ମୁଖ୍ୟ ଖବର ଶ୍ଵାସରୁଦ୍ଧ ହୋଇ ବୃଦ୍ଧ ଦମ୍ପତ୍ତି ମୃତ Angul OnlineFebruary 12, 2021February 12, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କର୍ଣ୍ଣପୁର ପଞ୍ଚାୟତ ସାନଜୋରଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଘରେ ଶୋଇଥିବା ବେଳେ ଶ୍ଵାସରୁଦ୍ଧ ହୋଇ ବୃଦ୍ଧ ଦମ୍ପତିଙ୍କର ମୃତ୍ୟୁ ହୋଇଛି । ମୃତ ଦମ୍ପତି ହେଲେ ଦୁଃଖବନ୍ଧୁ ସାହୁ ଓ ପାଞ୍ଚାଳି ସାହୁ । ଗାଁ ଲୋକଙ୍କ ସୂଚନା ଅନୁସାରେ ଉଭୟ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଘର କାନ୍ଥରେ ଲାଗିଥିବା ଫ୍ୟାନ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା । ସେହି ଧୂଆଁରେ ଉଭୟଙ୍କର ଶ୍ଵାସ ରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା । ସେପଟେ ଘର ଲୋକଙ୍କ କହିବା କଥା ମଶା ଧୂପ କନ୍ଥାରେ ଲାଗି ଘର ଭିତର ଧୂଆଁ ହୋଇ ଯାଇଥିଲା । ଯାହା ଫଳରେ ଉଭୟ ଶ୍ଵାସରୁଦ୍ଧ ହୋଇ ମୃତ୍ୟୁ ମୁଖରେ ପଡିଥିଲେ । ଆଜି ସକାଳେ ଘର ଲୋକ କବାଟ ଖୋଲି ଦେଖିବା ପରେ ଘଟଣା ଜଣା ପଡିଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଖବର ପାଇ ସ୍ଥାନୀୟ ବିଧାୟକ ବ୍ରଜ କିଶୋର ପ୍ରଧାନ ଗାଁରେ ପହଞ୍ଚିଥିଲେ । ମୃତକଙ୍କ ପରିବାରକୁ ସେ ସମବେଦନା ଜଣାଇଥିଲେ । ପରେ ଉଭୟଙ୍କର ଏକାଠି ସତ୍କାର କରା ଯାଇଥିଲା । Advertisement
ରାସ୍ତା ଅବସ୍ଥା ଶୋଚନୀୟ – ବସ ଚଳାଚଳ ବନ୍ଦ କରିବାକୁ ଚେତାବନୀ ଦେଲା ବସ ମାଲିକ ସଂଘ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଗୋଡିବନ୍ଧ ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି । ଯାହା ଫଳରେ ଏଜି ରାସ୍ତା ଉପରେ…
କେଜିଏରୁ ଅଧିକ ବ୍ରାଉନ୍ସୁଗାର ଜବତ – ଦୁଇ ଆନ୍ତରାଜ୍ୟ ବେପାରୀ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରୁ ୧.୧ କେଜି ବ୍ରାଉନସୁଗାର ଜବତ କଲା ଭୁବନେଶ୍ୱର ଏସ୍ ଟି ଏଫ । ଗତକାଲି ଏକ ବିଶ୍ୱସ୍ତ ସୂତ୍ରରୁ…
ଟ୍ରାଏଲ ରନ ବେଳେ ଫାଟିଲା ପାଉଁଶ ପାଇପ – ଭାସିଗଲା ଆସବାବପତ୍ର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଏକଡାଳ ଗାଁ ନିକଟରେ ଏନଟିପିସିର ପାଉଁଶ ପାଣି ପାଇପ ଫାଟିବା ଫଳରେ ଏକ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି…