ମୁଖ୍ୟ ଖବର ପୁଣି ହାତୀ ନେଲା ଆଉ ଏକ ଜୀବନ Angul OnlineApril 29, 2023April 29, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ବନ୍ତଳା ଥାନା ମରଣ୍ଡା ଗାଁରେ ଆଜି ସକାଳୁ ଏହି ଅଘଟଣ ଘଟିଛି । ମୃତ ବୃଦ୍ଧା ଜଣଙ୍କ ହେଲେ ଝଟକ ବେହେରା । ସେ ବାଡ଼ି ପଟରେ ଆମ୍ବ ଗୋଟାଉଥିବା ବେଳେ ହାତୀ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତେବେ ଜିଲ୍ଲାରେ ହାତୀ ଆକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବନ ବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି । ଗତ ଜାନୁଆରୀ ମାସରୁ ଏ ପର୍ଯ୍ୟନ୍ତ ଜିଲ୍ଲାରେ ୧୫ ରୁ ଉର୍ଦ୍ଧ୍ବ ଜଣଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହେଲାଣି। Advertisement
ଦନ୍ତା ହାତୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାଗଡ ରେଞ୍ଜ ମାଧପୁର ଗାଁ ବିଲ ନିକଟରୁ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ମୃତ ହାତୀର ବୟସ ପ୍ରାୟ…
ଅନୁଗୁଳରୁ ଚିହ୍ନଟ ହେଲେ ୨ ଓମିକ୍ରନ୍ ଆକ୍ରାନ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲାରୁ ୨ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଉଭୟ…
ଦଳ ଛାଡିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ଅନୁଗୁଳ – ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଆଠମଲ୍ଲିକ ବିଧାୟକ ସଞ୍ଜୀବ କୁମାର ସାହୁ । ବୁଧବାର…