ଆଞ୍ଚଳିକ ଶତାୟୁ ମହିଳାଙ୍କ ଜନ୍ମଦିନ ପାଳିଲେ ପରିବାର Angul OnlineAugust 7, 2023August 7, 2023 ଅନୁଗୁଳ – ଅନୁଗୁଳ ବ୍ଳକ୍ ଅନ୍ତର୍ଗତ ବାଳୁଅକଟା ଗାଁ ପଦ୍ମାବତୀ ପ୍ରଧାନଙ୍କ ଶହେତମ ଜନ୍ମଦିନ ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ ଆଶ୍ରମରେ ପାଳିତ ହୋଇଛି । ତାଙ୍କ ପରିବାର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ନଗରପାଳ ଶକ୍ତିପ୍ରସାଦ ପଟ୍ଟନାୟକ, ଅନୁଗୁଳ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ନିରଞ୍ଜନ ଦେହୁରୀ, ବରିଷ୍ଠ ଆଇନଜୀବୀ ପ୍ରଦୀପ ଦେବତା, ଆଶ୍ରମର ମୁଖ୍ୟ ମିନତି ଭଉଣୀ ଯୋଗ ଦେଇଥିଲେ । ଏହି ଅବସରରେ କେକ୍ କଟାଯିବା ସହ ତାଙ୍କ ସଂପର୍କିତ ଏକ ପୁସ୍ତକ ଉନ୍ମୋଚିତ ହୋଇଥିଲା ଅତିଥି ଓ ପରିବାରବର୍ଗ ଶ୍ରୀମତି ପ୍ରଧାନଙ୍କ ସମ୍ପର୍କରେ ମତ ରଖିଥିଲେ। ପଦ୍ମାବତୀ ନିଜ ସୁସ୍ଥ ଜୀବନର ରହସ୍ୟ ସମ୍ପର୍କରେ କହିଥିଲେ। କାର୍ଯ୍ୟକ୍ରମରେ ତାଙ୍କର ୬ପୁଅ, ଗୋଟିଏ ଝିଅ, ୨ ପୁତୁରା ଓ ନାତିନାତୁଣୀଙ୍କ ସହ ପରିବାରର ୪୭ ଜଣ ସଦସ୍ୟା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଶ୍ରୀନିବାସ ପ୍ରଧାନ, ଶୁଭେନ୍ଦୁ ପ୍ରଧାନ, ସୁଲୋଚନା ପ୍ରଧାନ, ଉପେନ୍ଦ୍ର ପ୍ରଧାନ, ତପନ ପ୍ରଧାନ, ମାନସ ଦେହୁରୀ, ପ୍ରଦୀପ୍ତ ସାହୁ, ପ୍ରଶାନ୍ତ ସାହୁ ପ୍ରମୁଖ ପରିଚାଳନା କରିଥିଲେ। Advertisement
ଡିଏଭି ସ୍କୁଲର ଫିସ ବୃଦ୍ଧି ପ୍ରସଙ୍ଗ – ତାତିଲେ ଅଭିଭାବକ ତାଳଚେର – ଦୀର୍ଘ ୨ବର୍ଷ ଧରି ତାଳଚେର ଅଞ୍ଚଳରେ ଥିବା ବିଭିନ୍ନ ଡିଏଭି ସ୍କୁଲରେ ବେଆଇନ ଭାବେ ଅହେତୁକ ଫିସ ବୃଦ୍ଧିକୁ ନେଇ ଉଭୟ ଅଭିଭାବକ ମହଲରେ…
କାଞ୍ଜିଆହୁଦା ପାଇଁ ଦାବିପତ୍ର ଅନୁଗୁଳ – ଅନୁଗୁଳ ସହରରେ ମାଳ ମାଳ ଗାଈ ଗୋରୁ ବୁଲୁଛନ୍ତି । ଜାତୀୟ ରାଜପଥ ସମେତ ସହରର ସବୁ ରାସ୍ତାରେ ବହୁ ସଂଖ୍ୟାରେ ଗାଈଗୋରୁ ବୁଲୁ…
ସ୍କୁଟି ଧକ୍କାରେ ବୃଦ୍ଧ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଶିମିଳିପାଳ କମାରଘାଇ ପୋଲ ନିକଟରେ ଏକ ସ୍କୁଟି ଧକ୍କାରେ ଆଜି(ଶୁକ୍ରବାର) ସକାଳ ୭ ଟା ବେଳେ ଜଣେ ବୃଦ୍ଧଙ୍କର…