ମୁଖ୍ୟ ଖବର ଘରୁ ଟାଣି ନେଇ କଚାଡି ଦେଲା ହାତୀ – ଜଣେ ମୃତ Angul OnlineDecember 28, 2021December 28, 2021 ପାଲଲହଡା – ପାଲଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ରଜଡଙ୍ଗ ଗ୍ରାମରେ ଦାନ୍ତ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ସେହି ଗ୍ରାମର ୫୬ବର୍ଷୀୟ ପିତାମ୍ବର ସାମଲ ବୋଲି ଜଣା ପଡିଛି । ଗତ ରାତିରେ ପିତାମ୍ବର ଖାଇ ସାରି ଶୋଇଥିବାବେଳେ ଏକ ଦାନ୍ତ ହାତୀ ଗାଁରେ ପଶିଥିଲା । ଘରେ ଥିବା ଧାନ ଖାଇବା ପାଇଁ ପିତାମ୍ବରଙ୍କ ଘରକୁ ପଶିଥିଲା । ଘରେ ଥିବା ଧାନ ଖାଇ ସାରିବାପରେ ପିତାମ୍ବରଙ୍କୁ ଘରୁ ଘୋଷଡି ଆଣି କଚାଡି ପାଦରେ ଦଳି ଦେଇଥିବା ପରିବାର ଲୋକେ କହିଛନ୍ତି । ପରେ ପିତାମ୍ବରଙ୍କ ଚିତ୍କାର ଶୁଣି ପରିବାର ଲୋକେ ଏବଂ ଗ୍ରାମବାସୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ପିତାମ୍ବରଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଅଧିକାରୀ ମାନେ ପହଞ୍ଚି ତଦନ୍ତ କରିଛନ୍ତି । Advertisement
ବାରହା ଫାଶରେ ପଡି ହାତୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ସାତକୋଶିଆରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ପମ୍ପାସର ରେଞ୍ଜ ଜଗନ୍ନାଥପୁର ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ବିଦ୍ୟୁତ…
ସୁପ୍ରିମକୋର୍ଟଙ୍କ ଆଦେଶକୁ ଅମାନ୍ୟ କରି କୋର୍ ଏରିଆରେ ରାତ୍ରି ଭ୍ରମଣ – କାର୍ଯ୍ୟାନୁଷ୍ଠାନ ନେବେ କେବେ ? ଅନୁଗୁଳ – ଦେଶରେ ବ୍ୟାଘ୍ର ସଂରକ୍ଷଣର ଉତ୍ତମ ପରିଚାଳନା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଏକ ବିଶେଷଜ୍ଞ କମିଟି, ଗତ ୨୦୨୫ ମସିହା ମେ ମାସରେ ବ୍ଯାଘ୍ର…
ଗତକାଲି ଅନୁଗୁଳ ଷ୍ଟେସନରେ ଦେଲେ ଯୋଗ – ଆଜି ରେଳଧାରଣାରୁ ମିଳିଲା ମୃତଦେହ ଅନୁଗୁଳ – ଅନୁଗୁଳ ଷ୍ଟେସନ ନିକଟ ରେଳ ଧାରଣାରୁ ଶନିବାର ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଲେ ଛେଣ୍ଡିପଦା ଥାନା…