ମୁଖ୍ୟ ଖବର ପଞ୍ଚଭୂତରେ ବିଲୀନ ହେଲେ ବୀର ଯବାନ ରାଣା ପ୍ରତାପ (ଫଟୋ) Angul OnlineDecember 11, 2021December 11, 2021 ଅନୁଗୁଳ – ଦେଶ ମାତୃକାର ସେବା ପାଇଁ ପଣ କରିଥିଲେ । ସେଇ ପଣରେ ପ୍ରାଣ ବଳି ଦେଇଦେଲେ । ଶେଷରେ ଆଜି (ଶନିବାର) ଅପରାହ୍ନରେ ପଞ୍ଚଭୂତରେ ବିଲୀନ ହେଲେ ବୀର ଯବାନ ରାଣା ପ୍ରତାପ ଦାସ । ତାଳଚେର କୃଷ୍ଣଚନ୍ଦ୍ରପୁରରେ ଗାର୍ଡ ଅଫ ଅନର ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହୋଇଛି ରାଣା ପ୍ରତାପଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁତୁରା ଆଶିଷ ଦାସ ଦେଇଛନ୍ତି ମୁଖାଗ୍ନି । ବୀର ଭୂମିର ବୀର ପୁତ୍ରଙ୍କ ପାଇଁ ସବୁଠି ଥିଲା ଶୋକାକୁଳ ପରିବେଶ । ପୁଅକୁ ଦେଖି ବାପାଙ୍କ ଆଖିରେ ଲୁହ ଶୁଖୁନଥାଏ, କାନ୍ଦି କାନ୍ଦି ଭାଙ୍ଗି ପଡୁଥାଏ ଭଉଣୀ । ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଶୁଭେଚ୍ଛୁ ଓ ସାଙ୍ଗସାଥୀଙ୍କ ସହ ହଜାର ହଜାର ଲୋକ । ସହିଦ ରାଣାପ୍ରତାପ ଅମର ରହେ ଧ୍ବନିରେ ପ୍ରକମ୍ପିତ ହେଉଥିଲା ମାଟିରୁ ଆକାଶ । ଆଜି ସକାଳେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା ଓଡ଼ିଆ ପୁଅ ବୀର ଯବାନ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର । ବିମାନବନ୍ଦରରେ ଗାର୍ଡ ଅଫର ଅନର ଦିଆଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦଙ୍କ ପାର୍ଥିବ ଶରୀରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହା ପରେ ଏକ ସ୍ଵତନ୍ତ୍ର ସୁସଜ୍ଜିତ ଗାଡିରେ ସହିଦଙ୍କୁ ଗାଁକୁ ଅଣା ଯାଇଥିଲା । ଅଣାଯିବା ବାଟରେ ବିଭିନ୍ନ ସ୍ଥାନରେ ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ରାଣା ପ୍ରତାପ ଅମର ରହେ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ରାସ୍ତା ଘାଟ । ସହିଦଙ୍କ ଶେଷ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରେ ଛିଡା ହୋଇ ରହିଥିଲେ ଶହ ଶହ ଲୋକ । ତାଳଚେର ପହଞ୍ଚିବା ପରେ ତାଳଚେରରୁ ବିରାଟ ଶୋଭାଯାତ୍ରାରେ ଅଣାଯାଇଥିଲା ସହିଦ ଯବାନଙ୍କ ପାର୍ଥିବ ଶରୀର । ପ୍ରତାହାମେ ପରିବାଜ ଲୋକଙ୍କ ନିକଟକୁ ନିଆ ନିଆଯିବା ପରେ , ପୂର୍ବରୁ ପ୍ରସ୍ତୁତ କରା ଯାଇଥିବା ସ୍ଥାନରେ ତାଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ଦେଇ ଶେଷକୃତ୍ୟ ସମ୍ପନ୍ନ କରା ଯାଇଥିଲା । ବୀର ପୁତ୍ରଙ୍କ ଶେଷ ଦର୍ଶନ ପାଇଁ କୃଷ୍ଣଚନ୍ଦ୍ରପୁରା ଗାଁ ଜଣ ସମୁଦ୍ର ପାଲଟି ଥିଲା । ମନ୍ତ୍ରୀ ପ୍ରଫୁଲ ମଲ୍ଲିକ , ମନ୍ତ୍ରୀ ନିରଞ୍ଜନ ପୂଜାରୀ , ଇଉପିଏ-ବାଚସ୍ପତି ରଜନୀ କାନ୍ତ ସିଂହ , ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ , ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା , ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ସମେତ ଜିଲ୍ଲା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହି ସହିଦଙ୍କୁ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । Advertisement
କପିଳ ଶର୍ମାଙ୍କୁ ଭେଟି ଉପହାର ଦେଲେ ଅନୁଗୋଳର କଳାକାର କୁବେର ଅନୁଗୋଳ – ବିଖ୍ୟାତ ହାସ୍ୟ ଅଭିନେତା କପିଳ ଶର୍ମାଙ୍କୁ ଭେଟିଛନ୍ତି ଅନୁଗୋଳ ଜିଲ୍ଲାର କଳାକାର କୁବେର ବାରିକ । କେବଳ ଭେଟି ନାହାନ୍ତି ତାଙ୍କୁ ଏହି ଭେଟ…
ବେଆଇନ ଆଣ୍ଟିଜେନ ଟେଷ୍ଟ କରି ଜଣେ ଗିରଫ ଅନୁଗୁଳ – ଅନୁଗୁଳ ସହର ଓ ଆଖପାଖ ଅଞ୍ଚଳରେ ଆଣ୍ଟିଜେନ କିଟ୍ ମାଧ୍ୟମରେ ବେଆଇନ ଭାବେ କୋଭିଡ ପରୀକ୍ଷା କରୁଥିବା ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି…
ବୁଲେଟ କିଣିବାକୁ ଯାଇ ଠକାମିର ଶିକାର – ୩ ସାଇବର ଠକଙ୍କୁ ଗିରଫ କଲା ପୁଲିସ ତାଳଚେର – ବୁଲେଟ ମୋଟରସାଇକେଲ ଅଳ୍ପ ଦରରେ କିଣିବାକୁ ଯାଇ ଠକାମିରେ ଶିକାର ହୋଇଥିଲେ ଜଣେ ଯୁବକ । ଆଉ ଥାନାରେ ଏ ନେଇ ଅଭିଯୋଗ ପରେ…