
ଅନୁଗୁଳ – ଅନୁଗୁଳର ଅଗ୍ରଣୀ ଅନୁଷ୍ଠାନ ନାଟ୍ଯମ ପକ୍ଷରୁ ଶ୍ରୀ ଜଗନ୍ନାଥ ତତ୍ତ୍ଵ ଉପରେ ଆଧାରିତ ନାଟକ ବ୍ରହ୍ମ ବିବାଦ ବିସମ୍ବାଦ ମଞ୍ଚସ୍ଥ ହୋଇଯାଇଛି । ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଆଜି କାର୍ଯ୍ଯକ୍ରମକୁ ଉଦ୍ଘାଟନ କରି ଜଗନ୍ନାଥ ଦର୍ଶନ ଓ ସଂସ୍କୃତି ସୁଦୂର ପ୍ରସାରି ବୋଲି କହିଥିଲେ । ୩୫ ରୁ ଅଧିକ କଳାକାରଙ୍କୁ ନେଇ ଏହି ନାଟକ ଦର୍ଶକଙ୍କୁ ବେଶ୍ ବାନ୍ଧି ରଖିଥିଲା । ନାଟକରେ ଜଗନ୍ନାଥଙ୍କ ଅପାର ମହିମା ଠାରୁ ଆରମ୍ଭ କରି ବ୍ରହ୍ମ ବିବାଦ ଯାଏ ସବୁ କଥା ପ୍ରଦର୍ଶିତ ହୋଇ ଥିଲା । ଜଣେ ଭକ୍ତକୁ ପ୍ରଭୁ ସିଧା ସଳଖ ଦର୍ଶନ ନ ଦେଇ କିଭଳି ବାରମ୍ବାର ଧର୍ଯ୍ୟର ପରୀକ୍ଷା କରୁଛନ୍ତି ତାହା ବେଶ୍ ମାର୍ମିକ ରୂପେ ପ୍ରଦର୍ଶିତ ହୋଇଥିଲା । ପରୀକ୍ଷା କଲେ ମଧ୍ୟ ଭକ୍ତକୁ ସେ ନିଜର ଅଶେଷ କୃପା ଦାନ କରିଛନ୍ତି ।ଯେଉଁମାନେ ଦ୍ଵନ୍ଦ ସୃଷ୍ଟି କରନ୍ତି ଏବଂ ଯୁଗ ଯୁଗ ତୃଟି ରୁ ଫାଇଦା ଉଠାଇବାକୁ ଚେଷ୍ଟା କରନ୍ତି ତାଙ୍କୁ ପ୍ରଭୁ କିଭଳି ଦଣ୍ଡ ଦେଇଛନ୍ତି ଏବଂ ସେମାନେ କିଭଳି ଦଣ୍ଡକୁ ଗ୍ରହଣ କରୁଛନ୍ତି ତାହାକୁ ନେଇ ନାଟକ ଗତିଶୀଳ ହୋଇଛି । ନାଟକ ଟି ରାଜ୍ୟ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ସଙ୍ଗୀତ ନାଟକ ଏକାଡେମୀ ଆନୁକୁଲ୍ୟରେରେ ପ୍ରଦର୍ଶିତ ହୋଇଥିଲା । ନାଟକଟିକୁ ନବୀନ କୁମାର୍ ପରିଡ଼ା ରଚନା କରିଥିବା ବେଳେ ସୁଧାଂଶୁ ମୋହନ ଦ୍ବିବେଦୀ ନିର୍ଦ୍ଦେଶନା ଦେଇଥିଲେ ।


