ପ୍ରେମିକ ହାତରେ ସ୍ୱାମୀ ଟେକିଦେଲା ସ୍ତ୍ରୀର ହାତ

ଅନୁଗୁଳ – ସ୍ୱାମୀ ସ୍ତ୍ରୀର ସମ୍ପର୍କ । ଭଲରେ ଚାଲିଥିଲା । ହେଲେ ହଠାତ ସ୍ୱାମୀ ହାତରେ ଧରା ପଡିଗଲା ସ୍ତ୍ରୀର ପରକ୍ରିୟା ସମ୍ପର୍କ । ଆଉ ଧରା ପଡିବା ପରେ ସ୍ବାମୀ ଥାନାର ଦ୍ୱାରସ୍ଥ ହେବା ସହ ପ୍ରେମିକା ହାତରେ ସ୍ତ୍ରୀର ହାତ ଟେକି ଦେଇଛନ୍ତି ସ୍ୱାମୀ । ଏଭଳି ଘଟଣା ଅନୁଗୁଳ ଥାନା ଅଞ୍ଚଳରେ ଘଟିଥିବା ବେଳେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ ଅନୁଗୁଳ ଥାନା ଅଞ୍ଚଳର ଜଣେ ଯୁବକ ପ୍ରାୟ ୩ ବର୍ଷ ତଳୁ ବିବାହ କରିଥିଲେ । ଏବେ ସେମାନଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଅଛି । ଉଭୟଙ୍କ ସମ୍ପର୍କ ବେଶ ଭଲରେ ଚାଲିଥିଲା । ତେବେ ଗତ କିଛିଦିନ ତଳେ ହଠାତ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କ ପରକ୍ରିୟା ସମ୍ପର୍କ ବିଷୟରେ ଜାଣିବାକୁ ପାଇଥିଲେ । ଏହା ଜାଣିବା ପରେ ସ୍ବାମୀ ଜଣଙ୍କ ସ୍ତ୍ରୀଙ୍କ ପରିବାରକୁ ଜଣାଇଥିଲେ । ସ୍ତ୍ରୀଙ୍କ ଘରଲୋକ ଆସିବା ପରେ ଘଟଣାର ଆଲୋଚନା ବେଳେ ସ୍ତ୍ରୀ କୁଆଡେ ସ୍ବାମୀଙ୍କ ପାଖରେ ରହିବାକୁ ଚାହାନ୍ତି ନାହିଁ ବୋଲି କହିଥିଲେ । ପରିବାର ଲୋକ ଯେତେ ବୁଝାସୁଝା କଲେ ମଧ୍ୟ କିଛି ଫଳ ନ ହେବାରୁ ସ୍ୱାମୀ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ଥାନା ବାହାରେ ପ୍ରେମିକକୁ ଡକା ଯାଇଥିଲା । ହେଲେ ପ୍ରେମିକ ଜଣଙ୍କ କୁଆଡେ ପ୍ରେମିକାକୁ ନେବା ପାଇଁ ପ୍ରଥମେ ଅମଙ୍ଗ ହୋଇଥିଲା । ହେଲେ ସ୍ୱାମୀ ଜଣଙ୍କ ସ୍ତ୍ରୀକୁ ପ୍ରେମିକ ହାତକୁ ଟେକି ଦେଇଥିଲେ । ସେ ଆଉ ତାଙ୍କ ସ୍ତ୍ରୀକୁ ରଖିବେ ନାହିଁ ବୋଲି କହିବା ସହ ପ୍ରେମିକ ଜଣଙ୍କୁ ତାଙ୍କ ସ୍ତ୍ରୀକୁ ନେଇ ଯିବାକୁ ବାଧ୍ୟ କରିଥିଲେ । ଏପରିକି କୋର୍ଟକୁ ଯାଇ ବିବାହ କରି ନେବାକୁ କହିବାରୁ ସମସ୍ତେ କୋର୍ଟ ମଧ୍ୟ ଯାଇଥିଲେ । ହେଲେ ସେତେବେଳକୁ କୋର୍ଟ ବନ୍ଦ ହୋଇ ଯାଇ ଥିବାରୁ ଫେରି ଯାଇଥିବା ଜଣା ପଡ଼ିଛି

Advertisement

Leave a Reply

Your email address will not be published. Required fields are marked *