ଅପରାଧ ଅଟୋ ମାଲିକଙ୍କୁ ମାଡ ମାରି ଟଙ୍କା ଲୁଟ୍ Angul OnlineFebruary 18, 2021February 18, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଲିଙ୍ଗରାଜ ରୋଡ଼ରେ ଜଣେ ଅଟୋ ମାଲିକଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରି ୫୦ହଜାର ଟଙ୍କା ଲୁଟିବା ସହ ମୋବାଇଲ ଛଡ଼ାଇ ନେଇଥିବାର ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ତାଳଚେର ସଦର ଥାନା ଅନ୍ତର୍ଗତ କଙ୍କିଳି ନୂଆସାହି ଗ୍ରାମର ରବି ନାରାୟଣ ପ୍ରଧାନ ନିଜର ଅଟୋ (ନଂ-ଓଡି ୩୫-୮୦୫୪)ଯୋଗେ ତାଳଚେର ସହରର ଜଣେ କୁକୁଡ଼ା ବ୍ୟବସାୟୀଙ୍କୁ ଟଙ୍କା ଦେବା ପାଇଁ ଆସୁଥିଲେ । ତେବେ ସକାଳ ପ୍ରାୟ ୮.୩୦ ମିନିଟ୍ ସମୟରେ ରେମୁଆଁ ନିକଟସ୍ଥ ଲିଙ୍ଗରାଜ ରୋଡ଼ଠାରେ ୬ଜଣ ଦୁର୍ବୃତ୍ତ ଅଟୋକୁ ଅଟକାଇ ରବିଙ୍କୁ ଠେଙ୍ଗା ଓ ଭୁଜାଲିରେ ଆକ୍ରମଣ କରିଥିଲେ । ଏହାପରେ ଘଟଣା ସ୍ଥଳରେ ରବି ଅଚେତ ହୋଇପଡ଼ିବା ପରେ ତାଙ୍କ ଗାଡ଼ିରୁ ୫୦ ହଜାର ଟଙ୍କା ସହ ଏକ ଆଣ୍ଡ୍ରଏଡ଼ ଫୋନ୍ ମଧ୍ୟ ନେଇ ଯାଇଥିଲେ । ସ୍ଥାନୀୟ ଲୋକେ ଏ ସମ୍ପର୍କରେ ପୁଲିସକୁ ଖବର ଦେବାପରେ ତାଳଚେର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ରବିଙ୍କୁ ଉଦ୍ଧାର କରିବା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ପରେ ଏ ସମ୍ପର୍କରେ ରବି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମୋକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛି । ଆଉ ଖୁବ୍ ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ସଦର ଆଇଆଇସି ସତ୍ୟବ୍ରତ ରାଉତ ପ୍ରକାଶ କରିଛନ୍ତି । Advertisement
ବଡ ଧରଣର ନକଲି କାଗଜପତ୍ର ରାକେଟ ପର୍ଦାଫାସ – ଡି.ଏଲ. , ପ୍ୟାନ କାର୍ଡ , ଆଧାର କାର୍ଡ ଜବତ ତାଳଚେର – ଅନୁଗୁଳ ଜିଲ୍ଲାରେ ସକ୍ରିୟ ହୋଇ ଉଠିଥିବା ଏକ ନକଲି ଜରୁରୀ କାଗଜପତ୍ର ରାକେଟର ପର୍ଦାଫାସ କରିଛି ପୁଲିସ । ନକଲି ଡ୍ରାଇଭିଙ୍ଗ ଲାଇସେନସ ,…
ବ୍ରାଉନ୍ସୁଗାର ବ୍ୟବସାୟୀ ଗିରଫ ନାଲକୋ ନଗର – ଅନୁଗୁଳ ଜିଲ୍ଲା ନାଲକୋ ଆଦର୍ଶ ଥାନା ଅଞ୍ଚଳର ଜଣେ ଯୁବକ ଧଳା ଜହର ବ୍ୟବସାୟ କରୁଥିବା ଅଭିଯୋଗରେ ନାଲକୋ ପୁଲିସ ଗିରଫ କରିଛି…
ମା ସାଜିଲା ହତ୍ଯାକାରୀ – ଜମଜ ଶିଶୁଙ୍କୁ କଲା ହତ୍ଯା ଅନୁଗୁଳ – ନିଜ ଛୁଆଙ୍କୁ ନିଜ ହାତରେ ଟେକି ନେଇ କୂଅରେ ପକାଇ ମାରିଲା ମାଆ । ନିଜ ହାତରେ ନିଜ ଦୁଇ କଅଁଳା ଶିଶୁଙ୍କୁ କଲା…