ମୁଖ୍ୟ ଖବର ଦୁର୍ଘଟଣାରେ ଏମ.ପି.ଙ୍କ ଅଫିସ ଆସିଷ୍ଟାଣ୍ଡ ମୃତ Angul OnlineNovember 20, 2021November 20, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଇପାସ ସ୍ଥିତ ସୂର୍ୟା ଗାର୍ଡେନ ହୋଟେଲ ସମ୍ମୁଖରେ ଏକ ସ୍କୁଟିକୁ ପଛପଟୁ ଏକ ଟ୍ରକ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ପବିତ୍ରନଗର ଅଞ୍ଚଳର ସୁଶାନ୍ତ ପ୍ରଧାନ । ସେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଥର୍ମାଲ ସ୍ଥିତ ଆବାସିକ କାର୍ଯ୍ୟାଳୟରେ ସହାୟକ ଭାବେ କାର୍ଯ୍ୟରତ ଥିଲେ । ସୂଚନା ଅନୁଯାୟୀ ସୁଶାନ୍ତ ନିଜ ମାଙ୍କ ପାଇଁ ମେଡ଼ିସିନ ନେଇ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଟ୍ରକଟି ତାଙ୍କୁ ପଛରୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ତାଳଚେର ପୁଲିସ ପହଁଚି ମୃତଦେହ ଜବତ କରିବା ସହ ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ଜବତ କରିଛି । ସୁଶାନ୍ତ ଜଣେ ମେଳାପୀ ଓ ପରୋପକାରୀ ଯୁବକ ଥିଲେ । ତାଙ୍କ ମୃତ୍ୟୁରେ ସାଂସଦ ମହେଶ ସାହୁ ଶୋକ ବ୍ୟକ୍ତ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । Advertisement
ପୁରୀରୁ ଦର୍ଶନ ସାରି ଘରକୁ ଫେରୁଥିବା ସମୟରେ ଦୁର୍ଘଟଣା -ବାପା ପୁଅ ମୃତ, ମା ଓ ଝିଅ ଗୁରୁତର ଅନୁଗୋଳ – ଜଗା ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲେ ବାପ ଓ ପୁଅ । ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ…
ରୋଷେଇ ବେଳେ ଗ୍ୟାସ ପାଇପ୍ ଫାଟି ଅଗ୍ନିକାଣ୍ଡ – ମା,ପୁଅ ଗୁରୁତର ଅନୁଗୁଳ – ଗ୍ୟାସରେ ରୋଷେଇ କରୁଥିବା ବେଳେ ପାଇପ୍ ଫାଟି ଯିବାରୁ ମା, ପୁଅ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ…
ପୂଜା ଚାନ୍ଦା ମାଗି ବନ୍ଧା ହେଲେ ୩ ଯୁବକ ଅନୁଗୁଳ – ଅନୁଗୁଳ ଥାନା ଅନ୍ତର୍ଗତ କୁରୁଡୁଲୁ ଅଞ୍ଚଳରେ ଚାନ୍ଦା ମାଗୁଥିବା ବେଳେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଆଦାୟ କରିଥିବା ଟଙ୍କାକୁ ଜବତ…