ମୁଖ୍ୟ ଖବର କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଠକିନେଲେ ସଂଘ ସଭାନେତ୍ରୀ Angul OnlineSeptember 6, 2023September 6, 2023 ଅନୁଗୁଳ – କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଠକିନେଲେ ମହିଳା ସଂଘର ସଭାନେତ୍ରୀ । ଲୋକଙ୍କ ଦସ୍ତଖତ ବଦଳରେ ଟିପ ଚିହ୍ନ ଦେଇ ହେଉ ଅବା ଝିଅର ଉଚ୍ଚ ଶିକ୍ଷା ବାହାନାରେ ଧାର କହି ବିଭିନ୍ନ ମହିଳା ସଂଘ ଏବଂ ମହିଳା ମାନଙ୍କଠାରୁ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ କେନ୍ଦ୍ରାପଡା ଅଞ୍ଚଳର ମମତା ସ୍ୱାଇଁ ନାମକ ଜଣେ ମହିଳା ଗତ କିଛି ବର୍ଷ ହେଲା ଅନୁଗୁଳ ଶିମିଳିପଡା ଅଂଚଳରେ ରହୁଥିବା ବେଳେ ବିଭିନ୍ନ ମହିଳା ସଂଘର ସଦସ୍ୟ ହୋଇଥିଲେ । ଏପରିକି କିଛି ବର୍ଷ ପରେ ସଂଘର ସଭାନେତ୍ରୀ ମଧ୍ୟ ହୋଇ ଯାଇଥିଲେ । ସଭାନେତ୍ରୀ ଯୋଗୁଁ ତାଙ୍କ ଉପରେ ମହିଳା ମାନଙ୍କ ବିଶ୍ୱାସ ଭରସା ମଧ୍ୟ ଥିଲା । ଏଣୁ ତାଙ୍କ ଜରିଆରେ ଟଙ୍କା ଦେଣ ନେଣ ମଧ୍ୟ କରୁଥିଲେ । ଉକ୍ତ ସଭାନେତ୍ରୀ ମମତା ନିଜ ଝିଅ ଉଚ୍ଚ ଶିକ୍ଷା କରିବ , ଏଥିପାଇଁ ଟଙ୍କାର ଆବଶ୍ୟକତା ରହିଛି କହି ମହିଳା ମାନଙ୍କ ଠାରୁ ମୋଟା ଅଙ୍କର ଧାର ନେଇଥିଲେ । ଏହି ଧାର ଟଙ୍କା ମାଗିବାରୁ ମହିଳା ଜଣଙ୍କ ଅନୁଗୁଳ ଛାଡି ଫେରାର ହୋଇ ଯାଇଥିଲେ । ଏହା ଜାଣି ମହିଳାଙ୍କ ଚିନ୍ତା ବଢି ଯାଇଥିଲା । ଖୋଳତାଡ଼ କରିବା ପରେ ତାଙ୍କ ନାମ ଓ ସଂଘ ନାମକୁ ବ୍ୟବହାର କରି ଉକ୍ତ ମହିଳା ଜଣଙ୍କ ବ୍ୟାଙ୍କରୁ ମଧ୍ୟ ଟଙ୍କା ଉଠାଇ ନେଇଥିବା ମହିଳା ମାନେ ଅଭିଯୋଗ କରିଛନ୍ତି । ମହିଳା ମାନଙ୍କ କହିବା କଥା ସେମାନେ ସବୁ ଶିକ୍ଷିତ ଆଉ ଦସ୍ତଖତ କରି ଜାଣିଥିବା ବେଳେ ଟିପ ଚିହ୍ନ ଦେଇ ଟଙ୍କା ଉଠାଇ ନିଆ ଯାଇଛି । ସଭାନେତ୍ରୀ ମମତା ହିଁ ଏହି ଟଙ୍କା ଠକି ନେଇ ଯାଇଥିବା ଅନୁଗୁଳ ଥାନାରେ ଅଭିଯୋଗ କରିଥିବା ବେଳେ ଅନେକ ସଂଘ ଓ ମହିଳାଙ୍କ ଠାରୁ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଥିବା ସେମାନେ କହିଛନ୍ତି । ଅନୁଗୁଳ ଶିମିଳିପଡାର କିଛି ମହିଳା ସଂଘ ବୁଧବାର ଏ ନେଇ ଅନୁଗୁଳ ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ । ତେବେ ପୁଲିସ ବ୍ୟାଙ୍କ ସମ୍ବନ୍ଧୀୟ କାଗଜପତ୍ର ଏବଂ ଟଙ୍କା ଦେଇଥିବାର ପ୍ରମାଣ ନଥିବାରୁ ଏ ସବୁ ଆଣିବାକୁ କହି ଥିବା ଜଣା ପଡ଼ିଛି । Advertisement
ନନ୍ଦନକାନରୁ ଆସିଲେ ମହାନଦୀକୁ ଗଲେ – ଘଡିଆଳ ବଂଶ ବୃଦ୍ଧିପାଇନ ଆଉ ଏକ ପ୍ରୟାସ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆରେ ଗଣ୍ଡରେ ଘଡ଼ିଆଳଙ୍କ ବଂଶ ବିସ୍ତାର ସହ କିପରି ଏହି ବିଲୁପ୍ତ ପ୍ରାୟ ଜୀବର ପୁନର୍ବିନ୍ୟାସ ହେବ ସେ ନେଇ ପୁଣି…
ଦୁର୍ଗା ପୂଜାରେ ୧୧ ଓ ଲକ୍ଷ୍ମୀ ପୂଜାରେ ହେବ ୨୯ ମେଢ଼ ଅନୁଗୁଳ – ଅନୁଗୁଳ ସେଣ୍ଟ୍ରାଲ ପୂଜା କମିଟିର ଏକ ବୈଠକ ଅନୁଗୁଳ ଟାଉନ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସର୍ବ ସମ୍ମତି କ୍ରମେ ଅକ୍ଷୟ କୁମାର…
ମୋବାଇଲ ଫୋନ ପାଇଁ ନାବାଳିକାଙ୍କ ଆତ୍ମହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ କୋଲୋନୀ ପରିସରରେ ମୋବାଇଲ ଫୋନକୁ ନେଇ ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ଜଣା ପଡିଛି । ସୂଚନା ଅନୁସାରେ ବି-୪୯୦ରେ…