ମୁଖ୍ୟ ଖବର ହାତୀ ନେଲା ଆଉ ଜଣେ ବୃଦ୍ଧାଙ୍କ ଜୀବନ Angul OnlineMay 12, 2023May 12, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ଦନ୍ତା ଆକ୍ରମଣରେ ଆଜି ପୁଣି ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି । ଆମ୍ବ ଗୋଟାଇବାକୁ ଯାଇଥିଲା ବେଳେ ଆଜି ସକାଳୁ ଏଭଳି ଅଘଟଣ ଘଟିଛି । ସୂଚନା ଅନୁସାରେ ବନ୍ତଳା ବନାଞ୍ଚଳ ଜାମୁଣ୍ଡା ଗ୍ରାମର ବୈଦେହୀ ପ୍ରଧାନ(୬୮) ଆଜି ସକାଳୁ ଆମ୍ବ ଗୋଟାଇବାକୁ ଗାଁ ନିକଟରେ ଥିବା ଆମ୍ବ ବଗିଚାକୁ ଯାଇଥିଲେ। ସେଠାରେ ଆମ୍ବ ଗୋଟାଉଥିବା ବେଳେ ତାଙ୍କୁ ଏକ ଦନ୍ତାହାତୀ ଆକ୍ରମଣ କରିଥିଲା । ଫଳରେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ବନ୍ତଳା ବନାଞ୍ଚଳ ଅଧିକାରୀ ସମେତ ବନ ବିଭାଗ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ବାରମ୍ବାର ହାତୀ ସମ୍ପର୍କରେ ବନ ବିଭାଗ ତରଫରୁ ସଚେତନତା ସୃଷ୍ଟି କଲେ ମଧ୍ୟ ଲୋକମାନେ ଆମ୍ବ ଗୋଟାଇବାକୁ ଯାଇ ମୃତ୍ୟୁମୁଖରେ ପଡୁଛନ୍ତି । ଏହା ମଧ୍ୟରେ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ୧୧ ଜଣଙ୍କ ଜୀବନ ଗଲାଣି । Advertisement
ଚାରି ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ – ଦୁଇ ଗିରଫ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗ ଆଜି ପେଟ୍ରୋଲିଂ କରୁଥିବା ବେଳେ ଦୁଇଟି ସ୍ଥାନରୁ ୪୪ ଗ୍ରାମ ବ୍ରାଉନସୁଗାର ଜବତ କରିଵା ସହ ବିକ୍ରି ପାଇଁଏହି ବ୍ରାଉନସୁଗାର…
ଡିକି ଭାଙ୍ଗି ଲୁଟ – ଲୁଟେରାଙ୍କୁ କାବୁ କରିବାକୁ ଯାଇ ଯୁବକ ଆହତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ସମୁଖ ବଜାରରୁ ଦିନ ଦିପ୍ରହରେ ମୋଟରସାଇକେଲ ଡିକିରୁ ୩୮ ହଜାର୫୦୦ ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲ ସନ୍ଦେହରେ ଯୁବକ ଅଟକ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି ଜଣେ ଯୁବକକୁ ଦଲାଲ ସନ୍ଦେହରେ ସୁରକ୍ଷାକର୍ମୀ ଧରି ପୁଲିସ ର ଜିମା ଦେଇଛନ୍ତି। ସୂଚନା ଅନୁସାରେ,…