ଖେଳ ଓ ଖେଳାଳିମନୋରଞ୍ଜନ ଏକଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ Angul OnlineFebruary 12, 2021February 12, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରି ଗ୍ରାମରେ ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ରମେଶ ମେମୋରିଆଲ ନାମରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ମା ବାସନ୍ତୀ ଦୂର୍ଗା ଭଲିବଲ ଟିମ ଅନୁଗୁଳ , ଛେଣ୍ଡିପଦା , ପୋଡାପଡା , ବ୍ରାହ୍ମଣବିଲ , ଟାକୁଆ , ଟାଙ୍ଗିରି , ଛତିଶଗଡ , ପଥରମୁଣ୍ଡା ଆଦି ଦଳ ଭାଗ ନେଇଥିଲେ । ନକଆଉଟ ଜରିଆରେ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଟାକୁଆ ଓ ପଥାରାମୁଣ୍ଡା ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ୨-୧ ପଥରମୁଣ୍ଡା ବିଜଯ ହାସଲ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା । ମା ହିଙ୍ଗୁଳା କ୍ଲବ , ଟାଙ୍ଗିରିର ଲିକନ ବେହେରା , ଚିକୁ ସାହୁ , ହିକୁନୁ ବେହେରା , ମନୋଜ ନାଥ , ଡମ୍ବରୁ ସାହୁ , ଲିକୁ ପ୍ରଧାନ , ହିମାଂଶୁ ସାହୁ , ତପୁ ବେହେରା ଆଦି ଏହି ଖେଳକୁ ଆୟୋଜନ ସହ ସହଯୋଗ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଆକର୍ଷଣ ଥିଲେ ଓଡିଆ ଚଳଚିତ୍ର ତାଣ୍ଡବର ନାୟକ ଦେବାଶିଷ ପତି , କଳାକାର ଅମରେଶ ନାଥ । ଏହି ଦୁଇ କଳାକାର ଅତିଥି ଭାବେ ଯୋଗ ଦେବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ସେମାନେ ତାଣ୍ଡବ ଚଳଚିତ୍ର ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଥିବା କହିବା ସହ ଏହା ଏକ ଭିନ୍ନ ଧରଣର ପାରିବାରିକ ଚଳଚିତ୍ର । ଆଜିର ସମାଜରେ ନାରୀ ପ୍ରତି ଘଟୁଥିବା ଅନ୍ୟାୟ , ଅତ୍ୟାଚାରକୁ ନେଇ ଏହି ଚଳଚିତ୍ର ଲୋକଙ୍କୁ ବେଶ ଆମୋଦିତ କରିବ ବୋଲି କହିଥିଲେ । ଟୁର୍ଣ୍ଣାମେଣ୍ଟ ଶେଷରେ ମୁଖ୍ୟ ଅତିଥି ଅମରେଶ ନାଥ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ । Advertisement
ସରକାରୀ ପଲିଟେକନିକର ବାର୍ଷିକ କ୍ରୀଡା ଉତ୍ସବ ପାଳିତ ଅନୁଗୁଳ – ଅନୁଗୁଳ ଜିଲ୍ଲା କୁଶାସିଙ୍ଗ ଗ୍ରାମରେ ଅବସ୍ଥିତ ସରକାରୀ ପଲିଟେକନିକର ବାର୍ଷିକ କ୍ରୀଡା ଉତ୍ସବ ସୋମବାର ଆରମ୍ଭ ହୋଇଛି । ମଙ୍ଗଳବାର ଦିନ ଏହା ଉଦଯାପିତ…
୨୯ ତମ ରାଜ୍ୟ ଉଷୁ ଚମ୍ପିୟାନସିପ ଉଦଯାପିତ ଅନୁଗୋଳ – ଅନୁଗୋଳ ଜିଲ୍ଲା ସଦର ମହକୁମାର ଇଣ୍ଡୋର ହଲଠାରେ ଉଷୁ ଆସୋସିଏସନ୍ ଅଫ୍ ଅନୁଗୋଳ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ବିଜୁ ପଟ୍ଟନାୟକ ଇଣ୍ଡୋର…
ମା କଳାପାଟ କ୍ରିକେଟ କପ୍ – ଗଡତରାଶ ବିଜୟୀ ଅନୁଗୁଳ – ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନୁଗୁଳ ବ୍ଲକର ତଳଗଡ ପଞ୍ଚାୟତ ରେ ମା କଳାପାଟ ଯୁବକ ସଂଘ ଦ୍ବାରା ଆୟୋଜିତ ମା କଳାପାଟ କ୍ରିକେଟ…