ମୁଖ୍ୟ ଖବର ଗଛ ଉପରେ ଚଢିଗଲେ ବୃଦ୍ଧା – ନାକେଦମ ପରିବାର ଓ ଗ୍ରାମବାସୀ Angul OnlineJuly 12, 2021July 12, 2021 ଅନୁଗୁଳ – ୩୦ ଫୁଟ ଉଚ୍ଚ ନିମ୍ବ ଗଛକୁ ଚଢ଼ିଗଲେ ବୃଦ୍ଧା ହେଲେ ଓହ୍ଲାଇ ନ ପାରି ଘଣ୍ଟାଏ କାଳ ବସି ରହିଲେ ଗଛ ଉପରେ । ଗାଁ ଲୋକ ମଧ୍ୟ ଚେଷ୍ଟା କରି ବିଫଳ ହେବା ପରେ ଅଗ୍ନିଶମ ବାହିନୀକୁ ଖବର ଦିଆଗଲା । ଆଉ ଅଗ୍ନିଶମ ବିଭାଗ ଅଧଘଣ୍ଡା ପରିଶ୍ରମ କରିବା ପରେ ସୁରକ୍ଷିତ ଭାବେ ବୃଦ୍ଧାଙ୍କୁ ଉଦ୍ଧାର କରି ପାରିଥିଲା । ଅନୁଗୁଳ ସହର ଉପକଣ୍ଠ କାଣ୍ଡସର ଗ୍ରାମର ୬୦ ବର୍ଷିୟା ବୃଦ୍ଧା ନିରାଷ ସାହୁ ସାମାନ୍ୟ ମାନସିକ ବିକାରଗ୍ରସ୍ତ ହୋଇଥିବା ବେଳେ ଘରକୁ ଲାଗିଥିବା ଏକ ନିମ୍ବ ଗଛକୁ ହଠାତ ଚଢ଼ି ଯାଇଥିଲେ । ୩ ମହଲା ବିଶିଷ୍ଟ ଘରର ଛାତକୁ ଲାଗିଥିବା ନିମ୍ବ ଡାଳ ସହାୟତାରେ ସେ ଚଢ଼ିଯାଇ ଡାଳରେ ବସିଥିଲେ । ବୃଦ୍ଧାଙ୍କୁ ନପାଇ ପରିବାର ଲୋକ ବ୍ୟସ୍ତ ହୋଇ ଖୋଜାଖୋଳି କରିବା ପରେ ୩୦ ଫୁଟ ଉଚ୍ଚରେ ମା ’ ବସିଥିବା ଦେଖିବାକୁ ପାଇଥିଲେ । ମାତ୍ର ମା’କୁ କେମିତି ଆଣିବେ ସେ ଚିନ୍ତା କରିବା ବେଳକୁ ଏ ଖବର ପାଇ ସେଠାରେ ଗାଁ ଲୋକଙ୍କ ଭିଡ଼ ହୋଇଥିଲା । ବୃଦ୍ଧାଙ୍କୁ ତଳକୁ ଓହ୍ଲାଇବା ପାଇଁ ଲୋକ ମାନେ ଯେତେ ଖିଲେ ବି ଭୟରେ ବୃଦ୍ଧା ଡାଳରୁ ଘୁଞ୍ଚି ନଥିଲେ । ଶେଷରେ ଅଗ୍ନିଶମ ବିଭାଗକୁ ଡକାଯିବା ପରେ ଅନୁଗୁଳ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧା ବସିଥିବା ଡାଳ ପର୍ଯ୍ୟନ୍ତ ନିଶୁଣି ପକାଯାଇଥିଲା । ଆଉ ସେହି ନିଶୁଣିରେ ଓହ୍ଲାଇବାକୁ ବୃଦ୍ଧାଙ୍କୁ କୁହାଯାଇଥିଲେ ମଧ୍ୟ ସେ ଓହ୍ଲାଇ ନଥିଲେ । ଶେଷରେ ଅଗ୍ନିଶମ ବିଭାଗର ଆଗ୍ନିକ ରଣଜିତ୍ ରାଉତ ନିଜେ ନିଶୁଣିରେ ଚଢ଼ି ଅଧଘଣ୍ଟାର ପରିଶ୍ରମ କରିବା ପରେ ବୃଦ୍ଧାଙ୍କୁ ସାଥୀରେ ଧରି ତଳକୁ ଓହ୍ଲାଇଥିଲେ । ତେବେ ଏଭଳି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବୃଦ୍ଧାଙ୍କୁ ଉଦ୍ଧାର କରିଥିବା ଅଗ୍ନିଶମ ବାହିନୀକୁ ସ୍ଥାନୀୟ ଲୋକ ପ୍ରଶଂସା କରିଛନ୍ତି । Advertisement
ବାଜିବନି ଡିଜେ ଫୁଟିବନି ବାଣ ଅନୁଗୁଳ – ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଅନୁଗୁଳରେ ଗଣେଶ ପୂଜା ନିମନ୍ତେ ପ୍ରସ୍ତୁତି…
ଝିଅକୁ ନ୍ୟାୟ ଦେବା ପାଇଁ ୧୦ କିମି ଚାଲିଚାଲି ଆସି ଏସ୍.ପି. ଅଫିସ ଘେରିଲେ ଶତାଧିକ ମହିଳା ଅନୁଗୁଳ – ୫ମ ଶ୍ରେଣୀରେ ପଢ଼ୁଥିବା ୧୦ ବର୍ଷର ନାବାଳିକା ନିଖୋଜ ପରେ ନାଳ ଭିତରୁ ମିଳିଲା ମୃତଦେହ । ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ…
ପ୍ରେମିକାର ଫଟୋ ଓ ଭିଡଓ ଭାଇରାଲ୍ କରି ଯୁବକ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ଯୁବକ ତାଙ୍କ ପ୍ରେମିକାର ଭିଡିଓ ଓ ଫଟୋ ଭାଇରାଲ୍ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ।…