ସେବା ଯୋଗାଇ ଆସିଥିଲେ । ଆଉ ଏବେ ରାଜ୍ୟ ସଙ୍କଟରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ କରୋନା ମୁକାବିଲା ପାଇଁ ସେ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଭେଟି ସେ ଏହି ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଜଣେ କରୋନା ଯୋଦ୍ଧା ଭାବେ ଡାକ୍ତର ଶ୍ରୀ ଦାଶଙ୍କ ଏହି ବଦାନ୍ୟତା ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବ ବୋଲି ଜିଲ୍ଲାପାଳ ଆଶା ପ୍ରକଟ କରିଛନ୍ତି । Advertisement
ଜାତୀୟ ଡିଜାଇନ ଶୋ’ରେ ଅନୁଗୁଳ ଝିଅ ଜୁଲିଙ୍କ ସଫଳତା ଅନୁଗୁଳ – ମେଟାଲ୍ ମାକ୍ସ ସଂସ୍ଥା ପକ୍ଷରୁ ଭୁବନେଶ୍ଵରରେ ଆୟୋଜିତ ଜାତୀୟ ଡିଜାଇନ୍ ଶୋ ଓ ଫ୍ୟାସନ କୋଟିୟର ଶୋରେ ଓଡ଼ିଆ ଝିଅ ଜୁଲି କର ସଫଳତା…
ଯୁବ ଶିଳ୍ପୀଙ୍କ ନିଆରା କଳା, ଲଣ୍ଠନ କାଚରେ ଚିତ୍ର ଆଙ୍କି ଶହୀଦଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି ଅନୁଗୁଳ – କନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ସହିଦ ଯବାନଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି । ଲଣ୍ଠନ କାଚରେ ସହିଦ ଯବାନଙ୍କ ଚିତ୍ର ଆଙ୍କି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅନୁଗୁଳର ଚିତ୍ର ଶିଳ୍ପୀ…
କ୍ରୀଡାବିତଙ୍କ ସ୍ଵପ୍ନ ହେଲା ପୂରଣ – ପୁଲିସରେ ମିଳିଲା ନିଯୁକ୍ତି ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ଯୁବ କ୍ରୀଡ଼ାବିତ୍ ରାକେଶ ଭୁକ୍ତାଙ୍କୁ ରାଜ୍ୟ ପୁଲିସ ବିଭାଗରେ ନିଯୁକ୍ତି ମିଳିଛି । ତାଙ୍କ ଘର ତାଳଚେର ବ୍ଲକ…