ଆଞ୍ଚଳିକ ଲିଟିଲ ହାର୍ଟସ ପରିଚାଳନା ନିର୍ଦ୍ଦେଶକଙ୍କ ପରଲୋକ Angul OnlineApril 27, 2021April 27, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଲିଟିଲ ହାର୍ଟସ ଟଡ଼ଲର୍ସ ଏକାଡେମୀର ପରିଚାଳନା ନିର୍ଦ୍ଦେଶକ ହେମନ୍ତ ଗୋହିଲଙ୍କ ମଙ୍ଗଳବାର ସକାଳେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ସେ ଗତ କିଛିଦିନ ହେଲା ଅସୁସ୍ଥ ଥିଲେ । ସ୍କୁଲ ପରିଚାଳନା ଛଡା ମେଧାବୀ ଛାତ୍ରଛାତ୍ରୀଙ୍କୁ ସହାୟତା, କରଡ଼ାଗାଡ଼ିଆ ଶ୍ମଶାନରେ ସ୍ନାନାଗାର ନିର୍ମାଣ , କୁଇଓ ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ , ପ୍ରତିବର୍ଷ ଗରିବ ଛାତ୍ରଛାତ୍ରୀଙ୍କୁ ଲିଖନ ସାମଗ୍ରୀ ବିତରଣ ଆଦି ସମାଜସେବା ଭଳି କାର୍ଯ୍ୟ କରି ଆସୁଥିଲେ । ସେ ଜଣେ ସରଳ, ମିଷ୍ଟଭାଷୀ ବ୍ୟକ୍ତି ଭାବେ ସେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ ଥିଲେ । ସ୍ୱର୍ଗତ ଗୋହିଲଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । Advertisement
ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅନୁଗୁଳ ଶାଖା ଗଠିତ ଅନୁଗୁଳ – ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅନୁଗୁଳ ଶାଖାର ବୈଠକ ପ୍ରତିଷ୍ଠାନର ରାଜ୍ୟ ଶାଖାର ମୁଖ୍ୟ ମାର୍ଗଦର୍ଶିକା ଶ୍ରୀମତୀ କୃଷ୍ଣା ମହାନ୍ତିଙ୍କ ସଭାପତିତ୍ୱରେ ବାଜି ରାଉତ ଛାତ୍ରାବାସର…
ଅଭିପଶାଙ୍କୁ ରାଜ୍ୟ ପୁରସ୍କାର ଅନୁଗୁଳ – ଅନୁଗୁଳ ଜିଲ୍ଲାର ସର୍ବ ପୁରାତନ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରୋଟାରୀ ପଵ୍ଲିକ ସ୍କୁଲ , ଅନୁଗୁଳ ପରିସରରେ ଶିଶୁ ଦିଵସ ପାଳିତ ହୋଇଯାଇଛି ।…
ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭୂମିପୂଜନ ଓ ଭିତ୍ତିପ୍ରସ୍ତର ଅନୁଗୁଳ – ଅନୁଗୁଳ ବ୍ଲକ୍ର ସୁସୁଡା ଗ୍ରାମ ପଞ୍ଚାୟତର ନୂତନ ଗ୍ରାମ ପଞ୍ଚାୟତ ଗୃହ ଆଜି ସୁସୁଡ଼ା ଗ୍ରାମ ଉପକଣ୍ଠ ରେ ଥିବା ମାଳତୀ ବିହାର ଠାରେ…